Home କେନ୍ଦୁଝର ବଡ଼ବିଲ ସୁପର୍ ଲିଗର ପ୍ରଥମ ସଂସ୍କରଣ ପାଇଁ ମ୍ୟାଚ୍ ଆରମ୍ଭ

ବଡ଼ବିଲ ସୁପର୍ ଲିଗର ପ୍ରଥମ ସଂସ୍କରଣ ପାଇଁ ମ୍ୟାଚ୍ ଆରମ୍ଭ

624

ବଡ଼ବିଲ,ତା ୨୨ ଡିସେମ୍ବର (ଓଡ଼ିଆ ପୁଅ/ସୀତାରାମ ଦୀକ୍ଷିତ) କେନ୍ଦୁଝର ଜିଲ୍ଲା ବଡବିଲ ଠାରେ ସୁପର୍ ଲିଗର ପ୍ରଥମ ସଂସ୍କରଣ ପାଇଁ ମ୍ୟାଚ ଆରମ୍ଭ ହୋଯାଇଛି । ଏହି ମ୍ୟାଚର ପ୍ରଥମ ଦିନ ଆରଏସିସି ଓ ୱାଇବିସିସି ରଣା ରେଞ୍ଜର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମାଇନିଂ ଏରିଆ କ୍ରିକେଟ ଆସୋସିଏସନ(ମାକା)ର ଚେୟାରମ୍ଯାନ ଲାଲଟୁ ମହାନ୍ତ, ସମ୍ମାନୀୟ ଅତିଥି ଭାବେ ବଳଦେବ ସିଂ, ମକା ପ୍ରେସିଡେଣ୍ଟ ଲଛମନ ମହାନ୍ତ, ଭାଇସ ପ୍ରେସିଡେଣ୍ଟ ବିକାଶ ସାରୋଗୀ, ସମ୍ପାଦକ ସୁନୀଲ ସିହ୍ନା ଓ କୋଷାଧ୍ୟକ୍ଷ ଶ୍ରୀକାନ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଅମ୍ପାୟାର ସୁନୀଲ ଗୁପ୍ତା ଓ ଅବତାର ସିଂ ଖେଳ ପରିଚାଳନାରେ କରିଛନ୍ତି । ୱାଇବିସିସି ରଣା ରେଞ୍ଜର ଟୋସ୍ ଜିତି ପ୍ରଥମେ କ୍ଷେତ୍ର୍ ରକ୍ଷଣ କରିବାକୁ ନିର୍ଣ୍ଣୟ ନେଇଥିଲେ । ଆରଏସିସି ପ୍ରଥମେ ବ୍ୟାଟିଂ କରି ୧୫ ଓଭରରେ ୬ ୱିକେଟ ହରାଇ ୧୪୬ ରନ୍ କରିବାରେ ସମର୍ଥ ହୋଇଥିଲେ । ୱାଇବିସିସି ରଣା ରେଞ୍ଜର ୧୪୭ ରନ୍ ଲକ୍ଷ ରଖି ୧୫ ଓଭରରେ ୯ ୱିକେଟ ହରାଇ ୧୩୨ ରନ୍ କରିବାରେ ସକ୍ଷମ ହୋଇଥିଲେ । ଆରଏସିସି ୧୪ ରନ୍ ବ୍ୟବଧାନରେ ୱାଇବିସିସି ରଣା ରେଞ୍ଜରକୁ ପରାସ୍ତ କରିଛି । ଆରଏସିସିର ଅମିତ୍ ଜୁଏଡ ୩୦ ବଲରୁ ୯୧ ରନ୍ କରିଥିବାରୁ ମ୍ୟାନ୍ ଅଫ ଦି ମ୍ୟାଚ ଘୋଷାଣ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.