Home ଓଡ଼ିଶା ପୋଷ୍ଟଅଫିସରେ ଲିଙ୍କଫେଲ,ଡାକବିଭାଗ କାର୍ଯ୍ୟରେ ବାଧା,ଗ୍ରାହକ ହନ୍ତସନ୍ତ

ପୋଷ୍ଟଅଫିସରେ ଲିଙ୍କଫେଲ,ଡାକବିଭାଗ କାର୍ଯ୍ୟରେ ବାଧା,ଗ୍ରାହକ ହନ୍ତସନ୍ତ

42

ମାଲକାନଗିରି ,୨୬ା୧୦ (ଓଡିଆ ପୁଅ ) କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ଙ୍କ ଡିଜିଟାଲ ଇଣ୍ଡିଆ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାବାସୀଙ୍କ ପାଇଁ ପ୍ରହସନ ପାଲଟିଛି । ଜିଲ୍ଲା ସଦର ମହକୁମାସ୍ଥ ମୁଖ୍ୟ ପୋଷ୍ଟଅଫିସରେ ମାସକୁ ପ୍ରାୟ୧୫ରୁ ୨୦ଦିନ ଲିଙ୍କଫେଲ ରହୁଥିବାରୁ ଡାକ ବିଭାଗ କାର୍ଯ୍ୟରେ ଘୋର ବାଧା ସୃଷ୍ଠି ହେବା ସହିତ ଗ୍ରାହକ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଗତ୭ତାରିଖ ଠାରୁ ଆଜି ପର୍ଯ୍ୟନ୍ତ ମୁଖ୍ୟଡାକଘର ସହିତ ଡିଏନକେ ଶାଖା ପୋଷ୍ଟ ଅଫିସେରେ ଲିଙ୍କ ଫେଲ ଥିବାରୁ ଆର.ଡି.ପି.ଏଲ.ଆଇ,ସଚଂୟ,ଉଠାଣ,ଫିକ୍ସ ଡିପୋଜିଟ,ମହିଳାସ୍ୱୟଂ ସହାୟକ ଗୋଷ୍ଟି ମାନଙ୍କ ଜମାଖାତାରେ ଟଙ୍କା ଉଠାଣ,ଟଙ୍କା ସଂଚୟ ହୋଇପାରୁନଥିବାରୁ ସାଧାରଣ ଗ୍ରାହକ ଓ ସରାକାରି କର୍ମଚାରୀ ମାନେ ବାରମ୍ବାର ଡାକଘରକୁ ଯାଇ ନିରାଶ ହୋଇ ପେରୁଛନ୍ତି । ଏହା ବ୍ୟତିତ ଡାକ ଟିକେଟ,ପୋଷ୍ଠକାର୍ଡ,ମେଘଦୂତ ପୋଷ୍ଟ କାର୍ଡ,ଏନଭଲପ,ଇନ୍ ଲାଣ୍ଡ ଲେଟର ଆବଶ୍ୟକୀୟ ପରିମାଣର ଡାକଘର ମାନଙ୍କରେ ଉପଲବ୍ଧ ହେଉନାହିଁ । ଏହି ସବୁ ସରିଗଲେ ଜୟପୁର ମୁଖ୍ୟ ଡାକକାର୍ଯ୍ୟାଳୟ ରୁ ଆସିଥାଏ , ଦୀର୍ଘ୧୦୦ କିଲେମିଟ ହୋଇଥିବାରୁ ସେଠାକୁ ଯାଇ କର୍ମଚାରୀ ମାନେ ଆଣିବା ପାଇଁ କୁଠିଂତ ହେଉଛନ୍ତି । ବିଦ୍ୟୁତ ପଳାଇଗଲେ ମୁଖ୍ୟଡାକଘର ର ସମସ୍ତ କାମବନ୍ଦ ହୋଇଯାଇଥାଏ,ଏଠାରେ ଥିବା ଜେନେରେଟର ଟି ବହୁଦିନ ଅଚଳ ହୋଇ ପଡିରିହିଥିଲେ ମଧ୍ୟ ବିଭାଗୀୟ କର୍ତୁ ପକ୍ଷଙ୍କ ଏଥି ପ୍ରତି ନଜର ପଡୁନାହିଁ ।ଏହି ସବୁ ସମସ୍ୟା ପ୍ରତି ଗୁରୁତ୍ୱ ଦେବା ପାଇଁ ଅଖିଳଭାରତୀୟ ଗ୍ରାହକ ପଚାଂୟତ ମାଲକାନଗରି ଜିଲ୍ଲା ସଂଯୋଜକ ରାମକୃଷ୍ଣ ଚୌଧୂରୀ ଭୁବନେଶ୍ୱର ମୁଖ୍ୟ ମହାଡାକପାଳ ଙ୍କ ନିକଟକୁ ଏକ ଦରଖାସ୍ତ ପଠାଇଛନ୍ତି । ଏହି ଦରଖାସ୍ତର ନକଲ ମାଲକାନଗିରି ଜିଲ୍ଲାପାଳ,ମହାଡାକପାଳ ବ୍ରହ୍ମପୁର,ବରିଷ୍ଠ ଡାକ ନିରିକ୍ଷକ ଜୟପୁର କୋରାପୁଟ ଙ୍କ ନିକଟକୁ ସୁଚନା ଓ ବିହିତ କାର୍ଯ୍ୟାନୁଷ୍ଟାନ ନିମନ୍ତେ ପ୍ରେରଣ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.