Home ଓଡ଼ିଶା ଦୁର୍ନିତୀ ନିବାରଣ ସଚେତନତା ସପ୍ତାହପାଳନ,ଜିଲ୍ଲାକୁ ଦୁର୍ନିତୀ ମୁକ୍ତ କରିବାପାଇଁ ସପଥ ପାଠ ।

ଦୁର୍ନିତୀ ନିବାରଣ ସଚେତନତା ସପ୍ତାହପାଳନ,ଜିଲ୍ଲାକୁ ଦୁର୍ନିତୀ ମୁକ୍ତ କରିବାପାଇଁ ସପଥ ପାଠ ।

21

ମାଲକାନଗିରି,୨୬ ।୧୦(ଓଡିଆ ପୁଅ ) ମାଲକାନଗିରି ପୌରପରିଷଦ ନଗରଭବନ ପରିସର ରେ ଜିଲ୍ଲାପ୍ରଶାସନ ଓ ଦୁର୍ନିତୀନିହବାରଣ ବିଭାଗ ପକ୍ଷରୁ ଦୁର୍ନିତୀ ନିବାରଣ ଜନ ସଚେତନତା ସପ୍ତାହ ଆଜି ପାଳିତ ହୋଇଯାଇଛି । ପୌରପରିଷଦ ସହକାରି ନିର୍ବାହି ଯନ୍ତ୍ରୀ ଇନ୍ଦୁମାଧବ ସରକାରଙ୍କ ପୌରହିତରେ ଅନୁଷ୍ଟିତ ସଭାରେ ମୁଖ୍ୟଅତିଥିଭାବେ ଜିଲ୍ଲାଗ୍ରାମ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ବାଳମୁକୁନ୍ଦ ଭୂୟାଁ,ମୁଖ୍ୟବକ୍ତାଭାବେ ମାଲକାିଗରି ଜିଲ୍ଲା ଦୁର୍ନିତୀ ନିବାରଣ ବିଭାଗ ଇନିସପେକ୍ଟର ଆର.ବିଜୟକୁମାର, ସମ୍ମାନିତ ଅତିଥି ଭାବେ ସାମ୍ବାଦିକ ରତ୍ନାକରଦାଶ ଓ ଦୁର୍ଯ୍ୟଧନପାତ୍ର ଯୋଗଦେଇ ଦେଶରେ ଦେଖା ଦେଇଥିବା ଦୁର୍ନିତୀ ରୂପକ ଚେରକୁ ହଟାଇ ଏକ ଦୁର୍ନିତୀ ମୁକ୍ତ ପ୍ରଗତୀଶୀଳ ରାଷ୍ଟ୍ରଗଠନ କରିବାପାଇଁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ମଚାଂଶିନ ଅତିଥି ଓ ସଭାରେ ଉପସ୍ଥିତ ଥିବା ସ୍ୱେଚ୍ଛାସେବି ଅନୁଷ୍ଟାନର କର୍ମକର୍ତା, ମହିଳାସ୍ୱୟଂ ସହାୟକ ଗୋଷ୍ଠି,ସରକାରି କର୍ମଚାରୀ, ବିଶିଷ୍ଟବ୍ୟକ୍ତି ବିଶେଷ ମାନେ ମାଲକାନଗରି ଜିଲ୍ଲାକୁ ଦୁର୍ନିତୀ ମୁକ୍ତଭାବେ ଘୋଷଣା କରିବା ପାଇଁ ପ୍ରଚେଷ୍ଠା ଜାରି ରଖିବେ ବୋଲି ଦୁର୍ନିତୀ ବିରୋଧରେ ସପଥପାଠ କରିଥିଲେ । ଏହିକାର୍ଯ୍ୟକ୍ରମକୁ ସ୍ୱଚ୍ଛଭାରତ ମିଶିନର ବୈଷୟୀକ ଅଧିକାରୀ ଇଂ ଲିଙ୍ଗରାଜ ପାଳ ପରିଚାଳନା କରିଥିଲେ । ଅନୁରୁପ ମାଲକାନଗିରି ସରାକାରୀ ବାଳିକା ଉଚ୍ଚବିଦ୍ୟାଳୟ ପରିସରରେ ମଧ୍ୟ ଦୁର୍ନିତୀ ନିବାରଣ ସପ୍ତାହ ପାଳନ ହୋଇଯାଇଛି । ଏହି ଅବସରେ ବିଡିଓ, ବ୍ଲକଶିକ୍ଷାଅଧିକାରୀ,ଅତିରିକ୍ତ ବ୍ଲକ ଶିକ୍ଷାଅଧିକାରୀ,ବିଆରସିସି,ସିଆରସିସି,ବିଭିନ୍ନ ବିଦ୍ୟାଳୟର ପ୍ରଧାନଶିକ୍ଷକ ମାନେ ଉପସ୍ଥିତ ରହି ଦୁର୍ନିତୀ ନିବାରଣ ସଂପର୍କରେ ସତ୍ୟନିଷ୍ଠା ପାଠ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.