Home ଓଡ଼ିଶା ଅସହାୟ ରୋଗଗସ୍ତ ମହିଳାଙ୍କୁ ହସପିଟାଲ ନେଇ ଚିକିତ୍ସା କରି ମାନବିକତାର ପରିଚୟ ଦେଲେ ମା ଘର...

ଅସହାୟ ରୋଗଗସ୍ତ ମହିଳାଙ୍କୁ ହସପିଟାଲ ନେଇ ଚିକିତ୍ସା କରି ମାନବିକତାର ପରିଚୟ ଦେଲେ ମା ଘର ର ମହିଳା

233

ମାଲକାନଗିରି,୭ା୫(ଓଡିଆ ପୁଅ ) ସମଗ୍ର ବିଶ୍ୱରେ କରୋନା ର ଆତଙ୍କ ଦେଖାଦେଇ ଲକ ଡାଉନ ପରିସ୍ଥି୍‌ିତି ସୃଷ୍ଟି ହୋଇଥିବା ବେଳେ ଜଣେ ରୋଗଗସ୍ତ ଆଦିବାସୀ ମହିଳାଙ୍କୁ ହସପିଟାଲ ନେଇ ଚିକିତ୍ସା କରି ମାନବିକତାର ପରିଚୟ ଦେଇ କରୋନା ଯୁଦ୍ଧା ପାଲଟିଛନ୍ତି ମାଲକାନଗିରି ମା ଘର ମହିଳା ମାନେ । ମାଲକାନଗିରି ବ୍ଲକସ୍ଥ ତମସା ଗ୍ରାମର କାନ୍ଦେ ମାଡକାମୀ(୪୨)ଜଣେ ବିଧବା ଗରିବ ଆଦିବାସୀ ମହିଳା,ତାଙ୍କ ସ୍ୱାମୀ ରୋଗରେ ପଡି ଗତ କିଛି ବର୍ଷତଳେ ମୃତ୍ୟୁ ବରଣ କରିଥିଲେ । କାନ୍ଦେ ମାଡକାମି ଅସହାୟ ହୋଇ ତାଙ୍କର ଜଣେ ସଂପର୍କିୟଙ୍କ ଘରେ ଆଶ୍ରୟ ନେଇଥିଲ ୋ ଗତ ବର୍ଷେ ହେଲା ସେ ରୋଗରେ ପଡି ଶଯ୍ୟାସାୟୀ ଥିଲେ । ଗତକାଲି ମା ଘର ର ସଭାନେତ୍ରୀ ପ୍ରଶାନ୍ତୀ ଲତା ବିଷୋୟୀ,ଦୁଲାଲି ଥଣ୍ଡର,କମଳା ପଲାଇ ସେହି ସାହିକୁ କରୋନା ସଂକ୍ରମଣରୁ ଦୁରରେ ରହିବା ପାଇଁ ଜନ ସଚେତନତା ର ବାର୍ତା ଦେବାକୁ ଯାଇଥିବା ବେଳେ ବାରଣ୍ଡାରେ ଜଣେ ମହିଳା ଯନ୍ତଣାରେ ଛଟପଟ ହେଉଥିବାର ଦେଖିବାକୁ ପାଇଥିଲେ । ସେମାନେ ତାଙ୍କ ନିକଟକୁ ଯାଇ ଦେଖିଲା ବେଳକୁ ସେ ମହିଳା ରୋଗ ଗସ୍ତହୋଇ ତାଙ୍କ ଦେହ କଙ୍କାଳ ସାର ହୋଇଯାଇଛି, ତାଙ୍କର ବିଛଣାରୁ ଉଠିବାର ଶକ୍ତିନାହିଁ ଦେହ ହାତ ସବୁ ଅପରିଷ୍କାର ହୋଇ ଗନ୍ଧାଉଥିବାରୁ ତାଙ୍କୁ କେହି ହସପିଟାଲ ନେଉ ନଥିବାର ଜାଣିପାରି ମା ଘର ମହିଳା ମାନେ ରୋଗଗସ୍ତ କାନ୍ଦେ ମାଡକାମି ଙ୍କୁ ସଙ୍ଗେ ସଙ୍ଗେ ସାବୁନଲଗାଇ ଗାଧୋଇ ଦେଇଥିଲେ । ସାନିଟାଇଜର ଲଗାଇ ତାଙ୍କୁ ପରିସ୍କାର ପରିଛନ୍ନ କରି ବସାଇଥିଲେ । ଭୋକ ହେଉଥିବାର ଜାଣିପାରି ତାଙ୍କୁ ଜଳଖିଆ ଖୁଆଇ ଦେଇ ପାଣିପିଆଇ ସାଷ୍ଠାମ କରିଥିଲେ । ସେହି ମହିଳା ଜଣଙ୍କ ଖାଇସାରି ଶାନ୍ତିରେ ନିଶା୍ୱସ ମାରିବା ପରେ ତାଙ୍କ ମୁହଁରେ ମାସ୍କ ପିନ୍ଧାଇ ଗାଡିରେ ବସାଇ ସଙ୍ଗେ ସଙ୍ଗେ ମାଲକାନଗିରି ଜିଲ୍ଲାହସପିଟାଲକୁ ନେଇ ଚିକିତ୍ସା ନିମନ୍ତେ ଭର୍ତିକରିଥିଲେ । ଠିକ ସେହିପରି ଗତକିଛି ଦିନ ତଳେ ମା ଘର ସଭ୍ୟା ତାପତୀ ବିଶ୍ୱାସ ଆର୍ଶିବାଦ କଲୋନିର ଜଣେ ଦୁର୍ଘଟଣାଗସ୍ତ ଗରିବ ବୃଦ୍ଧାଙ୍କ ଅପରେସନ ବେଳେ ରକ୍ତଦାନ କରି ଜୀବନ ବଚାଂଇ ମାନବିକତାର ପରିଚୟ ଦେଇଥିିଲେ । ଆଜିର ସଭ୍ୟଶିକ୍ଷିତ ସମାଜରେ ନିଜ ବୃଦ୍ଧ ପିତା ମାତାଙ୍କୁ ପୁଅ ବୋହୁ ଅଣଦେଖା କରୁଥିବା ବେଳେ କରୋନା ଲକ ଡାଉନ ସମୟରେ ଗରିବ ଆସୟାୟ ଙ୍କୁ ହସପିଟାଲନେଇ ଚିକିତ୍ସା କରିଥିବା ମା ଘର ମହିଳାମାନଙ୍କୁ ସହରବାସୀ ଭୂରି ଭୂରି ପ୍ରଂଶସା କରିଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.