Home Top News ଦିଲ୍ଲୀରେ ପରବର୍ତ୍ତୀ ପର୍ଯ୍ୟାୟରେ ସମସ୍ତଙ୍କ ପାଇଁ ମାଗଣା ହେବ କରୋନା ଟିକା! କେଜ୍ରିୱାଲ ସରକାର କରୁଛନ୍ତି...

ଦିଲ୍ଲୀରେ ପରବର୍ତ୍ତୀ ପର୍ଯ୍ୟାୟରେ ସମସ୍ତଙ୍କ ପାଇଁ ମାଗଣା ହେବ କରୋନା ଟିକା! କେଜ୍ରିୱାଲ ସରକାର କରୁଛନ୍ତି ଯୋଜନା

45

ନୂଆ ଦିଲ୍ଲୀ ୭-୩ (ଓଡ଼ିଆ ପୁଅ) କରୋନା ଟିକା ସହ ଜଡିତ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଜଣାପଡ଼ିଛିଯେ, ଟୀକାକରଣର ପରବର୍ତ୍ତୀ ପର୍ଯ୍ୟାୟରେ ଦିଲ୍ଲୀବାସୀଙ୍କୁ ମାଗଣାରେ କରୋନା ଟିକା ଦିଆଯାଇପାରେ। ଏନେଇ କେଜ୍ରିୱାଲ ସରକାର ସାଧାରଣ ଡାକ୍ତରଖାନାଗୁଡ଼ିକରେ ମାଗଣାରେ କରୋନା ଟିକା ଯୋଗାଇବାକୁ ପ୍ରସ୍ତୁତ ହେଉଛନ୍ତି। ଏହି ବ୍ୟବସ୍ଥା ଦିଲ୍ଲୀର ବଜେଟରେ ଅଣାଯାଇପାରେ।

ବର୍ତ୍ତମାନ ଦିଲ୍ଲୀର ଘରୋଇ ଡାକ୍ତରଖାନାଗୁଡ଼ିକରେ ୨୫୦ ଟଙ୍କା ଏବଂ ସରକାରୀ ଡାକ୍ତରଖାନାଗୁଡ଼ିକରେ କରୋନା ଟିକା ଦିଆଯାଉଛି। କରୋନା ଟୀକାକରଣର ଏହି ଦ୍ୱିତୀୟ ପର୍ଯ୍ୟାୟରେ, ୬୦ ବର୍ଷରୁ ଅଧିକ ଏବଂ ୪୫ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ସାରା ଦେଶରେ କରୋନା ଟିକା ଦିଆଯାଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.