Home ଜିଲ୍ଲା ପରିକ୍ରମା ଧାମନଗରରେ ‘ଦୁଇ ବର୍ଷର ଜନସମ୍ପର୍କ’ କାର୍ଯ୍ୟକ୍ରମ, ସରକାରୀ ଯୋଜନା ସମ୍ପର୍କରେ ବ୍ୟାପକ ସଚେତନତା

ଧାମନଗରରେ ‘ଦୁଇ ବର୍ଷର ଜନସମ୍ପର୍କ’ କାର୍ଯ୍ୟକ୍ରମ, ସରକାରୀ ଯୋଜନା ସମ୍ପର୍କରେ ବ୍ୟାପକ ସଚେତନତା

2

ଭଦ୍ରକ, ୧୭ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ପଂଚାୟତ ସମିତି ସମ୍ମିଳନୀ କକ୍ଷ ଠାରେ ଆଜି ‘ଦୁଇ ବର୍ଷର ଜନସମ୍ପର୍କ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିକାଶ, ସଂଖ୍ୟାଲଘୁ ଏବଂ ପଛୁଆ ବର୍ଗ କଲ୍ୟାଣ ବିଭାଗ, ଭଦ୍ରକ ଙ୍କ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ସାଧାରଣ ଜନତାଙ୍କୁ ଅବଗତ କରାଇବା।ଏହି କାର୍ଯ୍ୟକ୍ରମରେ ବ୍ଲକ ର ବିଡ଼ିଓ ବନବିହାରୀ ଦିନ୍ଧା ସଭାପତିତ୍ୱ କରିଥିଲେ। ସେବାଶ୍ରମ ସ୍କୁଲର ଶିକ୍ଷକ ଉତମ ସେଠୀ କାର୍ଯ୍ୟକ୍ରମକୁ ସୁଚାରୁରୂପେ ସଂଚାଳନ କରିଥିବା ବେଳେ ସାମାଜିକ ଅଧିକାରୀ ଚିରଞ୍ଜୀବୀ ପଟ୍ଟନାୟକ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ।କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ପ୍ରତିନିଧି ଅଶୋକ କୁମାର ପୁହାଣ, ସାଂସଦ ପ୍ରତିନିଧି ମନୋଜ କୁମାର ମଲିକ, ସିଡିପିଓ ଦମୟନ୍ତୀ ଦେଇ, ଆଇନଜୀବୀ ନିରାକାର ଜେନା, ପୂର୍ବତନ ସରପଂଚ ପ୍ରମୋଦ ସୂତାର, ରାଜେନ୍ଦ୍ର ଦାସ, ଅନିରୁଦ୍ଧ ସାହୁ ଏବଂ ପୂର୍ବତନ ସମିତି ସଭ୍ୟ ଶ୍ରୀକାନ୍ତ ନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ସରକାରୀ ଯୋଜନାର ସଫଳ ରୂପାୟନ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରିଥିଲେ। ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନାର ସୁଫଳ ଯେପରି ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଂଚିବ, ସେ ସମ୍ପର୍କରେ ବକ୍ତାମାନେ ମତବ୍ୟକ୍ତ କରିଥିଲେ। ଏହି ଅବସର ରେ ବିବାହ ର ଜାତି ଭେଦ ନ ରଖି ବିବାହ କରୁଥବା ୪ ଜଣ ବର କନ୍ୟା ଙ୍କୁ ୨ ଲକ୍ଷ ୫୦ ହଜାର ଟଙ୍କା ଲେଖଏଁ ଚେକ୍ ପ୍ରଦାନ କରା ଯାଇଥିଲା, ଏବଂ ଦୁଇ ଟି ସ୍ୱୟ ସହାୟକ ଗୋଷ୍ଟି କୁ ମାଛ କରି ସଫଳ ହୋଇ ଥିବାରୁ ତାଙ୍କ ସରକାର ଙ୍କ ପକ୍ଷରୁ ମଧ୍ୟ ଆର୍ôଥକ ସହାୟତା ପ୍ରଦାନ କରା ଯାଇଥିଲା।ଏହି ଅବସରରେ ଉପସ୍ଥିତ ଜନସାଧାରଣଙ୍କୁ ସରକାରୀ ସେବା ସମ୍ପର୍କରେ ସଚେତନ କରାଯାଇଥିଲା। କାର୍ଯ୍ୟକ୍ରମରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀ, ବୁଦ୍ଧିଜୀବୀ ଏବଂ ବହୁ ସଂଖ୍ୟାରେ ହିତାଧିକାରୀମାନେ ଅଂଶଗ୍ରହଣ କରିଥିଲୋ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.