Home ଅନୁଗୁଳ ଦୁର୍ଗମ ଅଞ୍ଚଳରେ ମାକ୍ସ ବଣ୍ଟନ ସହ କରୋନା ସଚେତନ କରାଇଲେ କିଶୋରନଗର ବ୍ଲକ ଅଧ୍ୟକ୍ଷା

ଦୁର୍ଗମ ଅଞ୍ଚଳରେ ମାକ୍ସ ବଣ୍ଟନ ସହ କରୋନା ସଚେତନ କରାଇଲେ କିଶୋରନଗର ବ୍ଲକ ଅଧ୍ୟକ୍ଷା

328

ଆଠମଲ୍ଲିକ,୨୨/୪(ଓଡ଼ିଆ ପୁଅ/ଜିତେନ୍ଦ୍ର ସାହୁ): ଦୁର୍ଗମ ଅଞ୍ଚଳକୁ ଗସ୍ତ କରି ମାକ୍ସ ବଣ୍ଟନ କରିବା ସହ ଲୋକଙ୍କୁ କରୋନା ସମ୍ପର୍କରେ ସଚେତନ କରାଇଛନ୍ତି ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକ ଅଧ୍ୟକ୍ଷା ବବିତା ପ୍ରଧାନ lକରୋନା ର ମୁକାବିଲା ପାଇଁ ସମସ୍ତେ ତତ୍ପର ହୋଇଥିବା ବେଳେ ଓଡ଼ିଶା ସରକାର ରାଜ୍ୟରେ ମାକ୍ସ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି l ତେବେ ଦିନ ମଜୁରିଆଙ୍କ ପାଇଁ ମାକ୍ସ ଟିଏ କିଣିବା ମଧ୍ୟ କଠିନ ହୋଇପଡିଛି l ଏଭଳି ସମୟରେ ସେମାନଙ୍କ ପାଇଁ ଦେବଦୁତ ସାଜିଛନ୍ତି କିଶୋରନଗର ବ୍ଲକ ଅଧ୍ୟକ୍ଷା ବବିତା ପ୍ରଧାନ l ବବିତା କିଶୋରନଗର ବ୍ଲକର ବାମୁର ପଂଚାୟତର ରଙ୍ଗମାଟିଆ, ନକଟିନାଳି, କଳାବେଡା,ଗ୍ରାମକୁ ଗସ୍ତ କରି ସମସ୍ତଙ୍କୁ ମାକ୍ସ ବଣ୍ଟନ କରିବାସହ ଲୋକଙ୍କୁ ସଚେତନ କରାଇଛନ୍ତି l ଯାହାକୁ ସ୍ଥାନୀୟ ଲୋକେ ବେଶ ପ୍ରଶଂସା କରିଛନ୍ତି l

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.