Home ଜିଲ୍ଲା ପରିକ୍ରମା ଧର୍ମ ପରାୟଣା ମହିଳା କିଶୋରୀ ମଣିଙ୍କ ବିୟୋଗ

ଧର୍ମ ପରାୟଣା ମହିଳା କିଶୋରୀ ମଣିଙ୍କ ବିୟୋଗ

26

ପୁରୀ ୪-୮ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପୁରୀ ଲୋକନାଥ ରୋଡ଼ ପ୍ରତିହାରୀ ନିଯୋଗ ସାମନ୍ନା ନିବାସୀ ହିନ୍ଦୀ ଦୈନିକ ଖବର କାଗଜ ସନମାର୍ଗର ବରିଷ୍ଠ ସାମ୍ବାଦିକ ବିଷ୍ଣୁଦତ୍ତ ଦାସଙ୍କ ମା କିଶୋରୀ ମଣି ଦାସ ନିଜସ୍ୱ ବାସଭବନରେ ଅପରାହ୍ନ ୨.୪୮ ମିନିଟ ସମୟରେ ୭୭ ବର୍ଷ ବୟସରେ ଇହଲୀଳା ସମ୍ବରଣ କରିଛନ୍ତି।ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକ ଛାୟା ଖେଳି ଯାଇଥିଲା।ସେ ବାର୍ଦ୍ଧକ୍ୟ ଜନିତ ଏବଂ ଉଛ ରକ୍ତଚାପ ରେ ପୀଡିତ ହୋଇ ଗତ ଶନିବାର ଠାରୁ ବାସ ଭବନରେ ଡାକ୍ତରଙ୍କ ତତ୍ୱାବଧାନରେ ଚିକିତ୍ସାଧିନ ଥିଲେ।ଜଣେ ଆଧ୍ୟାତ୍ମିକ ଓ ପୁରାଣ ଶାସ୍ତ୍ର ବିଜ୍ଞ ଏବଂ ଧର୍ମ ପରାୟଣା ମହିଳା ରୂପେ ସ୍ଥାନୀୟ ଅଞ୍ଚଳରେ ପରିଚିତ ଥିଲେ।ମୃତ୍ୟୁ ଶଯ୍ୟା ନିକଟରେ ଜ୍ୟେଷ୍ଠ ପୁତ୍ର ଦେବଦତ୍ତ ଦାସ, ବୋହୁ ଅନିତା ଦାସ, କନିଷ୍ଠ ପୁତ୍ର ବିଷ୍ଣୁଦତ୍ତ ଦାସ, ସାନ ବୋହୁ ସରୋଜିନୀ ଦାସ, ବଡ ଝିଅ ସୁପ୍ରଭା ମହାନ୍ତି, ଜାମାତା ରୁଦ୍ର କିରଣ ମହାନ୍ତି, ନାତି ସୌମ୍ୟ ରଞ୍ଜନ ମହାନ୍ତି, ସାନ ନାତି ମନୋରଞ୍ଜନ ମହାନ୍ତି, କୃଷ୍ଣ ଚନ୍ଦ୍ର ଦାସ, ଶିବ ଶଙ୍କର ଦାସ, ହରି ହର ଦାସ, ଭାଇ ସୁଶାନ୍ତ ମହାନ୍ତି ଉପସ୍ଥିତ ଥିଲେ।ଶେଷ ଦର୍ଶନ ପାଇଁ ବାସଭବନରେ ବରିଷ୍ଠ ସେବାୟତ ମହାବୀର ସିଂହାରୀ, ଭାଜପା ନେତ୍ରୀ ତଥା ସମାଜସେବୀ ରଞ୍ଜିତା ପାଢ଼ୀ, କନକ ଟିଭି ବ୍ୟୁରୋ ଚିଫ ସିମାଞ୍ଚଳ ପାଢ଼ୀ, ସମ୍ବାଦ ର ସାମ୍ବାଦିକ ଶ୍ୟାମା କାନ୍ହା ପଟ୍ଟନାୟକ, ଇଣ୍ଡୋ ଏସିଆନ ଟାଇମସ ର ସାମ୍ବାଦିକ ପ୍ରମୋଦ କୁମାର ପୃଷ୍ଟି, ଧରିତ୍ରୀ ର ଫଟୋ ସାମ୍ବାଦିକ ଜାଗ୍ୟେଶ୍ୱର ମହାନ୍ତି, ଶ୍ରୀରାମ ସୁନ୍ଦରକାଣ୍ଡ ଚାରିଟେବୁଲ ଟ୍ରଷ୍ଟର କାର୍ତ୍ତିକ ଚରଣ ପଣ୍ଡା, ଓଡିଶା ବନାଟି ଆସୋସିଏସନ ତରଫରୁ ଜଗନ୍ନାଥ ସୁଆର, ହରଚଣ୍ଡୀ ସାହି ସରସ୍ବତୀ ଶିଶୁ ମନ୍ଦିର ଶିକ୍ଷୟତ୍ରୀ ଅଞ୍ଜଳି ପରିଡା ପ୍ରମୁଖ ଉପସ୍ଥିତ ଥିଲେ।କିଶୋରୀ ମଣି ଦାସଙ୍କୁ ଶୋଭାଯାତ୍ରାରେ ନେଇ ସ୍ୱର୍ଗଦ୍ୱାରରେ ଶେଷ କୃତ୍ୟ ସମ୍ପର୍ଣ୍ଣ ହୋଇଥିବା ବେଳେ ଜ୍ୟେଷ୍ଠ ପୁତ୍ର ଦେବଦତ୍ତ ମୁଖାଗ୍ନି ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.