Home ଜିଲ୍ଲା ପରିକ୍ରମା ଧର୍ମପ୍ରାଣା ମହିଳାଙ୍କ ପରଲୋକ

ଧର୍ମପ୍ରାଣା ମହିଳାଙ୍କ ପରଲୋକ

2

ଭଦ୍ରକ, ୧୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) –ରାନ୍ଦିଆ ଗ୍ରାମର ଧର୍ମପ୍ରାଣା ମହିଳା କମଳା ମହାପାତ୍ର(୯୭)ଙ୍କ ପରଲୋକ ଘଟିଛି। ବାର୍ଦ୍ଧକ୍ୟ ଜନୀତ ରୋଗରେ ପୀଡିତ ଥିବା ବେଳେ ଭଦ୍ରକ ମେଡିକାଲରେ ମୃତ୍ୟୁ ବରଣ କରିଥିଲେ। ସେ ଆଦର୍ଶ ସେବିକା, ସୁଗୃହିଣୀ, କବୟତ୍ରୀ ଓ ଧର୍ମପ୍ରାଣା ମହିଳା ଭାବେ କ୍ଷ୍ୟାତି ଲାଭ କରିଥିଲେ। ତାଙ୍କୁ ପୁରୀ ସ୍ୱର୍ଗଦ୍ୱାରରେ ଦାହ କରାଯାଇଥିଲା। ପୁଅ ସତ୍ୟପ୍ରିୟ ମୁଖାଗ୍ନି ଦେଇଥିଲେ। ସେ ବରିଷ୍ଠ ନାଗରୀକ ସୁରକ୍ଷା ମଂଚର ସଭ୍ୟ ଥିଲା ବେଳେ ତାଙ୍କ ମୃତ୍ୟୁରେ ଶୋକରଛାୟା ଖେଳିଯାଇଛି। ମଂଚ ସଭାପତି କୈଳାଶ ଚନ୍ଦ୍ର ଧଳ, ସମ୍ପାଦକ ରଞ୍ଜନ ଦାସ, ଉପ-ସଭାପତି ଚିତରଞ୍ଜନ ସାମନ୍ତରାୟ, ଗୋଲକ ପୃଷ୍ଟି ପ୍ରମୁଖ ଶୋକବ୍ୟକ୍ତ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.