Home କେନ୍ଦୁଝର ପୁର୍ବତନ ସମଣା ପଞ୍ଚାୟତ ସରପଞ୍ଚଙ୍କ ପରଲୋକ

ପୁର୍ବତନ ସମଣା ପଞ୍ଚାୟତ ସରପଞ୍ଚଙ୍କ ପରଲୋକ

53

ହାଟଡିହି- ୭/୮: (ଓଡିଆପୁଅ / ବିକାଶ ବିଶ୍ୱାଳ) ସମଣା ପଞ୍ଚାୟତର ପୁର୍ବତନ ସରପଞ୍ଚ ମଣିଚରଣ ଜେନାଙ୍କ ୮୦ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ୨୦୦୨ରୁ ୨୦୦୬ ପର୍ଯ୍ୟନ୍ତ ସମଣା ପଞ୍ଚାୟତର ସରପଞ୍ଚ ଭାବେ ସଫଳତାର ସହ କାର୍ଯ୍ୟକରି ଥିଲେ । ଗତ ବୁଧବାର ଦିନ ମଧ୍ୟାହ୍ନରେ ତାଙ୍କ ଗିରିଗାଁ ସ୍ଥିତ ବାସଭବନରେ ତାଙ୍କର ପରଲୋକ ଘଟିଥିଲା । ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ପୁଅ ବିନୟ, ଅନୁରାଧା, ସନ୍ଦିପ, ଅନନ୍ୟା ପ୍ରମୁଖ ଉପସ୍ଥିତ ଥିଲେ । ଖବରପାଇ ସମଣା ସରପଞ୍ଚ ପତିତ ପାବନ ନନ୍ଦ, ପୁର୍ଣ୍ଣଚନ୍ଦ୍ର ନାୟକ, ଗୌରାଙ୍ଗ ପାଢ଼ୀ, ରମେଶ ଚନ୍ଦ୍ର ଜେନାଙ୍କ ସାମତ ବହୁମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷଦର୍ଶନ କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ । ପରେ ତାଙ୍କ ମରଶରୀରକୁ ଏକ ଶୋଭାଯାତ୍ରାରେ ନିଆଯାଇ ବୈତରଣୀ କୁଳରେ ଶେଷକୃତ୍ତ୍ୟ ସମ୍ପର୍ଣ୍ଣ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.