Home Coronavirus Outbreak ଦିନକରେ ୧୫୩ ପଜିଟିଭ୍‌ – ୪୨୧୦କୁ ବୃଦ୍ଧି ଜିଲ୍ଲାର ସଂକ୍ରମିତଙ୍କ ସଂଖ୍ୟା

ଦିନକରେ ୧୫୩ ପଜିଟିଭ୍‌ – ୪୨୧୦କୁ ବୃଦ୍ଧି ଜିଲ୍ଲାର ସଂକ୍ରମିତଙ୍କ ସଂଖ୍ୟା

59

ବାଲେଶ୍ୱର, ୫ା୯ (ଓଡ଼ିଆ ପୁଅ/ଅଭୟ ଦାସ) : ସାମ୍ପ୍ରତିକ ସ୍ଥିତିରେ ବଢ଼ି ଚାଲିଥିବା କରୋନା ସଂକ୍ରମଣ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଦେଶର ଅନ୍ୟାନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ମୃତ୍ୟୁ ଅନୁପାତ କମ ଥିଲେ ବି ଗତ କିଛିଦିନ ଧରି ବଢ଼ୁଥିବା ସଂକ୍ରମଣ ହାର ରାଜ୍ୟବାସୀଙ୍କ ପାଇଁ ଉଦ୍‌ବେଗର ବିଷୟ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ୩, ୫୪୩ ଜଣ ସଂକ୍ରମିତ ହୋଇଥିବା ବେଳେ ରାଜ୍ୟ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୨୦ ହଜାର ଟପିଛି। ଅନ୍ୟପକ୍ଷରେ ଅଦ୍ୟାବଧି ରାଜ୍ୟରେ କରୋନାରେ ୫୯୧ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଅନ୍ୟାନ୍ୟ ଜିଲ୍ଲା ତୁଳନାରେ ଦିନକୁ ଦିନ ବାଲେଶ୍ୱରର ସ୍ଥିତି କ୍ରମଶଃ ବିଗିଡ଼ିବାରେ ଲାଗିଛି। କାଁ ଭାଁ ୨/୩ ଦିନ ବ୍ୟତୀତ ଗତ ୨ ସପ୍ତାହରେ ଦୈନିକ ସଂକ୍ରମଣ ହାର ୧୦୦ ଉପରେ ରହୁଥିବା ବାଲେଶ୍ୱର ଜିଲ୍ଲାରେ ଆଜି ଗୋଟିଏ ଦିନରେ ୧୫୩ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ଜିଲ୍ଲାବାସୀଙ୍କ ପାଇଁ ଉଦ୍‌ବେଗର ବିଷୟ ହୋଇଛି। ଅଦ୍ୟାବଧି ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୪ହଜାର ୨୧୦ରେ ପହଞ୍ଚିଥିବା ବେଳେ ଆଜି କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୩ରେ ସ୍ଥିର ରହିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଆଜିସୁଦ୍ଧା ଜିଲ୍ଲାରେ ୩୨୩୯ ଜଣ କରୋନା ରୋଗୀ ସୁସ୍ଥ ହୋଇଥିବା ବେଳେ ଏକ୍ଟିଭ୍ ଥିବା ୯୫୩ ଜଣ ଆକ୍ରାନ୍ତ ଏବେ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତେବେ ବ୍ଲକ ତୁଳନାରେ ବାଲେଶ୍ୱର ପୌରାଞ୍ଚଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବଢ଼ୁଥିବା ସଂକ୍ରମଣ ସମସ୍ତଙ୍କ ଚିନ୍ତା ବଢ଼ାଇଛି। ସେହିଭଳି ଜିଲ୍ଲାର ଗୋଟିଏ ଗୋଟିଏ ଅଞ୍ଚଳରେ ଏକକାଳୀନ ଅଧିକ ସଂଖ୍ୟକ ପଜିଟିଭ ଚିହ୍ନଟ ହେବା ସ୍ଥାନୀୟ ସଂକ୍ରମଣକୁ ସଙ୍ଗୀନ ସ୍ଥିତିରେ ପଞ୍ଚାଇବାର ଆଶଙ୍କା ସୃଷ୍ଟି କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.