Home ଓଡ଼ିଶା ଦାଦନଙ୍କ ଦୁଃଖ, ହାଇଦ୍ରାବାଦ କାଳିମନ୍ଦିରରେ ଫସି ରହିଛନ୍ତି ମାଲକାନଗିରିର ୪୩ପ୍ରବାସୀ ଓଡିଆ

ଦାଦନଙ୍କ ଦୁଃଖ, ହାଇଦ୍ରାବାଦ କାଳିମନ୍ଦିରରେ ଫସି ରହିଛନ୍ତି ମାଲକାନଗିରିର ୪୩ପ୍ରବାସୀ ଓଡିଆ

167

ମାଲକାନଗିରି,୭ା୫(ଓଡିଆ ପୁଅ) ସମଗ୍ର ବିଶ୍ୱରେ କୋଭିଡ୧୯ କରୋନା ଭାଇରସ ର ଆତଙ୍କ ଦେଖା ଦେଇଥିବାରୁ ଲକ ଡାଉନ ଘୋଷଣା ହେବାପରେ ସମସ୍ତ ଯାନବାହନ ଚଳାଚଳବନ୍ଦ ହୋଇଯାଇଥିବାରୁ ପ୍ରବାସୀ ଓଡିଆ ଶ୍ରମିକ ମାନଙ୍କ ଦୁଃଖ ବଡିଯାଇଛି । ସେମାନେ ନିଜ ନିଜ ରାଜ୍ୟକୁ ଆସି ନପାରି ବାହାର ରାଜ୍ୟରେ ଦୀର୍ଘଦୁଇମାସହେଲା ଅଟକିରହିଛନ୍ତି । ଏମିତି ଘଟଣା ଦେଖିବାକୁ ମିଳିଛି ହାଇଦ୍ରାବାଦ ବାନ୍ଦାଲଗୁଡା ଜାଗିର କାଳିମନ୍ଦିର ନିକଟରେ । ସେଠାରେ ମାଲକାନଗିରି ଜିଲ୍ଲାସ୍ଥ କାଲିମେଳା ଓ ପଡିଆ ଅଚଂଳର ୪୩ଜଣ ଶ୍ରମିକ ଗତ ମାର୍ଚମାସରୁ ଫସିରହିଯାଇଛନ୍ତି । ପଡିଆ ବ୍ଲକସ୍ଥ ବାପନପାଲି ଓ କାଲଦାପାଲି ପଚାଂୟତର ୩୧ଜଣ,କାଲିମେଳା ବ୍ଲକସ୍ଥ ଭୁବନପାଲି,ଟିଗଲ,ଲୁଗେଲ ପଚାଂୟତର ୧୨ଜଣ ଶ୍ରମିକ ତେଲାଙ୍ଗନା ରାଜ୍ୟ ହାଇଦ୍ରାବାଦ କୁ ଗତ ୪ମାସ ହେଲା କାମକରିବାକୁ ଯାଇଥିଲେ । କରୋନା ସଂକ୍ରମଣ ଭୟରେ ସେମାନେ କାମକରୁଥିବା କମ୍ପୀନି ବନ୍ଦ ହୋଇ ଯିବାରୁ କମ୍ପାନି ସୋନଙ୍କୁ ମାତ୍ର ଗୋଟିଏ ମାସର ଦରମା ଦେଇ ପରେ ଦିଆଯିବ କହି ସେମାନଙ୍କ ଘରକୁ ପଳାଇବା ପାଇଁ କହି ବିଦା କରିଦେଇଥିଲେ । ହଟାତ କର୍ଫ୍ୟୁ ଓ ତାପରେ ଲକ ଡାଉନ ହୋଇ ଯିବାରୁ କୌଣସି ବସ କିମ୍ବା ଯାନ ବାହନ ଚଳା ଚଳ କରୁନଥିବାରୁ ସେମାନେ ନିଜ ଘରକୁ ଆସି ନପାରି ଏକ ହାଇଦ୍ରାବାଦ କାଳିମନ୍ଦିର ନିକଟରେ ଥିବା ଏକ ଅର୍ଦ୍ଦନିର୍ମିତ ଘରେ ଆଶ୍ରୟ ନେଇଥିଲେ,ବହୁତ କାକୁତି ମିନତି ହେବାପରେ କମ୍ପାନି ପକ୍ଷରୁ ସେମାନଙ୍କୁ କିଛି ଦିନ ରାସନ ସାମଗ୍ରୀ ଯୋଗାଇ ଦେଇଥିଲେ । ତାପରେ ହାଇଦ୍ରାବାଦ ପ୍ରଶାସନ ପକ୍ଷରୁ ରାସନ ସାମଗ୍ରୀ ଏପ୍ରୀଲ ମାସ ପ ର୍ଯ୍ୟନ୍ତ ଦେଇଥିଲେ ।ଗତ ସାତଦିନ ହେଲା ସେମାନଙ୍କୁ କେ ରାସନ ସାମଗ୍ରୀ ନଦେବାରୁ ସେମାନଙ୍କ ନିକଟରେ ଯାହା ଟଙ୍କା ପଇସା ଖାଦ୍ୟ ଥିଲା ସବୁ ସରିଗଲାପରେ ଏବେ ଅଧାବେଳା ଖାଇ ଅଧାବେଳା ଓପାସରେ ରହୁଥିବାରୁ କାମକରୁଥିବା କମ୍ପାନିକୁ ବାକିଥିବା ତନିମାସର ଦରମା ମାଗିବାରୁ ସେ କହିଥିଲେ ତୁମେ ପୁଣି କାମକଲେ ସେ ଦରମା ଦିଆଯିବ,କମ୍ପାନି ବକେୟା ଟଙ୍କା ନଦେବାରୁ ଏହି ଶ୍ରମିକ ମାନେ ମାଲକାନଗିରି କୁ ଯିବା ପାଇଁ ପାସ ଦେବା ନିମନ୍ତେ ହାଇଦ୍ରାବାଦ ପୁଲିସଙ୍କୁ ଜଣାଇ ଥିଲେ ମଧ୍ୟ ପୁଲିସ ପାସ ନଦେବାରୁ ଏହି ଶ୍ରମିକ ମାନେ କେତେଦିନ ବା ଓପାସ ଭୋକରେ ସେଠାରେ ପଡିରହିବେ ତେଣୁ ବାଧ୍ୟହୋଇ ଚାଲି ଚାଲି ମାଲକାନଗିରି କୁ ଫେରିବାପାଇଁ ନିସ୍ପତି ନେଇଥିବାର ହାଇଦ୍ରାବାଦରେ ଫସି ରହିଥିବା ମାଲକାନଗିରି ଶ୍ରମିକ ସଜଂୟରାୟ,ସୁଶଙ୍କର ମଣ୍ଡଳ ଓ ସମାପଡିଆମି ଆମ ପ୍ରତିନିଧିଙ୍କୁ ଫୋନ ଯୋଗେ ସୁଚନା ଦେଇଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.