Home ଓଡ଼ିଶା ଧର୍ମଶାଳା ପୀଡିତା ସ୍ମିତାରାଣୀଙ୍କ ପୈତୃକ ପରିବାର ରାଜ୍ୟ ଛାଡିବା ପ୍ରସଙ୍ଗ : ରାଜ୍ୟ ମାନବାଧିକାର କମିଶନଙ୍କ...

ଧର୍ମଶାଳା ପୀଡିତା ସ୍ମିତାରାଣୀଙ୍କ ପୈତୃକ ପରିବାର ରାଜ୍ୟ ଛାଡିବା ପ୍ରସଙ୍ଗ : ରାଜ୍ୟ ମାନବାଧିକାର କମିଶନଙ୍କ ପାଖରେ ଫେରାଦ ହେଲା କଂଗ୍ରେସ

597

ଭୁବନେଶ୍ୱର ତା ୧.୧୧ (ଓଡ଼ିଆ ପୁଅ) – ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ହରିଦାସପୁର ଗ୍ରାମ ପଂଚାୟତର ଭିଏଲ୍ଡବ୍ଲୁ ୰ ସ୍ମିତାରାଣୀ ବିଶ୍ୱାଳଙ୍କ ରହସ୍ୟମୟ ସନ୍ଦେହଜନକ ମୃତ୍ୟୁ ସଂପ୍ରତି ରାଜ୍ୟରେ ଗଭୀର ଆଲୋଡନ ସୃଷ୍ଟି କରିଛି। ଓଡିଶା ରାଜ୍ୟ ସରକାର ଓ ଯାଜପୁର ଜିଲ୍ଲା ପ୍ରଶାସନ ଏପରି ସ୍ପର୍ଶକାତର ଘଟଣା ପ୍ରତି ଆନ୍ତରିକତାର ସହ ତଦନ୍ତ ପ୍ରକ୍ରିୟାକୁ ଆଗେଇ ନେଇ ନଥିବାରୁ ପରିବାରବର୍ଗ, ଜିଲ୍ଲା ତଥା ରାଜ୍ୟବାସୀଙ୍କ ମନରେ ସନ୍ଦେହ ସୃଷ୍ଟି କରୁଛି। ଗତ ୧୬ ଅକ୍ଟୋବରରୁ ଏହି ଘଟଣା ଘଟିଥିଲେ ମଧ୍ୟ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ତରବରିଆ ଭାବେ ଗଣମାଧ୍ୟମକୁ ଦେଇଥିବା ବିବୃତି ତଦନ୍ତକୁ ବାଟବଣା କରୁଛି। ଫଳରେ ମୃତକଙ୍କ ପରିବାରକୁ ନ୍ୟାୟ ମିଳିବା ଆକାଶ କଇଁଆ ଚିଲିକା ମାଛ ପରି ଲାଗୁଛି। ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ବିବୃତି ସିଧାସଳଖ ଭାବରେ ତଦନ୍ତକାରୀ ଅଧିକାରୀଙ୍କ ଉପରେ ଚାପ ପ୍ରୟୋଗ କରିବା ଏବଂ ରହସ୍ୟମୟ ମୃତ୍ୟୁ ଘଟଣାର ତଦନ୍ତ ପ୍ରକ୍ରିୟାରେ ଡୋରି ବାନ୍ଧିବା ସଦୃଶ ହୋଇଥିବା ସ୍ଥଳେ ମୃତା ସ୍ମିତାରାଣୀଙ୍କ ପିତାମାତା ଏବେ ରାଜ୍ୟ ଛାଡିବା ନିଷ୍ପତି ଗଣମାଧ୍ୟମରେ ଶିରୋନାମା ପାଲଟିଛି। ଝିଅ ସ୍ମିତାରାଣୀ ମୃତ୍ୟୁର ପରବର୍ତ୍ତୀ ସମୟରେ ପ୍ରଶାସନିକ ନିଷ୍କି୍ରୟତା ଓ ଅପରାଧିମାନଙ୍କ ଚାପ ଯୋଗୁଁ ପୈତୃକ ପରିବାରବର୍ଗ ଅତ୍ୟନ୍ତ ଭାରାକ୍ରାନ୍ତ ହୋଇ ରାଜ୍ୟ ଛାଡିବା ନିଷ୍ପତି ନେଇଛନ୍ତି। ତଦନ୍ତକୁ ବାଟବଣା କରିବା ପାଇଁ ଏହା ରାଜ୍ୟ ଏବଂ ଜିଲ୍ଲା ପ୍ରଶାସନର ପ୍ରାୟୋଜିତ କାର୍ଯ୍ୟକ୍ରମ ବୋଲି ରାଜ୍ୟ କଂଗ୍ରେସ ଅଭିଯୋଗ କରିବା ସହିତ ସ୍ମିତାରାଣୀର ପରିବାରକୁ କିଭଳି ପୋଲିସ ସୁରକ୍ଷା ଓ ଯଥା ବିଧି ନ୍ୟାୟ ମିଳିବା ପ୍ରସଙ୍ଗ ନେଇ ରାଜ୍ୟ କଂଗ୍ରେସର ଏକ ପ୍ରତିନିଧି ମଣ୍ଡଳୀ ରାଜ୍ୟ ମାନବାଧିକାର କମିଶନଙ୍କୁ ଭେଟି ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ। ଏହି ସ୍ମାରକ ପତ୍ରକୁ ତ୍ୱରିତ ଭାବରେ ଗ୍ରହଣ ଏବଂ ବିଚାର କରି କେନ୍ଦ୍ରାଂଚଳ ଡିଆଇଜିଙ୍କୁ ରିପୋର୍ଟ ତଲବ କରିବା ସହିତ ସ୍ମିତାରାଣୀ ପରିବାରକୁ କେଉଁ ପ୍ରକାର ସୁରକ୍ଷା ଯୋଗାଇ ଦିଆଯାଇଛି, ତାହା ଜଣାଇବାକୁ ମାନ୍ୟବର କମିଶନ ଅଧ୍ୟକ୍ଷ ଜଷ୍ଟିସ ବିମଳ ପ୍ରସାଦ ଦାସ ଏବଂ ମାନ୍ୟବର ସଭ୍ୟ ଅସୀମ ଅମିତାଭ ଦାସଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି।

ଏହି ପ୍ରତିନିଧି ଦଳରେ ବରିଷ୍ଠ ଆଇନଜୀବୀ ଶିବାନନ୍ଦ ରାୟ, ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ଯଜେ୍ଞଶ୍ୱର ବାବୁ, ଆଇନଜୀବୀ ନିଶିକାନ୍ତ ମିଶ୍ର, ଜିନେଶ ଦାସ, ସ୍ମୃତିରେଖା ପହି, ବନ୍ଦିତା ପରିଡା, ପଦ୍ମାକର ଗୁରୁ, ରଜନୀ ମହାନ୍ତି, ନରେଶ ମହାନ୍ତି, ଜ୍ଞାନଦେବ ବେଉରା, ବିଣାପାଣି ସାମଲ, ଅମୀୟ ପାଣ୍ଡବ, ଶୁଭଶ୍ରୀ ପଣ୍ଡା, ଦୀପକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.