Home ଜିଲ୍ଲା ପରିକ୍ରମା କନ୍ୟା ଫେରିଗଲେ ବାପ ଘରକୁ

କନ୍ୟା ଫେରିଗଲେ ବାପ ଘରକୁ

241

ଭଦ୍ରକ, ୧୧ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରେମ ମାନେନା ବାଧା ବନ୍ଧନ, ପ୍ରେମ ମାନେନା ଜାତି ଅଜାତି, ପ୍ରେମବି କେବେବି ପ୍ରତାରଣ କରେନା ଏମିତି ଏକ ସଚ୍ଚୋଟ ପ୍ରେମିକଙ୍କ ପାଇଁ ଚତୁର୍ଥିଧୀନ ପ୍ରେମିକା ତାଙ୍କର ବିବାହିତ ବରକୁ ଛାଡ଼ି ନିଜର ପ୍ରେମିିକଙ୍କ ସହ ଯିବିପାଇଁ ଜିଦ୍ ଧରିଥିଲେ । ଶେଷକୁବି ସେଇଆ ହେଲା । ପ୍ରେମିକା ନିଜର ପୂର୍ବତନ ପ୍ରେମିକ ସହ ଯିବାପାଇଁ ଥାନାରେ ମଧ୍ୟ ବିବାହ ବିଚ୍ଛେଦ ଚୁକ୍ତିନାମା କରିଥିଲେ । ଏମିତି ଏକ ଘଟଣା ଧାମନଗର ବ୍ଲକ ଧୂଷୁରୀ ଥାନା କୋଠାର ପଂଚାୟତରେ ଦେଖିବାକୁ ମିଳିଛି । ଏହି ପଂଚାୟତର ଖୋପସାହି ଗ୍ରାମର କୃଷ୍ଣଚନ୍ଦ୍ର ମଣ୍ଡଳଙ୍କ ପୁଅ ସନ୍ତୋଷ ମଣ୍ଡଳ ଚଳିତ ମାସ ୪ତାରିଖ ଦିନ ବୈଦିକ ରୀତିରେ କେନ୍ଦୁଝର ଜିଲ୍ଳା ଘଟଗାଁ ଥାନା ଅଂଚଳର ଢେଙ୍କିକୋଟ ଗ୍ରାମର ଉଜ୍ୱଳ କୁମାର ମଣ୍ଡଳଙ୍କ ଝିଅ ମଧୁସ୍ମିତା ମଣ୍ଡଳଙ୍କୁ ବିବାହ କରିଥିଲେ । ବୈଦିକ ରୀତିରେ ବିବାହ ସରିଥିଲା । ଭୋଜି ଭାତ ଖିଆପିଆ ମଧ୍ୟ ସରିଲା । ଏପରିକି ପୁର୍ନରବିବାହ ମଧ୍ୟ ସରିଲା । ପାଦରେ ଅଳତାବି ଲିଭିନି, ମଥାରେ ରଜନିଗନ୍ଧାର ବାସ୍ନାବି ଯାଇନି କିନ୍ତୁ ଚତୁର୍ଥି ପୂର୍ବରୁ କନ୍ୟା ନିଜର ବିବାହିତା ସ୍ୱାମୀକୁ ବିରୋଧ କରିଥିଲେ । ପରେ କହିଥିଲେ ଯେ ମୁଁ ଜଣେ ପ୍ରାପ୍ତ ବୟସ୍କା ହୋଇଥିବାରୁ ମୋର ନିଜସ୍ୱ ମତାମତ ନିଆ ନଯାଇ ମୋତେ ଏହି ବିବାହ ବନ୍ଧନରେ ଛନ୍ଦି ଦିଆଯାଇଛି । ମୁଁ ଏହି ବିବାହରେ ରାଜି ନୁହେଁ । ମୁଁ ମୋର ପୂର୍ବ ପ୍ରେମିକ ପାଖକୁ ଫେରିଯିବା ପାଇଁ ଚାହେଁ ବୋଲି ଜିଦ୍ ଧରିଥିଲେ । ନିରୁପାୟ ହୋଇ ମନରେ କେତେ ଆଶା ବାନ୍ଧିଥିବା ସନ୍ତୋଷଙ୍କ ମନର ଆକାଶରେ କଳା ବାଦଲ ଘେରିଯାଇଥିଲା । ପରଦିନ ସକାଳେ ସନ୍ତୋଷ ପରିବାର ଲୋକଙ୍କୁ କହିବା ପରେ ଉଭୟ ପରିବାର ପକ୍ଷରୁ ଆଲୋଚନା ଓ ସହମତିରେ ଧୂଷୁରୀ ଥାନାରେ ବିବାହ ବିଚ୍ଛେଦ ପାଇଁ ଏକ ଚୁକ୍ତିପତ୍ର କରାଯାଇଥିଲା । ପରେ ଉଭୟ ନିଜ ନିଜ ଘରକୁ ଫେରିଯାଇଥିଲେ । ଏପରି ଏକ ଘଟଣା ସ୍ଥାନୀୟ ଅଂଚଳର ବେଶ ଚର୍ଚ୍ଚାର ବିଷୟ ପାଲଟିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.