Home ଜିଲ୍ଲା ପରିକ୍ରମା ଧାନ କିଣାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ବିରୋଧ ପ୍ରତିବାଦରେ ମହିଳାଙ୍କ ବିକ୍ଷୋଭ

ଧାନ କିଣାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ବିରୋଧ ପ୍ରତିବାଦରେ ମହିଳାଙ୍କ ବିକ୍ଷୋଭ

29

ଭଦ୍ରକ, ୨୩ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଧାନ କ୍ରୟରେ ପ୍ରତିବନ୍ଧକ ସୃଷ୍ଟି କରୁଥିବା କୁଚକ୍ରୀ ଗୋଷ୍ଠୀଙ୍କ ବିରୋଧରେ ପ୍ରତିବାଦ କରି ଆଜି ଶତାଧିକ ମହିଳା ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିବାର ଦେଖିବାକୁ ମିଳିଛି । ଏହି ବିକ୍ଷୋଭର ନେତୃତ୍ୱ ନେଇଥିଲେ କେଦାରପୁର ସରପଞ୍ଚ ଭରତ ତ୍ରିପାଠୀ ଓ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା ପ୍ରଭାତୀ ତ୍ରିପାଠୀ । ସୂଚନା ଅନୁସାରେ କେଦାରପୁର ଓ ବ୍ରହ୍ମପୁର ଗ୍ରାମପଂଚାୟତର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟମାନଙ୍କ ଧାନ କ୍ରୟ ପାଇଁ ସରକାରଙ୍କ ନିଷ୍ପତ୍ତି ଥିଲେ ମଧ୍ୟ ଏହାକୁ ବିରୋଧ କରି ୨ ଦିନ ହେଲା କିଛି କୁଚକ୍ରୀ ରାସ୍ତାରୋକ ଦେଇଛନ୍ତି । ସେପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳାମାନଙ୍କୁ ସଶକ୍ତିକରଣ କରିବାକୁ ଉତ୍ସାହିତ କରୁଥିବାବେଳେ ଅଭିଯୋଗ ଅନୁଯାୟୀ ୨୮ ନଂ ଜୋନ୍ ଜିଲା ପରିଷଦ ସଭ୍ୟ, ବିଜେପିର ଜିଲା ସଭାପତି, ବ୍ରହ୍ମପୁର ସେବା ସମବାୟ ସମିତିର ପୂର୍ବତନ ସଭାପତି ହେମନ୍ତ କୁମାର ପାଢୀ, ସମିତିର ସଂପାଦକ, ସମିତିର ଜିଇଓ ଏବଂ ବିଜେପି କର୍ମୀଙ୍କ ସହିତ ଧାନ ଦଲାଲମାନେ ରାସ୍ତାରୋକ କରି ମହିଳା ମାନଙ୍କର ଉନ୍ନତିରେ ବାଧକ ସାଜିଛନ୍ତି । ଗତ ଖରିଫ ସମୟରେ ଏହିମାନେ ପ୍ରକୃତ ଚାଷୀମାନଙ୍କୁ ହଇରାଣ କରିବାରୁ ଚାଷୀ ଆନ୍ଦୋଳନ ହୋଇଥିଲା । ତାର କାରଣ ହେମନ୍ତ ପାଢୀ, ସମବାୟ କର୍ମଚାରୀ ଓ ଶ୍ରୀ ପାଢୀଙ୍କ ନିଜ ଲୋକଙ୍କ ନାମ ଧାନକିଣାରେ ପ୍ରଥମରେ ରହିବା ଏକ ପରମ୍ପରା ସୃଷ୍ଟି କରିଛି । ଶ୍ରୀ ପାଢୀଙ୍କ ଭାଇ ମଧୁସୂଦନ ପାଢୀ ସଚିବ ଥିବାରୁ ପ୍ରଶାସନ ଓ ଲୋକମାନଙ୍କ ଉପରେ ପ୍ରଭାହବ ପକାଉଛ ବୋଲି ଅଭିଯୋଗ ହୋଇଛି । ହେମନ୍ତ କୁମାର ପାଢୀ, ସମିତି ସଂପାଦକ ବିଷ୍ଣୁମୋହନ ଘଡାଇ ଏବଂ ଡିଇଓ ପ୍ରିୟବ୍ରତ ବଳ ମିଶି ସମବାୟ ସମିତିକୁ ଲୁଣ୍ଠନ କରିଛନ୍ତି । ତେଣୁ ଦୁର୍ନୀତି ନିର୍ବାରଣ ବିଭାଗ ଦ୍ୱାରା ତଦନ୍ତ ଦାବୀ କରାଯାଇଛି । ରାସ୍ତା ଅବରୋଧ ଏକ ରାଜନୈତିକ ଉଦ୍ଦେଶ୍ୟ । ଏଣୁ ଜିଲାପାଳ ଜ୍ଞାନ ଦାସଙ୍କୁ ଅନୁରୋଧ ରାସ୍ତା ଅବରୋଧକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବୀ ହୋଇଛି । ତେବେ ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ଆନ୍ଦୋଳନକାରୀମାନେ ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.