Home ଓଡ଼ିଶା ‘ଆମେ ଭାରତୀୟ’ପକ୍ଷରୁ ଜନଜାଗରଣ କାର୍ଯ୍ୟକ୍ରମ

‘ଆମେ ଭାରତୀୟ’ପକ୍ଷରୁ ଜନଜାଗରଣ କାର୍ଯ୍ୟକ୍ରମ

54

ବାଲେଶ୍ୱର, ୫ା୯(ଓଡ଼ିଆ ପୁଅ/ଅଭୟ ଦାସ): ହେତୁବାଦୀ ସାମ୍ବାଦିକ ଗୌରୀ ଲଙ୍କେଶଙ୍କ ଶହୀଦ ଦିବସରେ ଦେଶବ୍ୟାପୀ ଆଜି ଜନଜାଗରଣ କାର୍ଯ୍ୟକ୍ରମ ପାଳନ କରାଯାଇଥିବା ବେଳେ ବାଲେଶ୍ୱରରେ ମଧ୍ୟ ଏହାର ପ୍ରତିଫଳନ ଲକ୍ଷ୍ୟ କରାଯାଇଛି। ‘ଆମେ ଭାରାତୀୟ’ ସଂଗଠନର ବାଲେଶ୍ୱର ଶାଖା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ ଦାବି ନେଇ ବିକ୍ଷୋଭ ପ୍ରଦର୍ଶିତ ହୋଇଥିଲା। ବୁଦ୍ଧିଜୀବୀ, ସାମାଜିକ କର୍ମୀ, ଆଇନଜୀବୀ ଓ ପଥ ବିକ୍ରେତା ପ୍ରଭୃତି ବିଭିନ୍ନ ବର୍ଗର ବ୍ୟକ୍ତିମାନେ ଏଥିରେ ଯୋଗଦେଇ ସାମ୍ପ୍ରତିକ ସ୍ଥିତିରେ ଦେଶର ବିପଦମୁଖୀ ସାମ୍ବିଧାନିକ ବ୍ୟବସ୍ଥା ଏବଂ କ୍ଷୁର୍ଣ୍ଣ ହେଉଥିବା ମାନବାଧିକାରର ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ। କରୋନା ଆଳରେ ଏକଛତ୍ରବାଦୀ ସଟ୍‌ଡାଉନ୍ ଓ ଲକ୍‌ଡାଉନ୍ କରାଇ ଦେଶର ଅର୍ଥନୀତିକୁ ସର୍ବନାଶ କରି ସଂସଦୀୟ ଗଣତନ୍ତ୍ରକୁ ଆକ୍ରମଣ କରାଯାଉଥିବା ନେଇ ବିକ୍ଷୋଭ ବେଳେ ବକ୍ତାମାନେ କହିଛନ୍ତି। ଦେଶର ସଂସଦ ଓ ବିଧାନସଭାକୁ ବିଶ୍ୱାସକୁ ନ ନେଇ ଅମଲା, ଅଧିକାରୀ ଓ ପୁଲିସ ରାଜ ଚଳାଇ ଲୋକଙ୍କ ଗୃହବନ୍ଦୀ କରାଯାଉଛି ବୋଲି ସେମାନେ ଆରୋପ କରିଛନ୍ତି। ଘରୁ ବାହାରିଲେ, ମାସ୍କ ନ ପିନ୍ଧିଲେ ଓ ସାମାଜିକ ଦୂରତା ରକ୍ଷା ନ କଲେ ଜରିମାନା ଆଦାୟ କରାଯାଉଛି। ଏମିତିକି ଲୋକଙ୍କ ସମସ୍ୟା ନେଇ ମୁହଁ ଖୋଲିଲେ ଜରିମାନା ଆଦାୟ ସାଙ୍ଗକୁ ଜେଲ୍‌କୁ ବି ପଠାଇ ଦିଆଯାଉଛି। କରୋନା ମହାମାରୀର ମୁକାବିଲା ପାଇଁ ପ୍ରସ୍ତୁତ ନ ହୋଇ ଚøକି ବୀମା ପାଇଁ ମଧ୍ୟପ୍ରଦେଶର ନିର୍ବାଚିତ ସରକାରଙ୍କ ବିଧାୟକଙ୍କୁ ଖର୍ଦ୍ଦିକରି ବିଜେପି ସରକାର ଗଠନ କରିବା, କୋଟି କୋଟି ଶ୍ରମିକଙ୍କ ଦାନାପାଣି ବନ୍ଦ କରି ସେମାନଙ୍କୁ ମରଣ ମୁହଁକୁ ଠେଲିଦେବା, ମହାମାରୀକୁ ସାମ୍ପ୍ରଦାୟିକତାର ରୂପଦେବା ଭଳି ଉଦ୍ୟମ ସହ ବର୍ତ୍ତମାନର ସରକାର ଦେଶକୁ କାଙ୍ଗାଳ କରିବାକୁ ଯାଉଛନ୍ତି ବୋଲି ବକ୍ତାମାନେ ଅଭିଯୋଗ କରିଥିଲେ। ଏନେଇ ଦେଶବାସୀ ଏକ ହୋଇ ସ୍ୱର ଉତ୍ତୋଳନ ପାଇଁ ସେମାନେ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ। ଜାଗ, ଉଠ, ଏକ ହୁଅ ନଚେତ ସବୁ ଚାଲିଯିବ, ବାକି ସବୁ କଥାରେ ଜରିମାନା, ଶୃଙ୍ଖଳା ଓ ଜେଲ ହେବ ବୋଲି ସେମାନେ କହିଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ଆମେ ଭାରତୀୟ ପକ୍ଷରୁ ଆଇନଜୀବୀ ମନୋଜ ନାୟକ, ଏଆଇଟିୟୁସିର ଜାତୀୟ ପରିଷଦ ସଦସ୍ୟ ଜୟନ୍ତ ଦାସ, ଅବଦୁଲ ରଫିକ୍‌, ଟିପିର ସିଂ, ରାମଚନ୍ଦ୍ର ପରିଡ଼ା, ମହିନୀ ମୋହନ ପରିଡ଼ା, ନିର୍ମଳ ନାୟକ, ଅଭିଜିତ୍ ପଣ୍ଡା, ମନୋରଂଜନ ଆଶ, ଗୋପାଳ ଶତପଥୀ ପ୍ରମୁଖଙ୍କ ସମେତ ବିଭିନ୍ନ ବର୍ଗର ବହୁ ବ୍ୟକ୍ତି ସାମିଲ ହୋଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.