Home ଓଡ଼ିଶା ଦାରୁଠେଙ୍ଗ ଡମ୍ପିଂୟାର୍ଡ ସ୍ଥାନାନ୍ତର ଏବଂ ନନ୍ଦନକାନନର ପଶୁପକ୍ଷୀ ସୁରକ୍ଷା ଦାବିରେ ଜଟଣୀ ବିଧାୟକ ସୁରେଶ ରାଉତରାୟଙ୍କ...

ଦାରୁଠେଙ୍ଗ ଡମ୍ପିଂୟାର୍ଡ ସ୍ଥାନାନ୍ତର ଏବଂ ନନ୍ଦନକାନନର ପଶୁପକ୍ଷୀ ସୁରକ୍ଷା ଦାବିରେ ଜଟଣୀ ବିଧାୟକ ସୁରେଶ ରାଉତରାୟଙ୍କ ନେତୃତ୍ୱରେ ନନ୍ଦନକାନନ ମୁଖ୍ୟ ଗେଟ୍ ସମ୍ମୁଖରେ ବିକ୍ଷୋଭ

122

ଭୁବନେଶ୍ୱର ତା ୨୫.୯ (ଓଡ଼ିଆ ପୁଅ) – ଆଜି ଜଟଣୀ ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟଙ୍କ ନେତୃତ୍ୱରେ ଦାରୁଠେଙ୍ଗ, ପଟିଆ, ରଘୁନାଥପୁର, ଚନ୍ଦକା, ଅନ୍ଧାରୁଆ, ପାଇକେରାପୁର, କଂଟାବାଡ଼, ମେଣ୍ଢାଶାଳ ଅଂଚଳର ବହୁ ଜନସାଧାରଣ ନନ୍ଦନକାନନ ମୁଖ୍ୟ ଫାଟକ ନିକଟରେ ଦାରୁଠେଙ୍ଗ ଡମ୍ପିଂୟାର୍ଡ ସ୍ଥାନାନ୍ତର ଏବଂ ନନ୍ଦନକାନନର ପଶୁପକ୍ଷୀ ସୁରକ୍ଷା ଦାବିରେ ବିକ୍ଷୋଭ କରାଯାଇଥିଲା। ଏହି ଉଦ୍ଦେଶ୍ୟରେ ନନ୍ଦନକାନନ ମୁଖ୍ୟ ଫାଟକକୁ ଏକଘଂଟା ଧରି ବନ୍ଦ ରଖା ଯାଇଥିଲା। ଶ୍ରୀ ରାଉତରାୟ କହିଥିଲେ ଯେ ଦାରୁଠେଙ୍ଗରେ ଗଦା ହୋଇଥିବା ଅଳିଆ ଓ ଆବର୍ଜନା ନନ୍ଦନକାନନ ପଶୁପକ୍ଷୀ ମୃତ୍ୟୁର ମୁଖ୍ୟ କାରଣ। ଏହି ଡମ୍ପିଂୟାର୍ଡ ସେଠାକାର ପରିବେଶ ପ୍ରଦୁଷଣ କରୁଛି ଏବଂ ନନ୍ଦନକାନନର ପଶୁପକ୍ଷୀମାନଙ୍କ ପାଇଁ ଘାତକ ପାଲଟିଛି। ଏପରିକି ସେ ଅଂଚଳରେ ଥିବା ସମସ୍ତ କୂଅ, ପୋଖରୀ ଏବଂ ଜଳାଶୟର ଜଳ ଏହି ଡମ୍ପିଂୟାର୍ଡ ପାଇଁ ବିଷାକ୍ତ ହୋଇପଡିଛି। ଏପରିକି ଏ ଅଂଚଳର ଭୂତଳ ଜଳସ୍ତର ମଧ୍ୟ ଅତି ମାତ୍ରାରେ ପ୍ରଦୁଷିତ ହୋଇଯାଇଛି। ଏହାଦ୍ୱାରା ସେଠାକାର ଜନସାଧାରଣ ରୋଗାକ୍ରାନ୍ତ ହୋଇ ମୃତ୍ୟୁ ମୁଖରେ ପଡୁଛନ୍ତି। ଅଳିଆଗଦାରୁ ଜନ୍ମିତ ଭୂତାଣୁ ଦ୍ୱାରା ନନ୍ଦନକାନନର ହାତୀ, ଗଣ୍ଡା, ନୀଳଗାଈ, ହରିଣ, ଧଳା ବାଘ, ଡେଲେରା ମୂଷା, ଓ ଅନ୍ୟାନ୍ୟ ପଶୁପକ୍ଷୀ ମୃତ୍ୟୁବରଣ କରିଥିବା ସ୍ଥଳେ ରାଜ୍ୟ ସରକାର ନୀରବ ରହିଛନ୍ତି।

ଏହି ଡମ୍ପିଂୟାର୍ଡ ହଟାଇବା ପାଇଁ ସେଠାକାର ଜନସାଧାରଣ ଯେଉଁ ଆନ୍ଦୋଳନ କରୁଛନ୍ତି ତାକୁ ସରକାର ନାଲିଆଖି ଦେଖାଇ ଚାପି ଦେଉଛନ୍ତି। ପ୍ରାୟ ୫୦ରୁ ଉଦ୍ଦ୍ୱର୍ ଲୋକଙ୍କୁ ଏହି ଆନ୍ଦୋଳନ କରିବା ଫଳରେ ଜେଲ୍ ଦଣ୍ଡ ଭୋଗିବାକୁ ପଡିଥିଲା। ଡମ୍ପିଂୟାର୍ଡରୁ ନିର୍ଗତ ବର୍ଜ୍ୟ ଜଳ ଭୁଆଷୁଣି ମୌଜାରୁ ବାହାରି ଯୁଝିଆନାଳୀ, ବଡବନ୍ଧ, ଯୁଝଗଡ ଫିଡର ଫାର୍ମ ଦେଇ ନନ୍ଦନକାନନର କାଞ୍ଜିଆ ହ୍ରଦରେ ପଡିଥାଏ। ଏହାର ଜଳ ବର୍ତମାନ ସଂପୂର୍ଣ୍ଣ ଖଇରିଆ ହେବା ସହ ତେଲ ଭାସୁଥିବାର ଦେଖାଯାଇଛି। କାଞ୍ଜିଆ ହ୍ରଦର ଜଳ ଆଉ ନନ୍ଦନକାନନର ପଶୁପକ୍ଷୀଙ୍କ ପାଇଁ ବ୍ୟବହାର ଉପଯୋଗୀ ହୋଇ ରହିନାହିଁ। ପରିବେଶବିତ୍ ଏବଂ ବୈଜ୍ଞାନିକମାନେ ମଧ୍ୟ ଏହି ଅଳିଆ ଗଦାକୁ ସ୍ଥାନାନ୍ତରଣ କରିବା ସପକ୍ଷରେ ମତ ଦେଇଛନ୍ତି। ସୁତରାଂ ଜଟଣୀ ବିଧାୟକ ଶ୍ରୀ ରାଉତରାୟ କହିଛନ୍ତି ଯେ ଦାରୁଠେଙ୍ଗ ଠାରୁ ଅଳିଆ ଆବର୍ଜନା ଗଦାକୁ ତୁରନ୍ତ ସ୍ଥାନାନ୍ତର କରାଯିବା ସହ ନନ୍ଦନକାନନର ପଶୁପକ୍ଷୀଙ୍କୁ ସୁସ୍ଥ ରଖିବା ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯାଉ। ହାତୀ ପ୍ରଭୃତି ମୂଲ୍ୟବାନ ପଶୁ ଏବଂ ପକ୍ଷୀ ମୃତ୍ୟୁବରଣ କରିଛନ୍ତି ଅନ୍ୟ ଜାଗାରୁ ସେହି ମୂଲ୍ୟବାନ ପଶୁପକ୍ଷୀଙ୍କୁ ଆଣି ନନ୍ଦନକାନନରେ ରଖାଯାଉ। ବିକ୍ଷୋଭ ପରେ ନନ୍ଦନକାନନ କର୍ତ୍ତୃପକ୍ଷଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ତପନ ଚକ୍ରବର୍ତ୍ତୀ, ମନୋରଞ୍ଜନ ଦାଶ, ରଶ୍ମି ମହାପାତ୍ର, ଚିନ୍ମୟ ସୁନ୍ଦର ଦାସ, ଜୟକୃଷ୍ଣ ମଲିଆ, ରବି ହରିଚନ୍ଦନ, ବିରଜା ସାମନ୍ତରାୟ, ସୁକାନ୍ତ ଛୋଟରାୟ, ସରୋଜ କୁମାର ନାୟକ, ସୁନିଲ ରାଉତରାୟ, ଅମୀୟ ସ୍ୱାଇଁ, ସୁଶିଲ ସ୍ୱାଇଁ, ସୁଧାଂଶୁ ଶେଖର ମହାରଣା, ଲିଙ୍ଗରାଜ ସାହୁ, ବାବୁ ପତି, କହ୍ନେଇ ସେଠୀ, ବିକ୍ରମ ସୁନ୍ଦରାୟ ପ୍ରମୁଖ ଅଂଶଗ୍ରହଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.