Home ଓଡ଼ିଶା ଦୁର୍ଘଟଣା ରେ ୩ ମୃତ ପରିବାରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିପ ଫଣ୍ଡରୁ ୧.୫ ଲକ୍ଷ ଟଙ୍କାର ସହାୟତା

ଦୁର୍ଘଟଣା ରେ ୩ ମୃତ ପରିବାରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିପ ଫଣ୍ଡରୁ ୧.୫ ଲକ୍ଷ ଟଙ୍କାର ସହାୟତା

66

ମାଲକାନଗିରି,୨୬ା୮ (ଓଡିଆ ପୁଅ ) ମାଲକାନଗିରି କାଲିମେଳା ୩୨୬ନମ୍ବର ଜାତୀୟ ରାଜପଥ ରେ ମର୍ମଦୁନ୍ତ ଦୁର୍ଘଟଣାରେ ତିନିଜଣଙ୍କ ମୃତ୍ୟୁ ଘଟଥିଲା । ଏହି ତିନି ମୃତକ ପରିବାରଙ୍କ ଦଶାହ କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ୫୦ହଜାର ଟଙ୍କା ଲେଖା ମୋଟ ଦେଡଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶ କ୍ରମେ ମନ୍ତ୍ରୀ ଶ୍ରୀମତୀ ପଦ୍ନିନୀ ଦିଆନ ,ବିଧାୟକ ପୂଣ୍ଣ ର୍ ଚନ୍ଦ୍ର ବାକା ସ୍ୱତନ୍ତ୍ର ଉନ୍ନୟନ ବିକାଶ ପରିଷଦ ଅଧ୍ୟକ୍ଷ ମାନସ ମାକାମି,ବିଜେଡି କାର୍ଯ୍ୟକାରି ସଭାପତି ଦୁର୍ଗାପ୍ରସାଦ ତ୍ରୀପାଠୀ,ଉପଦେଷ୍ଠା ରାଜେନ୍ଦ୍ର କୁମାର ପଣ୍ଡା,ସାଧରଣ ସଂପାଦକ ଗୋପାଳ ପଣ୍ଡା,ଜିଲ୍ଲାସାଂଗଠାନିକ ସଂପାଦକ ନୃସିଂହ ଚରଣ ମହାନ୍ତି,ଯୁବସଭାପତି ଆଡମା ରାବା ଓ ପ୍ରମୁଖ ବିଜେଡି ନେତା କର୍ମୀ ମାନେ ସେହି ମୃତପରିବାର ଙ୍କ ଗାଁକୁ ଗସ୍ତ କରି ମୃତ ପରିବାରଙ୍କୁ ସାକ୍ଷାତକରି ସମବେଦନା ଜଣାଇବା ସହିତ ସେମାନଙ୍କୁ ୫୦ହଜାର ଲେଖା ଟଙ୍କା ସହାୟତା ରାଶି ପ୍ରଦାନ କରିଥିଲେ । ସୁଚନା ଯୋଗ୍ୟ ଯେ ଶନିବାର ରାତ୍ରରେ ଏମଭି୧୬ ଗ୍ରାମ ନିକଟରେ ଏକ ଚିପ୍ସବୋଝେଇ ଟ୍ରାକ୍ଟର ଖରାପ ହୋଇ ଯିବାରୁ ରାସ୍ତାକଡରେ ଠିଆ ହୋଇ ଥିବା ବେଳେ ଆନ୍ଦ୍ରପ୍ରଦେଶ ଗୁଠୁଂର ରୁ ଏକ ସିମେଟଂ ବୋଝେଇ ଟ୍ରକ ମାଲକାନଗରି ଅଭି ମୁଖେ ଆସୁଥିବା ବେଳେ ହଟାତ ସେହି ଟ୍ରାକ୍ଟର କୁ ଧକ୍କାଦେଇଥିଲା, ଏହି ଦୁର୍ଘଟଣାରେ ଟ୍ରାକ୍ଟର ରେ ବସିଥିବା ଗୌଡଗୁଡା ଗ୍ରାମର କିଶୋର ଗୌଡ(୩୩),ଲକ୍ଷମ୍‌ଣ ଗୌଡ,ମୁଣ୍ଡାଗୁଡା ଗ୍ରାମର ରୁଦ୍ରନାୟକ ଙ୍କ ମୃତ୍ୟୁ ଘଟିଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.