Home ଜିଲ୍ଲା ପରିକ୍ରମା ଓଭରଲୋଡିଂ ବନ୍ଦ ପାଇଁ ଟିପ୍ପର ସଂଘର ଦାବି

ଓଭରଲୋଡିଂ ବନ୍ଦ ପାଇଁ ଟିପ୍ପର ସଂଘର ଦାବି

21

ଭଦ୍ରକ, ୧୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କରୋନା ମହାମାରୀ ସମଗ୍ର ସମାଜର ଆର୍ଥୀକ ମାନଦଣ୍ଡ ଦୋହଲାଇ ଦେଇଛି। କୋଭିଡ ଭୟ ଧିରେ ଧିରେ ଦୂର ହେବାକୁ ବସିଥିବାବେଳେ, ବହୁ ଶିକ୍ଷିତ ଓ ବେରାଜଗାର ଯୁବକ ଋଣ ନେଇ ପରିବହନ ବ୍ୟବସାୟ ଆରମ୍ଭ କରିଛନ୍ତି। ତେବେ ସରକାରୀ ଉଦାସୀନତା ଓ କାମ ଯୋଗାଉଥିବା ଠିକାଦାରମାନଙ୍କ ଶେଷଣ ମୋନାବୃତ୍ତି ପାଇଁ ଯୁବ ଗାଡ଼ି ମାଲିକମାନେ ଆତ୍ମାହୂତି ଦେବାର ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଆଜି ସ୍ଥାନୀୟ ଭାଗବତ କଲ୍ୟାଣମଣ୍ଡପ ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଟିପ୍ପର(ଡମ୍ପର) ମାଲିକ ସଂଘ ପକ୍ଷରୁ ଉପସଭାପତି ରଜତ ପତି, ସାଧାରଣ ସଂପାଦକ ପ୍ରଫୁଲ୍ଲ ପୃଷ୍ଟି କହିଛନ୍ତି। ଭଦ୍ରକ ଜିଲ୍ଲାରେ ଚାଲିଥିବା ରାଜପଥ ପ୍ରଶସ୍ତିକରଣ କାର୍ଯ୍ୟ ସମେତ ଧାମରା ବନ୍ଦର ରେଳପଥ ବିକାଶ କାର୍ଯ୍ୟ ଓ ଅନ୍ୟ ଛୋଟ ଶିଳ୍ପ ସଂସ୍ଥା ମୁଖ୍ୟତଃ ଗାଡ଼ିକୁ କାମ ଯୋଗାଇଥାଏ। କିନ୍ତୁ ମାଲ ପରିବହନ ନିମନ୍ତେ ଏସମସ୍ତ ସଂସ୍ଥାରେ ନିୟୋଜିତ ଗାଡ଼ି ଓଭରଲୋଡିଂ କରି ଚାଲିଛନ୍ତି। କିନ୍ତୁ ସର୍ବନିମ୍ନ ଭଡ଼ା ଦେଇ ନପାରି ଓଭର ଲୋଡିଂର ସହାରା ନେଉଥିବାରୁ, ସ୍ଥାନୀୟ ଗାଡ଼ି ମାଲିକମାନେ ସରୀକାରୀ କର୍ମଚାରୀଙ୍କୁ ଜରିମାନା ଦେଇ ଦେଇ ଦେବାଳିଆ ହେଲେଣି। ତେବେ ଋଣ ପରିଶୋଧ କରିପାରୁନଥିବା ଗାଡ଼ି ମାଲିକମାନେ ବାଧ୍ୟ ହୋଇ କିସ୍ତି ପ୍ରଦାନ ଓ ପରିବାର ଚଳାଇବାକୁ ଉଭରଲୋଡିଂର ସାହାରା ନେଉଛନ୍ତି। କୃଷି କ୍ଷେତ୍ରରେ ମଧ୍ୟ ପରିବହନ କ୍ଷେତ୍ର ଗୁରୁତ୍ୱପୂର୍ଣ୍ଣ। ତେଣୁ ଗାଡ଼ିମାଲିକମାନେ କିପରି ଆର୍ଥୀକ ନ୍ୟାୟ ପାଇବେ ସେଥିପ୍ରତି ଦୃଷ୍ଟି ଦେବାକୁ ଦାବି କରାଯାଇଛି। ଇତିମଧ୍ୟରେ ଓଭରଲୋଡିଂ ବନ୍ଦ ପାଇଁ ଡ୍ରାଇଭର ମହାସଂଘ ପକ୍ଷରୁ ସଭାପତି ଦିଲ୍ଲୀପ ସାହୁ ସରକାରଙ୍କ ଠାରେ ଦାବି କରିଛନ୍ତି। ତେଣୁ ପରିବହନ କାର୍ଯ୍ୟ କରୁଥିବା ସମସ୍ତ ଗାଡ଼ି ମାଲିକ ଓ ସଂସ୍ଥାମାନଙ୍କୁ ଡକାଇ ଓଭରଲୋଡିଂ ବନ୍ଦ କରିବା ଦିଗରେ ପ୍ରଶାସନ ଉଦ୍ୟମ କରିବାକୁ ସଂଘ ପକ୍ଷରୁ ଦାବି ହୋିଛି। ଅନ୍ୟମାନଙ୍କ ମଧ୍ୟରେ ଆଶିଶ ନାୟକ, ସୌମ୍ୟ ରଂଜନ ବାରିକ ପବ୍ରଭାକର ବେହେରା ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.