Home ଅପରାଧ ଦୁଇଟି ସ୍ଥାନରେ ଦୁଷ୍କର୍ମ ଅଭିଯୋଗରେ ଦୁଇ ଜଣ ଗିରଫ

ଦୁଇଟି ସ୍ଥାନରେ ଦୁଷ୍କର୍ମ ଅଭିଯୋଗରେ ଦୁଇ ଜଣ ଗିରଫ

590

ମାଲକାନଗିରି, ୫ା୧ (ଓଡ଼ିଆ ପୁଅ ) ମାଲକାନଗିରି ଜିଲ୍ଲାପୁଲିସକୁ ପୁଣି ମିଳିଛି ସଫଳତା, ଓରକେଲ ଥାନା ଓ ମୁଦୁଲିପଡା ଥାନାର ଦୁଇଟି ସ୍ଥାନରେ ଦୁଷ୍କର୍ମ କରିବା ଅଭିଯୋଗରେ ୨ଜଣଙ୍କୁ ପୁଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଛନ୍ତି। ଗତ ୨୮ା୧୧ା୨୦୧୮ ରେ ଓରକେଲ ଥାନାସ୍ଥ ସୋମନାଥପୁର ଗ୍ରାମରେ ଜଣେ ଯୁବତୀ ପାଖ ଘରକୁ ଟିଭି ଦେଖିବାକୁ ଯାଇଥିବାବେଳେ ସେହି ଗ୍ରାମର ଧନେଶ୍ୱର ଖିଲ ନାମକ ଯୁବକ ଜବର ଦସ୍ତ ଟେକିନେଇ ତାଙ୍କ ସହିତ ଦୁଷ୍କର୍ମ କରିଥିଲେ। ଏ ଘଟାଣା ସଂପର୍କରେ ଗ୍ରାମବାସୀ ମାନେ ଏକ ବୈଠକ ଡାକି ପିଡିତାଙ୍କୁ ବିବାହ ହେବାପାଇଁ ପରାମର୍ଶ ଦେଇଥିଲେ ମଧ୍ୟ ଅଭିଯୁକ୍ତ ଏହା କୁ ଫାଙ୍କିଦେଇ ଫେରାର ହୋଇ ଯାଇଥିଲେ। ପରିବାର ଲୋକେ ଏ ସଂପର୍କରେ ଓରକେଲ ଥାନାରେ ଅଭିଯୋଗ କରିବାପରେ ପୁଲିସ ତଦନ୍ତ ଚଳାଇ ଅଭିଯୁକ୍ତ ଧନେଶ୍ୱରଙ୍କୁ ଗତକାଲି ସନ୍ଧ୍ୟାରେ ଗିରଫ କରିଛନ୍ତି। ଠିକ ସେହିପରି ମୁଦୁଲିପଡା ଥାନାସ୍ଥ ପଦିଆଗୁଡା ଗ୍ରାମରେ ମଧ୍ୟ ଏକ ବଳତ୍କାର ଘଟଣା ଘଟିଯାଇଛି। ସେହି ଗ୍ରାମର ଜଣେ ଯୁବତୀ ଜମିରେ ଧାନକାଟୁଥିବା ସମୟରେ ଶୁକ୍ରା ଓରଫ ଘାଷି ମୁଦୁଲି(୩୫) ନାମକ ଯୁବକ ତା ନିକଟକୁ ଯାଇ ବିବାହ ହେବାର ପ୍ରଲୋଭନ ଦେଖାଇ ତା ସହିତ ଶାରୀରିକ ସଂପର୍କ ରଖିଥିଲେ। ଏମତି ସେହି ଯୁବତୀ ସହିତ ବାରମ୍ବାର ଶାରୀରିକ ସଂପର୍କ ରଖିବାରୁ ଯୁବତୀ ଜଣକ ଗର୍ଭବତୀ ହେବାରୁ ଘର ଲୋକେ ଜାଣି ପାରିଥିଲେ। ଗ୍ରାମବାସୀମାନେ ସେହି ଯୁବକକୁ ବିବାହ ହେବାପାଇଁ କହିବାରୁ ସେ ଫାଙ୍କିଦେଇ ଫେରାର ହୋଇ ଯାଇଥିଲେ। ଏ ସଂପର୍କରେ ପରିବାର ଲୋକେ ମୁଦୁଲିପଡା ଥାନାରେ ଏତଲା ଦେବାପରେ ପୁଲିସ ତଦନ୍ତ ଆରମ୍ଭ କରିଦେଇଥିଲେ। ବିଭିନ୍ନ ସ୍ଥାନରେ ଖାନତଲାସି କରିବାପରେ ଆଜି ଅଭିଯୁକ୍ତ ଘାଷି ମୁଦୁଲିଙ୍କୁ ମୁଦୁଲିପଡା ଥାନା ପୁଲିସ ଗିରଫ କରିଛନ୍ତି। ଆଜି ମାଲକାନଗିରି ଏସପି ଜଗମୋହନ ମୀନା ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇଥିବା ସେହି ଦୁଇ ଯୁବକଙ୍କୁ ସାମ୍ବାଦିକ ସମ୍ମିଳନୀରେ ପ୍ରଦର୍ଶନ କରି ସେମାନଙ୍କ କୁକର୍ମ ସଂପର୍କରେ କହିଥିଲେ। ଆଜି ସେହି ଦୁଇ ଅଭିଯୁକ୍ତଙ୍କୁ ପୁଲିସ କୋର୍ଟ ଚାଲଣ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟାନ୍ୟମାନଙ୍କ ମଧ୍ୟରେ ଏସଡିପିଓ ଶ୍ରବଣ ବିବେକ ଏମ, ଏସଡିପିଓ ମାନସ ରଜଂନ ବାରିକ, ମାଲକାନଗିରି ଥାନା ଆଇଆଇସି ସୌମେନ୍ଧୁ ଶେଖର ତ୍ରୀପାଠୀ, ମୁଦୁଲିପଡା ଓ ଓରେକଲ ଥାନା ଆଇଆଇସି ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.