Home ଜିଲ୍ଲା ପରିକ୍ରମା ଦ୍ୱାଦଶ ଓ ଦଶମ ଶ୍ରେଣୀ ପରୀକ୍ଷାରେ ଏସ୍‌ବିଡି ଇଣ୍ଟରନ୍ୟାସନାଲ ସ୍କୁଲର ସଫଳତା

ଦ୍ୱାଦଶ ଓ ଦଶମ ଶ୍ରେଣୀ ପରୀକ୍ଷାରେ ଏସ୍‌ବିଡି ଇଣ୍ଟରନ୍ୟାସନାଲ ସ୍କୁଲର ସଫଳତା

161

ଭଦ୍ରକ, ୧୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚଳିତ ବର୍ଷ ଦ୍ୱାଦଶ ଓ ଦଶମ ଶ୍ରେଣୀ (ସିବିଏସ୍‌ଇ) ପରୀକ୍ଷାରେ ଏସ୍‌ବିଡି ଇଣ୍ଟରନ୍ୟାସନାଲ ସ୍କୁଲର ସମସ୍ତ ପରୀକ୍ଷାର୍ଥୀ କୃତିତ୍ୱର ସହ ଉତ୍ତୀର୍ଣ୍ଣ ହେବା ସହ ବିଗତ ବର୍ଷମାନଙ୍କ ପରି ସ୍କୁଲର ଗର୍ବ ଓ ଗାରିମାକୁ ବଜାୟ ରଖିବାରେ ସକ୍ଷମ ହୋଇଛନ୍ତି । ଦ୍ୱାଦଶ ଶ୍ରେଣୀ ବିଜ୍ଞାନ ବିଭାଗରେ ପିଙ୍କି ଗୁପ୍ତା ସର୍ବାଧିକ ୯୫.୨ ପ୍ରତିଶତ ନମ୍ବର ରଖି ବିଦ୍ୟାଳୟର ଟପ୍ପର ହେବାର ଗୌରବ ଅର୍ଜନ କରିଛନ୍ତି । ଏହି ବିଦ୍ୟାଳୟର ବିଜ୍ଞାନ ବିଭାଗର ସମସ୍ତ ୯୯ଜଣ ଛାତ୍ରଛାତ୍ରୀ କୃତିତ୍ୱର ସହ ପାଶ୍ କରିଛନ୍ତି । ସେହିଭଳି ବାଣିଜ୍ୟ ବିଭାଗରେ ସମସ୍ତ ପରୀକ୍ଷାର୍ଥୀ ସମ୍ମାନର ସହ ସଫଳତା ଲାଭ କରିଥିବା ବେଳେ ଚଞ୍ଚଲ ଠକ୍କର ସର୍ବାଧିକ ୯୧ ପ୍ରତିଶତ ମାର୍କ ରଖି ଏହି ବିଭାଗର ଟପ୍ପର ହୋଇଛନ୍ତି । ଅନ୍ୟପକ୍ଷରେ ଏହି ସ୍କୁଲର ଦଶମ ଶ୍ରେଣୀରେ ପରୀକ୍ଷା ଦେଇଥିବା ସମସ୍ତ ୧୧୮ଜଣ ପରୀକ୍ଷାର୍ଥି ମଧ୍ୟ ସଫଳତା ହାସଲ କରିପାରିଛନ୍ତି । ଦଶମ ଶ୍ରେଣୀର ଛାତ୍ର ସ୍ୱୟାଂଶୁ ମାହୁନ୍ତ ସର୍ବାଧିକ ୯୮ ପ୍ରତିଶକ ନମ୍ବର ରଖି ଦଶମ ପରୀକ୍ଷାରେ ଟପ୍ପର ହୋଇଛନ୍ତି । ଏହି ସଫଳତା ନିମନ୍ତେ ବିଦ୍ୟାଳୟର ଅଧ୍ୟକ୍ଷ, ଚେୟାରମ୍ୟାନ, ମ୍ୟାନେଜିଂ ଡାଇରେକ୍ଟର, ମୁଖ୍ୟ ଟ୍ରଷ୍ଟି, ମାର୍ଗ ଦର୍ଶକ, ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି । ସମସ୍ତଙ୍କ ସହଯୋଗ ଓ ସଦିଚ୍ଛାରୁ ଏହା ସମ୍ଭବ ହୋଇ ପାରିଛି ବୋଲି ବିଦ୍ୟାଳୟ କତ୍ତ୍‌ୃର୍ପକ୍ଷ ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.