Home ଓଡ଼ିଶା ଦେବଗଡ ଜିଲ୍ଲା କରୋନା ଅପଡେଟ୍

ଦେବଗଡ ଜିଲ୍ଲା କରୋନା ଅପଡେଟ୍

225

ଦେବଗଡ, ୦୧.୦୫ (ଓଡ଼ିଆ ପୁଅ/ପ୍ରଶାନ୍ତ ଭୁକ୍ତା) ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଗତ ୨୯ ଓ ୩୦ ତାରିଖରେ ସଂଗୃହୀତ ୭୮ଟି ସ୍ୱାବ୍ ନମୁନା ପରୀକ୍ଷଣ ପାଇଁ ପଠାଯାଇଛି। ଜିଲ୍ଲାକୁ ୩୦ ତାରିଖ ଦିନ ନୂତନ ଭାବରେ ୮୦ଜଣ ବ୍ୟକ୍ତି ବାହାରୁ ଆସିଛନ୍ତି। ସେମାନଙ୍କ ମଧ୍ୟରୁ ୭୮ଜଣ ଅନ୍ୟ ଜିଲ୍ଲାରୁ ଆସିଥିବାବେଲେ ୨ଜଣ ବାହାର ରାଜ୍ୟରୁ ଆସିଛନ୍ତି। ଉକ୍ତଦିନ ରିଆମାଳ ବ୍ଲକକୁ ୫, ବାରକୋଟ ବ୍ଲକକୁ ୨୯, ତିଲେଇବଣି ବ୍ଲକକୁ ୩୯ ଏବଂ ଦେବଗଡ ପୈାରାଂଚଳକୁ ୭ଜଣ ବ୍ୟକ୍ତି ଆସିଛନ୍ତି। ଅପ୍ରେଲ ମାସ ୩୦ ତାରିଖ ସୁଦ୍ଧା ଜିଲ୍ଲାକୁ ବାହାର ସ୍ଥାନରୁ ମୋଟ ୨୫୭୨ଜଣ ଫେରିଥିବାବେଳେ୧୯୬୦ଜଣ ସେମାନଙ୍କ କ୍ୱାରେଣ୍ଟାଇନ ଅବଧି ଶେଷ କରିଛନ୍ତି। ବର୍ତମାନ ୬୧୨ଜଣ କ୍ୱାରେଣ୍ଟାଇନରେ ଥିବା ଜଣାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.