Home ଓଡ଼ିଶା ଉତ୍କଳ ସାହିତ୍ୟ ସମାଜର ୧୧୮ତମ ପ୍ରତିଷ୍ଠା ଦିବସ ପାଳନ

ଉତ୍କଳ ସାହିତ୍ୟ ସମାଜର ୧୧୮ତମ ପ୍ରତିଷ୍ଠା ଦିବସ ପାଳନ

174

ମାଲକାନଗିରି,୭ା୫ (ଓଡିଆ ପୁଅ )ସମଗ୍ର ବିଶ୍ୱରେ ଭୟାବହ କରୋନା ଭାଇରସର ଆତଙ୍କ ଦେଖା ଦେଇ ଲକ ଡାଉନ ପରିସ୍ଥିତି ସୃଷ୍ଟି ହୋଇଥିବାରୁ ମାଲକାନଗିରି ଜିଲ୍ଲାରେ ସାମାଜିକ ଦୂରତା ରକ୍ଷାକରାଯାଇ କେବଳ ମହାପୁରଷଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇ ଶ୍ରଦ୍ଧାଜଂଳୀ ଜଣାଇ ଉତ୍କଳ ସାହିତ୍ୟ ସମାଜର ୧୧୮ତମ ପ୍ରତିଷ୍ଟାଦିବସ ନିରାଆଡମ୍ବର ସହକାରେ ପାଳିତ ହୋଇଯାଇଛି । ଉତ୍କଳ ସାହିତ୍ୟ ସମାଜ ମାଲକାନଗିରି ଜିଲ୍ଲାଶାଖା ପକ୍ଷରୁ ଆୟୋଜିତ ୧୧୮ତମ ପ୍ରତିଷ୍ଠା ଦିବସ ଅବସରରେ ଜିଲ୍ଲାସଦର ମହକୁମା ସର୍କିଟ ହାଉସ ଓ ପୁରୁଣା ଜିଲ୍ଲାପାଳ କାର୍ଯ୍ୟାଳୟ ଠାରେ ଜିଲ୍ଲା ସୁଚନା ଓ ଲୋକସଂପର୍କ ଅଧିକାରୀ ଦୀଲପ କୁମାର ସାମନ୍ତରାଏ ,ଉତ୍କଳ ସାହିତ୍ୟ ସମାଜ ଜିଲ୍ଲା ଆବାହକ ଓ ସାହିତ୍ୟ ଏକାଡେମୀ ସଦସ୍ୟ ରତ୍ନାକରଦାଶ,କବି ନାରାୟଣଚନ୍ଦ୍ର ଭୋଳ,କବି ପ୍ରମୋଦକୁମାର ପଣ୍ଡା,କବି ପ୍ରମୋଦ କୁମାର ସେନାପତୀ ଓ କବି କେଶବ ଚନ୍ଦ୍ର ନାୟକ, କବି ରଜଂନ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ରହି ମୁହଁରେ ମାସ୍କଲଗାଇ ସାମାଜିକ ଦୂରତା ରକ୍ଷା କରି ଉତ୍କଳ ସାହିତ୍ୟ ସମାଜର ପତାକା ଉତୋଳନ ସହ ମହାପୁରୁଷ ଉତ୍କଳ ଗୌରବ ମଧୁସୁଦନ ଦାସ, ଉତ୍କଳମଣୀ ଗୋପବନ୍ଧୁଦାସ ,ଜାତୀର ପିତା ମହାତ୍ମାଗାନ୍ଧୀ ଙ୍କ ପ୍ରତିମୂର୍ତି ରେ ମାଲ୍ୟାର୍ପଣ କରି ଭକ୍ତିପୂତ ଶ୍ରଦ୍ଧାଜଂଳୀ ଜଣାଇ ସ୍ମୃତି ଚାରଣ କରିଥିଲେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.