Home ଜିଲ୍ଲା ପରିକ୍ରମା ଧାମନଗର – ତ୍ରିସ୍ତରୀୟ ନିର୍ବାଚନ ସଂରକ୍ଷଣ ବ୍ୟବସ୍ଥାରେ ପରିବର୍ତ୍ତନ ପରେ, ଆଶାୟୀ ନିରାଶ ଓ ବହୁ...

ଧାମନଗର – ତ୍ରିସ୍ତରୀୟ ନିର୍ବାଚନ ସଂରକ୍ଷଣ ବ୍ୟବସ୍ଥାରେ ପରିବର୍ତ୍ତନ ପରେ, ଆଶାୟୀ ନିରାଶ ଓ ବହୁ ନିରାଶ ପ୍ରାର୍ଥୀଙ୍କ ମନରେ ଆଶାର ସଂଚାର

53

ଭଦ୍ରକ, ୩୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ଯେତେ ପାଖେଇ ଆସୁଛି ସବୁ ରାଜନୈତୀକ ଦଳ ମଧ୍ୟରେ ଉତ୍ସାହ ବଢିବାରେ ଲାଗିଛି । ନିକଟରେ ପଂଚାୟତ ମାନଙ୍କରେ ସଂରକ୍ଷଣ ବ୍ୟବସ୍ଥା ଘୋଷଣା ପରେ କେତେକ ସ୍ଥାନାରେ ଆଶାୟୀ ପ୍ରାର୍ଥୀ ଓ ପାର୍ଥୀନୀମାନେ ବେନର ମାରିସାରିଥିବାବେଳେ ପୁଣି ହାଇକୋର୍ଟ ନିର୍ଦ୍ଦେଶକ୍ରମେ ଆଉଏକ ସଂରକ୍ଷଣ ପାଇଁ ପ୍ରକାଶ ପରେ ଧାମନଗରର ରାଜନୈତୀକର ପାଣିପାଗ ଚଳଚଂଚଳ ହୋଇପଡ଼ିଛି । ଧାମନଗର ବ୍ଲକର ଅଧ୍ୟକ୍ଷ ପଦ ସମେତ ଚାରୋଟି ଜିଲ୍ଲା ପରିଷଦ ଆସନ ମଧ୍ୟରୁ ଗୋଟିଏ ଏବଂ ୩୧ ପଂଚାୟତର ସରପଂଚ ଓ ସମିତି ସଭ୍ୟ ପାଇଁ ପରିବର୍ତନ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ବ୍ଲକର ଅଧ୍ୟକ୍ଷ ପଦ ଅସଂରକ୍ଷିତ ମହିଳା ପାଇଁଁ ପରିବର୍ତନ ହୋଇଥିବା ବେଳେ କୋଠାର ପଂଚାୟତ ସମିତି ସଭ୍ୟ ଆସନ ଅନୁସୂଚୀତ ଜନଜାତି ମହିଳାକୁ ପରିବର୍ତନ ହୋଇଛି । ସେହିପରି ଆନନ୍ଦପୁର, କୋଠାର, ନଦୀଗାଁ, ପାଳସାହି ସମିତି ସଭ୍ୟ ଆସନ ଅନଚସୂଚୀତ ଜାତି ମହିଳାଙ୍କ ପାଇଁଁ ସଂରକ୍ଷିତ ହୋଇଛି । କଟସାହି ,ଦଳାଙ୍ଗ, ବୟାଙ୍ଗଡିହ ଅନୁସୂଚୀତ ଜାତି, କରଦା, କଲ୍ୟାଣୀ, ଖଡିପଦା, ଦୋବଲ, ପଧାନୀ, ଫତେପୁର, ବମକୁରା, ଭଟ୍ଟସାହି , ରଇପୁର, ହସନାବାଦ ମହିଳାଙ୍କ ପାଇଁଁ ଉଦ୍ଦିଷ୍ଟ ।

ଭଗବାନପୁର, ମୁସ୍ତଫାପୁର, ରାଧାବଲ୍ଲଭପୁର, ସରେଇ ଚୁଡାକୁଟି, ସାହସପୁର,ସୋହଡା, ଖଡିପଦା,ଗଢିଆଳି, କାଶିମପୁର, ଦଇପୁର, ଧୁଷୁରୀ ପଂଚାୟତର ସମିତି ସଭ୍ୟ ଆସନ ଅସଂରକ୍ଷିତ ଅଛି । ସେହିପରି ଆନନ୍ଦପୁର, କଟସାହି, ନଦୀଗାଁ, ଦଇପୁର, ହସନାବାଦ ପଂଚାୟତ ସରପଂଚ ଆସନ ଅନୁସୂଚୀତ ଜାତି ମହିଳାଙ୍କ ପାଇଁ ସଂରକ୍ଷିତ ଥିବାବେଳେ ଅର୍ଜୁନପୁର, କଲ୍ୟାଣୀ, କାଶିମପୁର, ଖଡିପଦା, ଗଢିଆଳି, ଗୋବିନ୍ଦପୁର, ଦୋବଲ, ପଧାନୀ, ଫତେପୁର, ଭଟ୍ଟସାହି ଓ ସରେଇ ଚୁଡାକୁଟୀ ପଂଚାୟତ ସରପଂଚ ପଦ ମହିଳାଙ୍କ ପାଇଁଁ ଉଦ୍ଦିଷ୍ଟ ଅଛି । ଅସୁରାଳି, କରଦା, ଖପରପଦା, ଧୁଷୁରୀ, ବମକୁରା, ଭଗବାନପୁର, ରାଧାବଲ୍ଲଭପୁର, ସାହାସପୁର, ସୋହଡା ଆଦି ପଂଚାୟତର ସରପଂଚ ଆସନ ଅସଂରକ୍ଷିତ ଅଛି । ତେବେ ବ୍ଲକର ୩୧ ପଂଚାୟତରେ ଉଭୟ ପଦରେ ମହିଳାଙ୍କ ପାଇଁଁ ୧୬ଟି ଆସନ ସଂରକ୍ଷିତ ଅଛି । ଏପଟେ ପୂର୍ବ ସଂରକ୍ଷଣ ହେତୁ ନିରାଶ ହୋଇଥିବା ବହୁ ଆଶାୟୀ ପ୍ରାର୍ଥୀ ଚିଠା ପ୍ରକାଶନ ପରିବର୍ତନ ପରେ ସେମାନଙ୍କ ମନରେ ନୂତନ ଆଶାର ସଂଚାର ହୋଇଛି । ଅବଶ୍ୟ ସଂରକ୍ଷଣ ପାଇଁଁ ଅଭିଯୋଗ ତାରିଖ ଆସନ୍ତା ଜାନୁୟାରୀ ୫ ତାରିଖ ଥିବା ବେଳେ ୭ ତାରିଖରେ ଚୁଡାନ୍ତ ସଂରକ୍ଷଣ ତାଲିକା ପ୍ରକାଶ ପାଇବ ବୋଲି ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.