Home ଜିଲ୍ଲା ପରିକ୍ରମା ଦକ୍ଷିଣବାଡ ପଞ୍ଚାୟତର ବିଭିନ୍ନ ପ୍ରକଳ୍ପ ଉଦଘାଟିତ

ଦକ୍ଷିଣବାଡ ପଞ୍ଚାୟତର ବିଭିନ୍ନ ପ୍ରକଳ୍ପ ଉଦଘାଟିତ

15

ଭଦ୍ରକ, ୧୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ଦକ୍ଷିଣବାଡ ପଞ୍ଚାୟତ ପକ୍ଷରୁ ନିର୍ମିତ ବିଭିନ୍ନ ପ୍ରକଳ୍ପ ସୋମବାର ଉଦଘାଟିତ ହୋଇଯାଇଛି। ସ୍ଥାନୀୟ ପ୍ରାଣୀ ଚିକିତ୍ସାଳୟ ପରିସରରେ ଗୋଷ୍ଠୀ ଶୌଚାଳୟକୁ ପଶୁଚିକିତ୍ସକ ବିଶ୍ୱଜିତ ରାୟଙ୍କ ଉପସ୍ଥିତିରେ ବିଡିଓ ଦେବଦତ୍ତ ଦାଶ ଉଦଘାଟନ କରିଥିଲେ। ପଞ୍ଚଦଶ ଅର୍ଥ କମିଶନ ପାଣ୍ଠି ଅର୍ଥରେ ନିର୍ମିତ ଏହି ଶୌଚାଳୟ ଲୋକାର୍ପଣ ଉତ୍ôସରେ ସରପଞ୍ଚ ବିଜୟ ଶଙ୍କର ମହାନ୍ତି, ପଞ୍ଚାୟତ ସମିତି ଅଧ୍ୟକ୍ଷା ପ୍ରତିନିଧି ଗୋଲକ ଚନ୍ଦ୍ର ବେହେରା, ସମିତି ସଭ୍ୟା ସବିତା ମହାପାତ୍ର, ବି.ଆର.ସି. ଉଦୟନାଥ ବେଜ, ସ୍ୱେଚ୍ଛାସେବୀ ସଂଘଠନ ସଭାପତି କାହ୍ନୁଚରଣ ମହାନ୍ତି, ସ୍ୱେଚ୍ଛାସେବୀ ରାଜୀବ ଲୋଚନ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ। ଅନୁରୂପ ଭାବେ ମାଟି ସାହି ଅଙ୍ଗନୱାଡି କେନ୍ଦ୍ର ଓ ତୁରତ ଗ୍ରାମ ମଠଗୃହକୁ ମଧ୍ୟ ବିଡିଓ ଶ୍ରୀ ଦାଶ ଲୋକାର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.