Home ଓଡ଼ିଶା ଛାତ୍ରର ଭବିଷ୍ୟତକୁ ନିର୍ମାଣ କରୁଥିବା ଶିକ୍ଷକ ହିଁ ଦେଶର ଭବିଷ୍ୟତ

ଛାତ୍ରର ଭବିଷ୍ୟତକୁ ନିର୍ମାଣ କରୁଥିବା ଶିକ୍ଷକ ହିଁ ଦେଶର ଭବିଷ୍ୟତ

173

ନୟାଗଡ଼, ୫ା୯ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ):ଗୁରୁ ଦିବସ ଅବସରରେ ନୟାଗଡ଼ରେ ଗୁରୁପୂଜନ ପରମ୍ପରା ନିଆରା। ସମସ୍ତ ଗୁରୁଙ୍କୁ ଏକାଠି କରି ସେମାନଙ୍କ ମନରେ ନବ ଜାଗରଣ ଭରିଦେବା ସହ ସେମାନଙ୍କୁ ଗୁରୁ ଦିବସରେ ଯଥୋଚିତ ସମ୍ମାନ ପ୍ରଦର୍ଶନ ପୂର୍ବକ ଉତ୍ସାହିତ କରିବା ଲକ୍ଷ୍ୟରେ ନୟାଗଡ଼ର ଏହି ଗୁରୁପୂଜନ ପରମ୍ପରା। ଗୁରୁ ହୋଇ ଗୁରୁ ଭାବେ ନିଜକୁ ଗର୍ବ ଅନୁଭବ କରିବାରେ ଯେଉଁ ଆତ୍ମୀୟତା ତାହା ଏହି ଗୁରୁ ପୂଜନ ସମାରୋହରୁ ପ୍ରାପ୍ତ ହେଉଛି ବୋଲି ଗୁରୁ ପୂଜନ ସମାରୋହରେ ଉପସ୍ଥିତ ବହୁ ଗୁରୁ ନିଜର ମତବ୍ୟକ୍ତ କରିଛନ୍ତି। ମନ୍ତ୍ରୀ ଡ-ଅରୁଣ କୁମାର ସାହୁଙ୍କ ଏପରି ଅଭିନବ ପରିକଳ୍ପନାକୁ ଆମେ ଭୂୟଂସୀ ପ୍ରଶଂସା କରୁଛୁ ବୋଲି ସେମାନେ କହିଛନ୍ତି। କେରୋନା କଟକଣା ଭିତରେ ଗୁରୁପୂଜନ କାର୍ଯ୍ୟକ୍ରମକୁ ବନ୍ଦ କରାନଯାଇ ଭର୍ଚ୍ୟୁଆଲ ମିଟିଙ୍ଗ ଦ୍ୱାରା ଗୁରୁପୂଜନ କାର୍ଯ୍ୟକ୍ରମ କରାଯାଇଛି। ଅବସରପ୍ରାପ୍ତ ଅଧ୍ୟାପକ ବିଜୟ କୁମାର ଚୌଧୁରୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଭର୍ଚ୍ୟୁଆଲ ମିଟିଙ୍ଗରେ ମୁଖ୍ୟଅତିଥି ଭାବେ କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡଃ ଅରୁଣ କୁମାର ସାହୁ ଯୋଗଦେଇ ଛାତ୍ରର ଭବିଷ୍ୟତକୁ ନିର୍ମାଣ କରୁଥିବା ଶିକ୍ଷକ ହିଁ ଦେଶର ଭବିଷ୍ୟତ ବୋଲି କହିବା ସହିତ ସମାଜରେ ଅନ୍ୟ ଜିବୀକାରେ ପ୍ରତିବଦ୍ଧତା, ସମର୍ପଣ ଭାବ, ନିଷ୍ଠା, ସାଧୁତା ଓ ସମ୍ବେଦନଶୀଳତା ଯେତିକି ଆବଶ୍ୟକ ତାହା ତୁଳନାରେ ଶିକ୍ଷକତା କ୍ଷେତ୍ରରେ ତାହା ଢେର ଆବଶ୍ୟକ ବୋଲି କହିଥିଲେ। ପୂର୍ଣ୍ଣାଙ୍ଗ ସମାଜ ଗଠନ ଓ ଶିକ୍ଷକଙ୍କ ଭୂମିକାକୁ ନେଇ ସେ କହିଲେଯେ ପିଲାମାନଙ୍କ ପାଇଁ ପିତା ମାତାଙ୍କର ଆଶା ଓ ସ୍ୱପ୍ନ ଶିକ୍ଷକହିଁ ସାକାର କରିଥାନ୍ତି। ତେଣୁ ଗୁରୁ ସଦା ସର୍ବଦା ବନ୍ଦନୀୟ ବୋଲି କହିଥିଲେ। ସମ୍ମାନୀତ ଅତିଥିଭାବେ ଜିଲାପାଳ ଡଃ ପୋମା ଟୁଡୁ, ଡିଏଫଓ ଏଚ୍ ଡି ଧନରାଜ୍‌ ପ୍ରମୁଖ ଯୋଗଦେଇ ଗୁରୁ ଶିଷ୍ୟଙ୍କ ସମ୍ପର୍କ ଉପରେ ଆଲୋକପାତ କରିଥିଲେ। ଏଥିରେ ଜିଲାପରିଷଦ ସଭ୍ୟ ଲୋକନାଥ ସାହୁ, ପୂର୍ବତନ ନଗରପାଳ ଗୁରୁପ୍ରସାଦ ଜେନା ଓ ବହୁ ସଂଖ୍ୟାରେ ଗୁରୁ ଯୋଗଦେଇଥିଲେ। ଗୁରୁମାନଙ୍କୁ ସମ୍ମାନାର୍ଥେ ସେମାନଙ୍କ ପାଖକୁ ଉତ୍ତରୀୟ ପଠାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.