Home ଜିଲ୍ଲା ପରିକ୍ରମା ଦରଡ଼ାରେ ମଦ ଦୋକାନକୁ ଜନନୀ ପରିବାରର ବିରୋଧ

ଦରଡ଼ାରେ ମଦ ଦୋକାନକୁ ଜନନୀ ପରିବାରର ବିରୋଧ

134

ବାଲେଶ୍ୱର, ୪ା୨(ଓଡ଼ିଆ ପୁଅ/ଅଭୟ ଦାସ) :ବସ୍ତା ବ୍ଲକ ଦରଡ଼ା ପଞ୍ଚାୟତରେ ସରକାରୀ ମଦ ଖୋଲିବା ନିଷ୍ପତିକୁ ବିରୋଧ କରି ଜିଲ୍ଲାପାଳଙ୍କଠାରେ ଗୁରୁବାର ଦିନ ଫେରାଦ ହୋଇଛି ମହିଳା ସଂଗଠନ ‘ଜନନୀ ପରିବାର’। ଜନନୀ ପରିବାରର ମୁଖ୍ୟ ଜ୍ୟୋତ୍ସ୍ନାରାଣୀ ମହାନ୍ତିଙ୍କ ନେତୃତ୍ୱରେ ସଂଗଠନର ସଦସ୍ୟାଙ୍କ ସମେତ ବହୁ ଗ୍ରାମବାସୀ ଜିଲାପାଳଙ୍କୁ ସାକ୍ଷାତ କରି ଅବକାରୀ ବିଭାଗର ପ୍ରସ୍ତାବିତ ମଦ ଦୋକାନ ଦରଡ଼ା ବଜାରରୁ ସ୍ଥାନାନ୍ତର ପାଇଁ ନିବେଦନ କରିଛନ୍ତି। ଦରଡ଼ା ବଜାରକୁ ଲାଗି ଲକ୍ଷ୍ମୀନାରାୟଣ ଉଚ୍ଚ ବିଦ୍ୟାପୀଠ, ଏକ ଯକ୍ତଦୁଇ ବିଜ୍ଞାନ କଲେଜ ସମେତ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରହିଛି। ଏଥି ସହିତ ଅନତିଦୂରରେ ଥିବା ଦେବାଦେବୀ ମନ୍ଦିର ଓ ମସଜିଦକୁ ଲୋକେ ଏହି ଦରଡ଼ା ବଜାର ଦେଇ ଯାତାୟ କରିଥାନ୍ତି। ବଜାରରେ ସରକାରୀ ଠିପିଖୋଲା ବିଦେଶୀ ମଦ ବିକ୍ରି ହେଲେ ସେଠାରେ ଅସାମାଜିକ ଯୁବକଙ୍କ ଭିଡ଼ ବଢ଼ିବା ସହିତ ସ୍ଥାନୀୟ ଅଞ୍ଚଳରେ ଶାନ୍ତିଭଙ୍ଗ ହେବ। ଏମିତିକି ଏହି ରାସ୍ତାରେ ସାଧାରଣ ଘର ଝିଅବୋହୂ ଯିବା ଆସିବା କରିବା ପାଇଁ ନିଜକୁ ଅସୁରକ୍ଷିତ ମଣିବେ। ଏଭଳି ସ୍ଥିତିରେ ନିଷ୍ପତିର ପୁନର୍ବିଚାର ସହ ପ୍ରସ୍ତାବିତ ମଦ ଦୋକାନ ଦରଡ଼ା ବଜାରରୁ ସ୍ଥାନାନ୍ତର ପାଇଁ ଜନନୀ ପରିବାର କର୍ମକର୍ତ୍ତା ଦାବି କରିଛନ୍ତି। ଏନେଇ ଜିଲ୍ଲାପାଳ ଉଚିତ ପଦକ୍ଷେପ ନ ନେଲେ ଆଗାମୀ ଦିନରେ ସମ୍ପୃକ୍ତ ଅଞ୍ଚଳର ମହିଳା ଓ ପୁରୁଷମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବେ ବୋଲି ଜନନୀ ପରିବାରର ମୁଖ୍ୟ ଶ୍ରୀମତୀ ମହାନ୍ତି ଚେତାବନୀ ଦେଇଛନ୍ତି। ଏହି ଅବସରରେ ସଂଗଠନ ପକ୍ଷରୁ ଏକ ଦାବିପତ୍ର ଜିଲାପାଳଙ୍କୁ ପ୍ରଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.