ଭଦ୍ରକ, ୧୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଗ୍ରାମାଂଚଳ ଥାନା ଅନ୍ତର୍ଗତ ୧୬ନମ୍ୱର ଜାତୀୟ ରାଜପଥର ଦମକଳ ଅଫିସ ସାମ୍ନାରେ ଏକ ବାଇକ ଆରୋହୀ ଉପରେ ଚଡିଗଲା ସିମେଂଟ ବୋଝେଇ ଟ୍ରକ। ସୂଚନା ଅନୁସାରେ ସିମୁଳିଆ ଥାନା ଅନ୍ତର୍ଗତ ମଇତାପୁରର ମଞ୍ଜୁରୀ ପୋଖରୀ ଗାଁର ଜଗନ୍ନାଥ ଦଳାଇ (୨୧) ରାଣୀତାଲରୁ ଭଦ୍ରକ ଲୋକାଲ ରୋଡ଼ରେ ଦମକଳ ଅଫିସ ସାମ୍ନାରେ ଥିବା ଡାଇଭରସନ ଜାତୀୟ ରାଜପଥକୁ ଉଠୁଥିବା ବେଳେ ପଛରୁ ଏକ ସିମେଂଟ ବୋଝେଇ ଟ୍ରକ ଗାଡି ଉପରେ ମାଡି ଯାଇଥିଲା। ଘଟଣା ସ୍ଥଳରେ ଶ୍ରୀ ଦଳାଇଙ୍କର ପ୍ରାଣବାୟୁ ଉଡିଯାଇଥିଲା। ଦୁର୍ଘଟଣା ଘଟାଇ ଟ୍ରକଟି ପଲାଇ ଯାଇଥିବା ବେଳେ ଗ୍ରାମାଂଚଳ ପୋଲିସ ପହଂଚି ତଦନ୍ତ କରୁଥିବା ଜଣାପଡିଛି। ଏହି ଦମକଳ ଅଫିସ ସାମ୍ନାରେ ପ୍ରତିଦିନ କିଛି ଖାଲି ଟ୍ରକ ଠିଆ ହୋଇ ରହୁଥିବା ଯୋଗୁ ଏଭଳି ଦୁର୍ଘଟଣା ବାରମ୍ବାର ଘଟୁଛି ବୋଲି ସ୍ଥାନୀୟ ଲୋକ ପ୍ରକାଶ କରିଛନ୍ତି।






