Home ଜିଲ୍ଲା ପରିକ୍ରମା ଧାନବୋଝେଇ ଟ୍ରକ ସହ ବାଇକ ଧକ୍କା, ଦୁଇ ମୃତ,ଜଣେ ମହିଳା ଗୁରୁତର

ଧାନବୋଝେଇ ଟ୍ରକ ସହ ବାଇକ ଧକ୍କା, ଦୁଇ ମୃତ,ଜଣେ ମହିଳା ଗୁରୁତର

114

ମାଲକାନଗିରି,୨୩ ।୫ (ଓଡିଆ ପୁ୍‌ଅ ) ମାଲକାନଗିରି ଜିଲ୍ଲାସଦର ମହକୁମା ଠାରେ ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ଦୁଇଜଣ ଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ମହିଳା ଗୁରୁତର ଅଛନ୍ତି । ଆଜି ସକାଳେ ମାଲକାନଗିରି ବାଲିମେଳା ମୁଖ୍ୟରାସ୍ତା ଗୌଡଗୁଡା ଛକ ନିକଟରେ ଏମିତି ଏକ ମର୍ମଦୁନ୍ତ ଦୁର୍ଘଟଣା ଘଟିଛି ,ମାଲକାନଗିରି ଥାନାସ୍ଥ ଗୌଡଗୁଡା ପଚାଂୟତ ଏମଭି୯ ଗ୍ରାମର ମିଥୁନ ବିଶ୍ୱାସ(୨୫) ଏମଭି୧ ଗ୍ରାମରେ ବିବାହ ହୋଇଥିବା ତାଙ୍କ ଭଉଣୀଙ୍କ ଘରକୁ ଯାଇଥିଲେ । ଆଜି ସକାଳେ ଭଉଣୀ ସୁଚିତ୍ରା ଓ ୩ବର୍ଷର ଭଣଜା ପିୟୁସ କୁ ଏକ ବାଇକରେ ବସାଇ ନିଜ ଗାଁ ଏମଭି୯ କୁ ଫେରୁଥିଲେ ,ମାଲକାନଗିରି ବାଲିମେଳା ମୁଖ୍ୟରାସ୍ତା ଗୌଡଗୁଡା ଛକ ନିକଟରେ ବାଇକ ବୁଲାଉଥିବା ବେଳେ ହଟାତ ବାଲିମେଳା ଆଡୁ ଦୃତଗତିରେ ଆସୁଥିବା ଏକ ଧାନବୋଝେଇ ଟ୍ରକ ସାମନା ସାମନି ଧକ୍କାଦେଇଥିଲା । ଟ୍ରକଧକ୍କାରେ ବାଇକଟି ଦୁରକୁ ଛିଟିକି ପଡଥିଲା,ବାଇକ ଚଳାଉଥିବା ମିଥୁନ ଓ ଅନ୍ୟମାନେ ରାସ୍ତାର ବିଭିନ୍ନ ସ୍ଥନକୁ ଛିଟିକି ପଡିଥିଲେ ।ଘଟଣାସ୍ଥଳରେ ମାମୁ ମିଥୁନ ଙ୍କର ମୃତ୍ୟୁ ଘଟିଥିବା ବେଳେ ଭଉଣୀ ସୁଚିତ୍ରା ଓ ଭଣଜା ପିୟୁସ (୩)ଗୁରୁତର ଭାବେ ଆହତ ହୋଇ ରାସ୍ତାରେ ପଡିଥିଲେ । ଏହାକୁ ଦେଖି ନିକଟରେ ଯାଉଥିବା ଲୋକେ ପୁଲିସ କୁ ଫୋନକରି ଜଣାଇଥିଲେ । ଆହତ ମାନଙ୍କୁ ୧୦୮ ଆମ୍ବୁଲାନ୍ସକୁ ଫୋନ କରି ମାଲକାନଗରି ହସପିଟାଲକୁ ଚିତ୍ସା ନିମନ୍ତେ ନେଇଥିଲେ ।ହସପିଟାଲ ରେ ଚିକିତ୍ସା ହେଉଥିବା ସମୟରେ ତିନିବର୍ଷର ଶିଶୁ ପିୟୁସର ମୃତ୍ୟୁ ହୋଇ ଯାଇଥିବା ବେଳେ ତାଙ୍କ ମା ସୁଚିତ୍ରା ଗୁରୁତର ଭାବେ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ଘଟଣାସ୍ଥଳରେ ମାଲକାନଗିରି ଆଦର୍ଶ ଥାନା ଅଧିକାରୀ ରାମପ୍ରସାଦ ନାଗ ପୁଲିସ ସଦଳବଳ ପହଁଚି ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଜବତ କରିବା ସହିତ ଡ୍ରାଇଭର ରାଜୁଲାଲ ସାହୁ କୁ ଗିରଫ କରିଛନ୍ତି । ଡ୍ରାଇଭରଙ୍କ ଘର ଛତିଶଗଡ ରାଜ୍ୟ ଜଗଦଲପୁର ଗିଦାମରୋଡ ଗ୍ରାମର ବୋଲି ଜଣାପଡିଛି । ପୁଲିସ ମୃତ ମିଥୁନ ଓ ତାଙ୍କର ତିନିବର୍ଷର ଭଣଜାଙ୍କ ମୃତ ଶରୀର ଜବତ କରି ଶବବ୍ୟବଛେଦ ପାଇଁ ମାଲକାନଗିରି ହସପିଟାଲକୁ ପଠାଇ ତଦନ୍ତ ଆରମ୍ଭ କରିଛନ୍ତି । ଗୋଟିଏ ଦିନରେ ଏକା ସଙ୍ଗେ ମାମୁ ଭଣାଜାଙ୍କ ଦୁର୍ଘଟଣା ରେ ମୃତ୍ୟୁ ହୋଇ ଯିବା ଖବର ପାଇ ଏମଭି୯ ଗ୍ରାମ ଓ ଏମଭି୧ ଗ୍ରାମରେ ଶୋକର ଛାୟା ଖେଳି ଯାଇଛି । ବର୍ତମାନ ଧାନ ମଣ୍ଡି ନଥିବା ବେଳେ ଧାନବୋଝେଇ ଟ୍ରକ କେଉଁଠାରୁ ଆସିଲା ,ତାହାପୁଣି ଦୃତ ଗତିରେ ପଳାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିବାର ଜଣାପଡିଛି । ଟ୍ରକଟି ବାଲିମେଳା ଆଡୁ ଧାନବୋଝେଇ କରି ଆସୁଥିଲା,ସେହି ଟ୍ରକଟି ଜଗଦଲପୁର କୁ ଯାଇଥାନ୍ତା ବୋଲି ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି । ମାଲକାନଗରି ପୁଲିସ ଏକ ଦୁର୍ଘଟଣା ଜନିତ ମାମଲା ରୁଜୁକରି ତଦନ୍ତ ଚଳାଇଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.