Home ଜିଲ୍ଲା ପରିକ୍ରମା ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟର କର୍ମଚାରୀଙ୍କୁ ବିଦାୟ ସମ୍ବର୍ଦ୍ଧନା

ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟର କର୍ମଚାରୀଙ୍କୁ ବିଦାୟ ସମ୍ବର୍ଦ୍ଧନା

29

ଭଦ୍ରକ, ୩୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟରେ କନିଷ୍ଠ ରାଜସ୍ୱ ସହାୟକ ଭାବେ କାର୍ଯ୍ୟ କରୁଥିବା ବିକାଶ କୁମାର ବଳ ରାଜସ୍ୱ ନିରୀକ୍ଷକ ଚାକିରୀ ପାଇ ଆଜି ପୂର୍ବ ଚାକିରୀରୁ ବିଦାୟ ନେଲେ । ଏହି ପରିପ୍ରେକ୍ଷୀରେ ଭାରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ରମେଶ ଚନ୍ଦ୍ର ନାୟକଙ୍କ ସଂଯୋଜନା ଓ ସଭାପତିତ୍ୱରେ ଶ୍ରୀମାନ ବଳଙ୍କ ପାଇଁ ଏକ ସ୍ୱାଗତ ଏବଂ ବିଦାୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଜିଲ୍ଲା ସଂସ୍କୃତି ଭବନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡେପୁଟି କଲେକ୍ଟର ମାନସ ରଞ୍ଜନ ରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲା ବେଳେ ଅନ୍ୟମାନଙ୍କ ମଧ୍ୟରେ ଭଦ୍ରକ ଜିଲ୍ଲା କଳା ସଂସ୍କୃତି ସଂଘର ସଭାପତି ସୁବାଷ ଚନ୍ଦ୍ର ମଲ୍ଲିକ୍‌, ନଗର କଳା ସଂସ୍କୃତି ସଂଘ ଭଦ୍ରକ ପୌର ପରିଷଦର ଉପସଭାପତି ନରେନ୍ଦ୍ର ପ୍ରସାଦ ପରିଡ଼ା, ଭଦ୍ରକ ବ୍ଲକ୍ କଳା ସଂସ୍କୃତି ସଂଘର ଉପସଭାପତି ପ୍ରଶାନ୍ତ କୁମାର ବେହେରା, ଜିଲ୍ଲା କାର୍ଯ୍ୟାଳୟର ମୁଖ୍ୟ ରାଜସ୍ୱ ସହାୟକ ନବୀନ ସେନାପତି, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟର କର୍ମଚାରୀ ତାପସ ନାୟକ, ଅଜୟ ନାୟକ, ସୁକାନ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ସ୍ୱଳ୍ପ ମାତ୍ର କେତେ ମାସର ପ୍ରଥମ ଚାକିରୀ ଜୀବନରେ ଶ୍ରୀମାନ ବିକାଶ କିପରି ଶୃଙ୍ଖଳିତ, କର୍ତ୍ତବ୍ୟନିଷ୍ଠ ଭାବେ ନିଜ ଦାୟିତ୍ୱ ତୁଲାଉ ଥିଲେ ଏବଂ ନିଜର ବିନୟୀ ଗୁଣରେ ସମସ୍ତଙ୍କ ମନ କିଣି ନେଇଥିଲେ ସେ ବିଷୟରେ ସମସ୍ତେ ବକ୍ତବ୍ୟ ରଖି ତାଙ୍କର ପରବର୍ତ୍ତୀ ଚାକିରୀ କାଳରେ ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.