Home ଓଡ଼ିଶା କପଡ଼ା ଗୋଦାମରେ ଲାଗିଲା ଭୟଙ୍କର ନିଆଁ : ଗୋଟିଏ ପରିବାରର ୯ ମୃତ

କପଡ଼ା ଗୋଦାମରେ ଲାଗିଲା ଭୟଙ୍କର ନିଆଁ : ଗୋଟିଏ ପରିବାରର ୯ ମୃତ

358

ନୂଆ ଦିଲ୍ଲୀ ୨୩-୧୨ (ଓଡ଼ିଆ ପୁଅ) ରାଜଧାନୀ ଦିଲ୍ଲୀରେ ପୁଣି ଗୋଟିଏ ନିଆଁ ଲାଗିବା ଘଟଣାରେ ୯ ଜଣ ଲୋକଙ୍କର ମୃତ୍ୟୁ ହୋଇଯାଇଛି। ଦିଲ୍ଲୀର କିରାଡ଼ୀ ନାମକ ସ୍ଥାନରେ ଥିବା ଇନ୍ଦିରା ଇନକ୍ଲାଭରେ ଏକ କପଡ଼ା ଗୋଦାମରେ ନିଆଁ ଲାଗିବାରୁ ଏପର୍ଯ୍ୟନ୍ତ ୯ଜଣ ଲୋକଙ୍କର ମୃତ୍ୟୁ ହୋଇଛି। ଅନେକ ଲୋକ ଗମ୍ଭୀର ଭାବେ ଗୁରୁତର ହୋଇଥିବା କୁହାଯାଉଛି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଛି। କୁହାଯାଉଛି କି କପଡ଼ା ଗୋଦାମର ଗୋଟିଏ ଘର ଭିତରେ ଗ୍ରାଉଂଟ ଫ୍ଲୋରରେ ନିଆଁ ଲାଗିଥିଲା। ଘର ଭିତରେ ଥିଲେ ୧୨ ଜଣ ଲୋକ।

ପ୍ରାଥମିକ ଯାଞ୍ଚ ଅନୁଯାୟୀ ଗୋଦାମରେ ଶର୍ଟ ସର୍କିଟ କାରଣରୁ ନିଆଁ ଲାଗିଥିଲା। ନିଆଁ ଏତେ ଭୟଙ୍କର ଥିଲା କି ଏହା ସମ୍ପୂର୍ଣ୍ଣ ବିଲ୍ଡିଂଗକୁ ବ୍ୟାପିଯାଇଥିଲା। ପ୍ରଥମ ମହଲା ଉପରେ ରଖାଯାଇଥିବା ସିଲିଣ୍ଡର ବ୍ଲାଷ୍ଟ ହେବାପରେ ଘରର କାନ୍ଥ ଭାଙ୍ଗିଯାଇଥିଲା।

ଏହି ଘଟଣା ଗଲି ନମ୍ବର ୪ ର ଘର ନମ୍ବର (D-୨୦୬) ରେ ଘଟିଛି।
କୁହାଯାଉଛିକି ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ। ଏହି ନିଆଁ ରାତି ପ୍ରାୟତଃ ସାଢ଼େ ୧୨ ବେଳେ ଲାଗିଥିଲା। ନିଆଁ ଲାଗିବା ପରେ ଘଟଣାସ୍ଥଳରେ ଦମକଳର ୮ ଟି ଗାଡ଼ି ପହଁଚିଥିଲା। ପ୍ରାୟତଃ ସାଢ଼େ ତିନି ଘଣ୍ଟା ପରେ ନିଆଁକୁ ଆୟତ୍ତ କରାଯାଇଥିଲା। ନିଆଁ ଲାଗିବା ପରେ ଦୁଇ ଜଣ ଶିଶୁ ଏବଂ ଜଣେ ମହିଳାଙ୍କୁ ଉଦ୍ଧାର କରାଯାଇଛି।

ସୂଚନାଯୋଗ୍ୟଯେ, ଏହି ମାସର ଆଠ ତାରିଖରେ ଦିଲ୍ଲୀର ଖାଦ୍ୟଶସ୍ୟ ମଣ୍ଡିରେ ଭୟଙ୍କର ନିଆଁ ଲାଗିବାରୁ ୪୩ ଜଣଙ୍କର ମୃତ୍ୟୁ ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.