Home ଓଡ଼ିଶା ଦିଲ୍ଲୀ ସରକାର କଲେ ଏକ ବଡ଼ ଘୋଷଣା, ଏବେ ମିଳିବ ୧୫ ଜିବି ଡାଟା

ଦିଲ୍ଲୀ ସରକାର କଲେ ଏକ ବଡ଼ ଘୋଷଣା, ଏବେ ମିଳିବ ୧୫ ଜିବି ଡାଟା

475

ନୂଆଦିଲ୍ଲୀ,୦୮/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ଦିନକୁ ଏବେ ମିଳିବ ୧୫ ଜିବି ଡାଟା ।  ଏନେଇ ଆଜି ଦିଲ୍ଲୀ ସରକାର ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ୧୧ ହଜାର ଓ୍ଵାଇଫାଇ ହଟ୍‌ସ୍ପଟ୍‌ ଲଗାଯିବ, ଯାହା ମଧ୍ୟରୁ ୪ ହଜାର ହଟ୍‌ସ୍ପଟ୍‌ କେବଳ ବସ୍‌ ଷ୍ଟପ୍‌ରେ ଲାଗିବ। ବାକି ୭ ହଜାର ପ୍ରତି ବିଧାନସଭାରେ ଲଗାଯିବ। ଏହାର ପ୍ରତ୍ୟେକ ୟୁଜରଙ୍କୁ ୧୫ ଜିବି ଡାଟା ଫ୍ରି ମିଳିବ।

ଗୁରୁବାର ହୋଇଥିବା କ୍ୟାବିନେଟ୍‌ ବୈଠକ ଏହି ପ୍ରସ୍ତାବକୁ ମଞ୍ଜୁରୀ ମିଳିଥିବା ବେଳେ କେଜରିଓ୍ଵାଲ ସରକାର ଏବେ ଲୋକମାନଙ୍କ ଡିମାଣ୍ଡକୁ ନଜରରେ ରଖି ଆହୁରି ୧ ଲକ୍ଷ ୪୦ ହଜାର କ୍ୟାମେରା ଲଗାଇବେ।

ଏହାପୂର୍ବରୁ ସରକାର ୧ ଲକ୍ଷ ୪୦ ହଜାର କ୍ୟାମେରା ଲଗାଇବା ପ୍ରସ୍ତାବକୁ ମଞ୍ଜୁରି ଦେଇଥିଲେ। ବର୍ତ୍ତମାନ ଏହା ବଢ଼ି ୨ ଲକ୍ଷ ୮୦ ହଜାର ହୋଇଯାଇଛି। ଅର୍ଥାତ୍‌ ପ୍ରତି ବିଧାନସଭାରେ ୪ ହଜାର କ୍ୟାମେରା ଲଗାଯିବ। ତେବେ ହଟ୍‌ସ୍ପଟ୍‌ ଏବଂ କ୍ୟାମେରା ଲଗାଯିବା ପ୍ରକ୍ରିୟା ଆଗାମୀ ୩-୪ ମାସ ମଧ୍ୟରେ ଆରମ୍ଭ କରି ଦିଆଯିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.