Home ଜିଲ୍ଲା ପରିକ୍ରମା ଧାମନଗରର ଐତିହ୍ୟ ‘ଜଗୁସାଗର’ର ହେବ କାୟାକଳ୍ପ, ୯ କୋଟି ଅନୁଦାନରେ ଆରମ୍ଭ ହେଲା ସୌନ୍ଦର୍ଯ୍ୟକରଣ, ମନ୍ତ୍ରୀ...

ଧାମନଗରର ଐତିହ୍ୟ ‘ଜଗୁସାଗର’ର ହେବ କାୟାକଳ୍ପ, ୯ କୋଟି ଅନୁଦାନରେ ଆରମ୍ଭ ହେଲା ସୌନ୍ଦର୍ଯ୍ୟକରଣ, ମନ୍ତ୍ରୀ ଦେଖିଲେ କାର୍ଯ୍ୟ

5

ଭଦ୍ରକ, ୧୧ା୬ ( ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବଜାର ସନ୍ନିକଟ ରେ ପୁରାତନ ଐତିହ୍ୟ ତଥା ପ୍ରାୟ ୧୨ ଏକର ପରିମିତ କ୍ଷେତ୍ରଫଳ ବିଶିଷ୍ଟ ‘ଜଗୁ ସାଗର ପୋଖରୀ’ର ଦିନ ବଦଳିବାକୁ ଯାଉଛି। ଦୀର୍ଘ ଦିନର ଅବହେଳା ଓ ଜବରଦଖଲ ପରେ ଏବେ ଏହି ପୋଖରୀର ସୌନ୍ଦର୍ଯ୍ୟକରଣ ଓ ପୁନରୁଦ୍ଧାର ପାଇଁ ନୂତନ ସରକାରଙ୍କ ସହରାଂଚଳ ଯୋଜନାରେ ପ୍ରାୟ ୯ କୋଟି ଟଙ୍କାର ବ୍ୟୟବରାଦ ହୋଇଛି।ନିକଟରେ ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ପୋଖରୀ କାର୍ଯ୍ୟସ୍ଥଳୀ ପରିଦର୍ଶନ କରିଛନ୍ତି। କାର୍ଯ୍ୟର ଅଗ୍ରଗତି, ଗୁଣବତା ଓ ନିର୍ମାଣ ପ୍ରକ୍ରିୟା ସମ୍ପର୍କରେ ସମୀକ୍ଷା କରି ମନ୍ତ୍ରୀ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଧାରିତ ସମୟ ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।ଏହି ଅବସରରେ ମନ୍ତ୍ରୀ କହିଛନ୍ତି, “ଐତିହ୍ୟର ସୁରକ୍ଷା ଓ ଜନସାଧାରଣଙ୍କ ସୁବିଧା ହେଉଛି ଆମର ପ୍ରାଥମିକତା। ଜଗୁସାଗର ପୋଖରୀର ନବୀକରଣ କେବଳ ଏକ ଉନ୍ନୟନମୂଳକ କାର୍ଯ୍ୟ ନୁହେଁ, ବରଂ ଧାମନଗରର ଗୌରବମୟ ଐତିହ୍ୟକୁ ସଂରକ୍ଷଣ କରିବାର ଏକ ନିଷ୍ଠାପର ପ୍ରୟାସ।”ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଅତୀତରେ ଏହି ପୋଖରୀର ପଙ୍କୋଦ୍ଧାର ପାଇଁ ଆସିଥିବା ୩୦ ଲକ୍ଷ ଟଙ୍କାର ବ୍ୟୟକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅନେକ ପ୍ରଶ୍ନ ଉଠିଥିଲା। ମାତ୍ର କିଛି ଟ୍ରିପ ମାଟି ପକାଇ ବାକି ଅର୍ଥ ହରିଲୁଟ ହୋଇଯାଇଥିବା ନେଇ ପୂର୍ବରୁ ଅଭିଯୋଗ ରହିଛି। ଅନ୍ୟପଟେ, ପୋଖରୀର ଚତୁଃପାର୍ଶ୍ୱରେ ହୋଇଥିବା ବେଆଇନ ଜବରଦଖଲ ଓ ପକ୍କା ଘର ନିର୍ମାଣ ଉନ୍ନୟନ କାର୍ଯ୍ୟରେ ବଡ଼ ପ୍ରତିବନ୍ଧକ ସାଜିଛି। ସ୍ଥାନୀୟ ବାସିନ୍ଦାମାନେ ଆଶା ବାନ୍ଧିଛନ୍ତି ଯେ, ଏଥର ୯ କୋଟିର ଅନୁଦାନ ଯେପରି ସଠିକ ଭାବେ ବିନିଯୋଗ ହେବ ଏବଂ ଜବରଦଖଲ ଉଚ୍ଛେଦ କରାଯାଇ ପୋଖରୀର ସ୍ୱାତନ୍ତ୍ର‌୍ୟ ରକ୍ଷା କରାଯିବ।ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ଜଗୁସାଗର ପୋଖରୀ କେବଳ ଧାମନଗରର ଏକ ସୌନ୍ଦର୍ଯ୍ୟମୟ ପର୍ଯ୍ୟଟନ ସ୍ଥଳୀ ଭାବେ ଗଢ଼ି ଉଠିବ ନାହିଁ, ବରଂ ସ୍ଥାନୀୟ ଲୋକଙ୍କ ପାଇଁ ଏକ ଶାନ୍ତିପୂର୍ଣ୍ଣ ଓ ଆକର୍ଷଣୀୟ ପରିବେଶ ପ୍ରଦାନ କରିବ। ତେବେ ଗୁରୁବାର ମନ୍ତ୍ରୀ ଙ୍କ ଏହି ଅଚାନକ କାର୍ଯ୍ୟ ପରି ଦର୍ଷନ ସମୟରେ ସେ କହିଛନ୍ତି ଅଧି ଟଙ୍କା ର ଆବଶ୍ୟକ ପଡ଼ିଲେ ରାଜ୍ୟସରକାର ଦେବ ବୋଲି କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.