Home ଜଗତସିଂହପୁର ଦୀର୍ଘ ସାତ ବର୍ଷପରେ ବି କାର୍ଯ୍ୟକ୍ଷମ ହେଉନି ବିଦ୍ୟୁତ ଟ୍ରାନ୍ସଫରମର

ଦୀର୍ଘ ସାତ ବର୍ଷପରେ ବି କାର୍ଯ୍ୟକ୍ଷମ ହେଉନି ବିଦ୍ୟୁତ ଟ୍ରାନ୍ସଫରମର

110

ତିର୍ତ୍ତୋଲ ୧୭/୫ (ଓଡ଼ିଆ ପୁଅ/ଟୁକନ ସେଠୀ) – ତିର୍ତ୍ତୋଲ ବିଦ୍ୟୁତ ବିଭାଗ ଅଧିନରେ ଥିବା କୋଲର ବିଦ୍ୟୁତ ଉପ ବିଭାଗର ଅନୋଳି ପାଟଣା ଗ୍ରାମରେ ଦୀର୍ଘ ଦିନ ହେବ ବିଦ୍ୟୁତ ସମସ୍ୟା ଲାଗି ରହିଛି। ବିଭାଗୀୟ ଯନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଜଗତସିଂହପୁର ଜିଲ୍ଲାପାଳଙ୍କୁ ଏକାଧିକବାର ଅଭିଯୋଗ କଲେ ମଧ୍ୟ ସ୍ଥାନୀୟ ଅଞ୍ଚଳର ବିଦ୍ୟୁତ ସମସ୍ୟା ଦୂର ହୋଇପାରିନଥିବା ଜଣାପଡ଼ିଛି। ୨୦୧୩ ମସିହାରୁ ହଂସୁରା ଓ କାଠକୋଟ ପଞ୍ଚାୟତର ବିଦ୍ୟୁତ ଉପଭୋକ୍ତାମାନଙ୍କୁ ବିଦ୍ୟୁତ ଯୋଗାଇଦେବାପାଇଁ ୬୩ କେ.ଭି ବିଶିଷ୍ଟ ଏକ ନୂତନ ଟ୍ରାନ୍ସଫରମର ଯୋଗାଇଦିଆଯାଇଛି। ସେହିଦିନ ଠାରୁ ଏହି ବିଦ୍ୟୁତ ଟ୍ରାନ୍ସଫରମର ଟିକୁ ବିଦ୍ୟୁତ ସଂଯୋଗ କରାନଯାଇ ଖୋସାଲପୁର ବାଲିକଣି ରାସ୍ତା ପାଶ୍ୱର୍ରେ ମାଟି ଉପରେ ରଖାଯାଇଛି। ତତ୍‌କାଳୀନ ଜିଲ୍ଲାପାଳଙ୍କୁ ତା-୮/୧୧/୨୦୧୩ ରିଖରେ ସ୍ଥାନୀୟ ଉପଭୋକ୍ତାମାନେ ଟ୍ରାନ୍ସଫରମର କାର୍ଯ୍ୟକ୍ଷମ କରିବାପାଇଁ ନିବେଦନ କରିଥିଲେ। ଜିଲ୍ଲାପାଳ ମେମୋ ନଂ ୨୩୧୨/ତା ୮/୧୧/୧୩ ରିଖରେ ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କୁ ଟ୍ରାନ୍ସଫରମର କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଆଦେଶ କାର୍ଯ୍ୟକାରି ନହେବାରୁ ତା ୧୪/୯/୨୦୧୪ ରିଖରେ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଉପଭୋକ୍ତାମାନେ ଅଭିଯୋଗ କରିଥିଲେ। ଦୀର୍ଘ ସାତ ବର୍ଷ ଧରି ବିଦ୍ୟୁତ ଟ୍ରାନ୍ସଫରମରଟି ରାସ୍ତା କଡ଼ର ମାଟି ଉପରେ ଥୁଆ ହୋଇ ନଷ୍ଟ ହେବାକୁ ବସିଥିବାବେଳେ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ। ଅପରପକ୍ଷରେ ଲୋ ଭୋଲଟେଜ୍ ସହିତ ବିଦ୍ୟୁତ ସମ୍ପର୍କିତ ଅନ୍ୟାନ ସମସ୍ୟାରେ ଉପଭୋକ୍ତା ଜର୍ଜରିତ ହୋଇ ଚାଲିଛନ୍ତି। ବାରମ୍ବାର ଅଭିଯୋଗ ସତ୍ୱେ ସୁଫଳ ନମିଳିବାରୁ ରାଜ୍ୟ ଶକ୍ତି ବିଭାଗ ସଚିବଙ୍କ ନିକଟରେ ଉପଭୋକ୍ତାମାନେ ଅଭିଯୋଗ କରିଥିଲେ। ସଚିବଙ୍କ ଚିଠି ନଂ ୨୯୩୬/ ତା ୩/୩/୨୦୨୦ରିଖରେ ବିଦ୍ୟୁତ ଟ୍ରାନ୍ସଫରମରଟିକୁ ତୁରନ୍ତ କାର୍ଯ୍ୟକ୍ଷମ କରାଯିବା ସହିତ ଉପଭୋକ୍ତାଙ୍କ ସମସ୍ୟା ପ୍ରତି ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏ ସମସ୍ୟା ସମ୍ପର୍କରେ କୋଲର ବିଦ୍ୟୁତ ଉପବିଭାଗ କନିଷ୍ଠ ଯନ୍ତ୍ରୀଙ୍କୁ ପଚାରିବାରୁ ସେ ଏ ସମସ୍ୟା ସମ୍ପର୍କରେ ଅବଗତ ଅଛନ୍ତି। ସମସ୍ୟା ସମାଧାନ ନହେବା ସମ୍ପର୍କରେ ପାରାଦ୍ୱିପ ଏକଜ୍ୟୁକ୍ୱିଟିଭ୍ ଇଂଜିନିୟର ଓ ତିର୍ତ୍ତୋଲ ଏସଡ଼ିଓଙ୍କୁ ପଚାରିଲେ ଭଲ ହେବବୋଲି କହିଥିଲେ। ଏକଜ୍ୟୁକ୍ୱିଟିଭ୍ ଇଂଜିନିୟର ଓ ତିର୍ତ୍ତୋଲ ଏସଡ଼ିଓଙ୍କ ମତାମତ ନେବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ କୌଣସି ଉତ୍ତର ମିଳିନଥିଲା। ତେବେ ଏହି ବିତ୍ୟୁତ ଟ୍ରାନ୍ସଫରମର କାର୍ଯ୍ୟକ୍ଷମ ହେବାକୁ ଲାଗିବା ସହିତ ଉପଭୋକ୍ତାମାନଙ୍କ ବିଦ୍ୟୁତ ସମସ୍ୟା ଦୂର ହେବ ତାହା ଖାଲି ଦେଖିବାକୁ ବାକି ରହିଲାବୋଲି ସ୍ଥାନୀୟ ଅଞ୍ଚଳର ଉପଭୋକ୍ତା, ବୁଦ୍ଧିଜିବୀ ଭ୍ରମରବର ମାଝି, ରଞ୍ଜନ କୁମାର ଶତପଥି, ସମିର ଓଝା, ପୂର୍ବତନ ସରପଞ୍ଚ ରବିନାରାୟଣ ଦାସ, ବିଜ୍ଞାନ ପ୍ରସାଦ ସାମନ୍ତରାୟ, ପ୍ରଦୀପ୍ତ କୁମାର ଦାସ, ନିରୋଜ କୁମାର ରଥ, ସତ୍ୟାନନ୍ଦ ମାଝି, ସୁଜ୍ଞାନ ଦାସ, ମହେଶ୍ୱର ରଥ, ସୂର୍ଯ୍ୟକାନ୍ତ ମହାପାତ୍ର, କ୍ଷୀରୋଦ କୁମାର ଓଝା ପ୍ରମୁଖ କ୍ଷୋଭର ସହିତ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.