Home ଓଡ଼ିଶା ଯୋଡା – ବିଷାକ୍ତ ଖାଦ୍ୟ ଖାଇ ମଣ୍ଟେକାର୍ଲୋ କର୍ମଚାରୀଙ୍କ ମୃତ୍ୟୁ

ଯୋଡା – ବିଷାକ୍ତ ଖାଦ୍ୟ ଖାଇ ମଣ୍ଟେକାର୍ଲୋ କର୍ମଚାରୀଙ୍କ ମୃତ୍ୟୁ

179

ଯୋଡା – ୨୧/୦୨ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଜାତୀୟ ରାଜପଥ ୫୨୦ର ନିର୍ମାଣ କାର୍ଯ୍ୟ କରୁଥିବା ମଣ୍ଟେକାର୍ଲୋର ଅସ୍ଥାୟୀ କ୍ୟାମ୍ପରେ ମନୋଜ ତିୱାରୀ (୪୫) ଜଣେ ସୁପରଭାଇଜର ଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟିଥିବା ଜଣାପଡିଛି । ମଣ୍ଟେକାର୍ଲୋ କର୍ମଚାରୀଙ୍କ ଠାରୁ ଜଣାପଡିଛି ଯେ, ଗୁରୁବାର ରାତିରେ ପ୍ରତିଦିନ ଭଳି ରାତ୍ରୀ ଭୋଜନ କରି ନିଜ ରୁମରେ ଶୋଇବାକୁ ଯାଇଥିଲେ । ସକାଳୁ ତାଙ୍କର ପ୍ରଚୁର ଝାଡା ବାନ୍ତି ହୋଇଥିଲା । ତେବେ ତାଙ୍କୁ ଟାଟ କମ୍ପାନୀ ଡାକ୍ତରଖାନାକୁ ଅଣାଯାଇଥିବା ବେଳେ ରାସ୍ତାରେ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା । ଖାଦ୍ୟ ବିଷାକ୍ତ ହେବା ଯୋଗୁଁ ଏପରି ଘଟିଥିବା କୁହାଯାଉଥିବା ବେଳେ ମୃତ୍ୟୁର ସଠିକ୍ କାରଣ ଜଣାପଡିନାହିଁ । ଶୁକ୍ରବାର ଦିନ ତାଙ୍କ ମୃତ ଦେହକୁ ଟାଟା କମ୍ପାନୀ ଡାକ୍ତରଖାନାରେ ଥିବା ମର୍ଚ୍ୟୁରିରେ ରଖାଯାଇଛି । ତାଙ୍କର ଘର ଦକ୍ଷଣ ପଶ୍ଚିମଦିଲ୍ଲୀ କୋଟଲା ବିହାର, ଫେଜ-୨ ରେ ବୋଲି ଜଣାପଡିଛି । ତେବେ ତାଙ୍କର ପରିବାର ଲୋକଙ୍କୁ ଖବର ଦିଆଯାଇଛି । ସେମାନେ ପହଞ୍ଚିଲେ ତାଙ୍କର ମୃତ ଦେହକୁ ହସ୍ତାନ୍ତର କରାଯିବ ବୋଲି ପୁଲିସ କହିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.