ଭଦ୍ରକ, ୩ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ଅଞ୍ଚଳରେ ଦିନକୁଦିନ ଚୋରି ବୃଦ୍ଧି ପାଉଥିବା ବେଳେ ଚୋର ମାନେ ପୋଲିସ କୁ ଖୋଲା ଖୋଲି ଚାଲେଞ୍ଜ କରୁଛନ୍ତିି। ଗତ ବୁଧବାର ରାତିରେ ଧାମନଗର ଏନ ଏ ସି କାର୍ଯ୍ୟାଳୟ ପରିସରରୁ ହୋଇଥିବା ଚୋରି ଘଟଣା ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଆଲୋଚନା ର ବିଷୟ ପାଲଟିଛି। ସୂଚନା ମୁତାବକ ଧାମନଗର ଏନଏସି କାର୍ଯ୍ୟାଳୟରେ ଲାଗିଥିବା ଏସି ଆଉଟ୍ ଡୋର ସାମଗ୍ରୀ,ପାଞ୍ଚଟି ଅଟୋରେ ଲାଗିବାକୁ ଥିବା ଚାର୍ଜର ବ୍ୟାଟେରୀ ଏବଂ ବିଏସଏନଏଲ ବ୍ରଡବ୍ୟାଣ୍ଡ ସଂଯୋଗ ତାର କୁ ଚୋର ମାନେ କାଟି ନେଇଥିବା ଜଣାପଡିଛି। ଏନେଇ ଧାମନଗର ଏନଏସି ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ନାୟକ ଧାମନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ମୂଳେ ଆଇଆଇସି ଶୁଭ୍ରଜିତ ଦାଶଙ୍କ ନିର୍ଦ୍ଦେଶ କ୍ରମେ ଏଏସଆଇ ନରେନ୍ଦ୍ର ରାଉତ ସଙ୍ଗେ ସଙ୍ଗେ ଏନଏସି କାର୍ଯ୍ୟାଳୟରେ ପହଞ୍ଚି ସିସି କ୍ୟାମେରା ଫୁଟେଜ ଯାଞ୍ଚ କରି ତଦନ୍ତ ଆରମ୍ଭ କରିଛନ୍ତି। ଭୋର ୪ ଟାରେ ଦୁଇଜଣ ଚୋର ମୁହଁରେ କଳା କପଡା ବାନ୍ଧି ଛାତ ଉପରେ ଚଢି ବେଫିକର ଭାବେ ଚୋରି କରିଥିବା ଜଣାପଡିଛି ଓ ଥାନା କେସ ନଂ ୨୮୨/୨୬ ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି। ଚୋର ମାନେ ମୁଁହରେ କଳା ପଟି ବାନ୍ଧିଥିବା ଓ ରାତି ଥିବା କାରଣରୁ ସି ସି ଟି ଭି ଫୁଟେଜ ରୁ ଧରିବାରେ ସମସ୍ୟା ଉପୁଜୁଛି ବୋଲି ଏ ଏସ ଆଇ ନରେନ୍ଦ୍ର ରାଉତ ସୂଚନା ଦେଇଛନ୍ତି।ତେବେ ଏନଏସି କାର୍ଯ୍ୟାଳୟ ରେ ରାତ୍ରୀ ଜଗୁଆଳି ରହୁଥିବାବେଳେ ଏହି ଚୋରି ସମ୍ପର୍କରେ ସେ କିପରି ଜାଣି ପାରିଲେ ନାହିଁ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।








