Home ଜିଲ୍ଲା ପରିକ୍ରମା ଦଳୀୟ ଶୃଙ୍ଖଳା ରହିଲେ ବିଜେଡ଼ି ଆହୁରି ସଂଗଠିତ ହେବ ଧାମନଗରରେ ବିଜେଡ଼ିର ପ୍ରାକ୍ ନିର୍ବାଚନ...

ଦଳୀୟ ଶୃଙ୍ଖଳା ରହିଲେ ବିଜେଡ଼ି ଆହୁରି ସଂଗଠିତ ହେବ ଧାମନଗରରେ ବିଜେଡ଼ିର ପ୍ରାକ୍ ନିର୍ବାଚନ ପ୍ରସ୍ତୁତି ଆରମ୍ଭ

34

ଭଦ୍ରକ, ୧୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ସାରା ରାଜ୍ୟରେ ବିଜୁ ଜନତାଦଳ ଆଗକୁ ଆଗକୁ ବଢିଚାଲିଛି। ଏହାଏକ ଶୃଙ୍ଖଳିତ ଦଳ। ତେବେ ଧାମନଗର ନିର୍ବାଚନ ମଣ୍ଡଳୀର ଯେଉଁ ଗୋଷ୍ଠୀ ବିବାଦ ଅଛି ତାହା ନିଶ୍ଚିତ ଭାବରେ ଦୂରହେବ। ଆଗାମୀ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ଧାମନଗରରେ ବିଜେଡ଼ି ସମ୍ପୁର୍ଣ୍ଣ ଭାବରେ ସଫଳତା ହାସଲ କରିବ ବୋଲି ଧର୍ମଶାଳା ବିଧାୟକ ତଥା ଭଦ୍ରକ ଜିଲ୍ଳା ବିଜେଡ଼ିର ପର୍ଯ୍ୟବେକ୍ଷକ ପ୍ରଣବ ବଳବନ୍ତ ରାୟ ତାଙ୍କ ବକ୍ତବ୍ୟରେ କହିଥିଲେ। ପ୍ରାକ୍ ନିର୍ବାଚନ ପ୍ରସ୍ତୁତି ପାଇଁ ବିଜେଡ଼ି ପ୍ରସ୍ତୁତ ହୋଇଥିବାବେଳେ ଆଜି ଧାମନଗର ବ୍ଲକର ଧାମନଗର, ଧୂଷୁରୀ, ଅସୁରାଳି ଓ ଦୋବଲ ଜୋନ୍‌ର ବିଭିନ୍ନ ସ୍ଥାନରେ ଯୁବ, ଛାତ୍ର ଓ ମହିଳା କର୍ମୀଙ୍କୁ ନେଇ ଏକ କର୍ମଶାଳାରେ ଶ୍ରୀ ବଳବନ୍ତ ରାୟ ଯୋଗଦେଇ ଆହୁରି କହିଥିଲେ ଯେ ଦଳଭିତରେ ମନାନ୍ତର, ମତାନ୍ତର, ଗୋଷ୍ଠୀବିବାଦ ଓ ଅହମିକାକୁ ଭୁଲି ଦଳପାଇଁ କାର୍ଯ୍ୟକର ଯାହାଦ୍ୱାରା ଆମ୍ଭେ ୱାର୍ଡ଼ ସ୍ତରରୁ ଜିଲ୍ଲାପରିଷଦ ଯାଏ ସମସ୍ତ ପ୍ରାର୍ଥୀ ବିଜୟଲାଭ କରାଇବାରେ ସଫଳହେବା ବୋଲି କହିଥିଲେ। ଏହି ଅବସରରେ ଯାଜପୁର ଜିଲ୍ଳା ବିଜୁ ଜନତାଦଳ ଜିଲ୍ଲା ସଭାପତି ତଥା ଧାମନଗର ବିଜେଡ଼ିର ପର୍ଯ୍ୟବେକ୍ଷକ ସରୋଜ ମହାପାତ୍ର, ଭଦ୍ରକ ବିଧାୟକ ସଂଜୀବ କୁମାର ମଲ୍ଳିକ, ଧାମନଗର ବ୍ଲକ ଅଧ୍ୟକ୍ଷ ଅଶୋକ କୁମାର ନାୟକ, ବ୍ଲକ ବିଜେଡ଼ି ସଭାପତି ଉମେଶଚନ୍ଦ୍ର ମହାନ୍ତି, ମହିଳା ସଭାନେତ୍ରୀ ତନୁଶ୍ରୀ ପୁହାଳ, ବ୍ଲକ ଯୁବ ବିଜେଡ଼ି ସଭାପତି ଭାରତ ବିଜୟ ଦଳାଇ, ସମିତିସଭ୍ୟ ହରେକୃଷ୍ଣ ପାଢୀ ଓ ପ୍ରଦୀପ କୁମାର ମଲ୍ଳିକ, ବିଜେଡ଼ିନେତା ରଘୁନାଥ ଲେଙ୍କା, ବିଦ୍ୟାଧର ରାଉତ, ପ୍ରତାପ ସାମଲ, ଅତିଶ କୁମାର ନନ୍ଦ ଯୋଗଦେଇ ସାଂଗଠନିକ ସମପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପଂଚାୟତର ପ୍ରମୁଖ ଓ ଆଗୁଆ ବିଜେଡ଼ି କର୍ମୀମାନଙ୍କୁ ନେଇ ବିଭିନ୍ନ ଆଲୋଚନା ମଧ୍ୟ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.