Home ଜିଲ୍ଲା ପରିକ୍ରମା ରେଳ ଓଭରବ୍ରିଜ ନିର୍ମାଣ ଯୋଗୁଁ ବନ୍ଦହେବ ପାନୀୟ ଜଳ ପମ୍ପହାଉସ, ତୁରନ୍ତ ନୂତନ ପ୍ରକଳ୍ପ ସ୍ଥାପନ...

ରେଳ ଓଭରବ୍ରିଜ ନିର୍ମାଣ ଯୋଗୁଁ ବନ୍ଦହେବ ପାନୀୟ ଜଳ ପମ୍ପହାଉସ, ତୁରନ୍ତ ନୂତନ ପ୍ରକଳ୍ପ ସ୍ଥାପନ ପାଇଁ ଅଙ୍ଗାରଗଡ଼ିଆବାସୀଙ୍କ ଦାବି

23

ବାଲେଶ୍ୱର, ୪ା୨(ଓଡ଼ିଆ ପୁଅ/ଅଭୟ ଦାସ) : ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ଅବହେଳିତ ହୋଇ ଆସିଥିବା ବାଲେଶ୍ୱର ସହରର ରେଳ ଧାରଣା ପଶ୍ଚିମ ପାର୍ଶ୍ୱ ଅଙ୍ଗାରଗଡ଼ିଆ ମୌଜାର ବସନ୍ତ ବିହାର, ଉଦୟ ନଗର ଓ ଶକ୍ତିନଗର ପ୍ରଭୃତି ଅଞ୍ଚଳର ଲୋକେ ଆଜି ଜିଲାପାଳଙ୍କଠାରେ ଫେରାଦ ହୋଇଛନ୍ତି। ଏହି ଅଞ୍ଚଳ ସହରରେ କିମ୍ବା ରେମୁଣା ବ୍ଲକ ଅନ୍ତର୍ଗତ ପଞ୍ଚାୟତରେ ଯାଉଛି ଏହାକୁ ନେଇ ଦୀର୍ଘଦିନ ଧରି ବିବାଦ ଚାଲିଆସିଥିଲା। ଖାସ ସେଇଥି ପାଇଁ ବାଲେଶ୍ୱର ପୌରପାଳିକା କିମ୍ବା ରେମୁଣା ବ୍ଲକ କେହି ବି ଏହି ଅଞ୍ଚଳକୁ ଦୃଷ୍ଟି ଦିଅନ୍ତି ନାହିଁ ବୋଲି ଗ୍ରାମବାସୀମାନେ କହିଛନ୍ତି। ଏହି ଅଞ୍ଚଳର ରାସ୍ତା, ଡ୍ରେନ ନିର୍ମାଣ ଓ ପାନୀୟ ଜଳ ଯୋଗାଣ ପ୍ରଭୃତି ନିଜସ୍ୱ ଅର୍ଥରେ ଗ୍ରାମବାସୀମାନେ ତିଆରି କରିଥିବା ସେମାନେ କହିଛନ୍ତି। ପାନୀୟଜଳ ଯୋଗାଣ କ୍ଷେତ୍ରରେ ରେଳ ଲାଇନର ଆଳ ଦେଖାଇ ଜନସ୍ୱାସ୍ଥ୍ୟ ବିଭାଗ ଏହି ଅଞ୍ଚଳକୁ ଅଣଦେଖା କରି ଆସିଥିବା ବେଳେ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଓ ପରିମଳ (ଆରଡବ୍ଲ୍ୟୁଏସଏସ) ବିଭାଗ ମଧ୍ୟ ଗ୍ରାମବାସୀମାନେ କହିଛନ୍ତି। ଏହା ସତ୍ତ୍ୱେ ସମସ୍ତଙ୍କ ମିଳିତ ସହଯୋଗରେ ଏହି ଅଞ୍ଚଳର ଗ୍ରାମାବସୀ ଜ୍ୟୋତ୍ସ୍ନାରରାଣୀ ପଣ୍ଡାଙ୍କ ସ୍ଥିତିବାନ ଜମି ଉପରେ ଏକ ଗଭୀର ନଳକୂପ ଖନନ କରି ୪ଶହରୁ ଊର୍ଦ୍ଧ୍ୱ ପରିବାରକୁ ପାଇପ ଯୋଗେ ପାନୀୟ ଜଳ ଦିଆଯାଉଥିଲା। ମାତ୍ର ନିର୍ମାଣ ଆରମ୍ଭ ହୋଇଥିବା ଅଙ୍ଗାରଗଡ଼ିଆ ରଳ ଓଭର ବ୍ରିଜ୍ ଏହି ପମ୍ପ ହାଉସ ଦେଇ ଯାଉଥିବା ବେଳେ ଏବେ ତାହା ମଧ୍ୟ ଦିନେ ଦୁଇଦିନ ମଧ୍ୟରେ ବନ୍ଦ ହୋଇଯିବ ବୋଲି ଗ୍ରାମବାସୀମାନେ ଜାଣିବାକୁ ପାଇଛନ୍ତି। ଏହି ପାଇପ ପାନୀୟ ଜଳ ପ୍ରକଳ୍ପ ଉପରେ ଏବେ ପାଖାପାଖି ୬ଶହ ପରିବାର ନିର୍ଭର କରୁଥିବା ବେଳେ ଏହା ବନ୍ଦ ହୋଇଯିବା ଫଳରେ ଲୋକେ କେମିତି ଊର୍ଦ୍ଧ୍ୱ ପରିବାର କେଉଁ ଉତ୍ସରୁ ପାନୀୟଜଳ ପାଇବେ ତାହା ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି। ବାଲେଶ୍ୱର ପୌରପାଳିକାର ୨୦ ଓ ୨୧ ନଂ ୱାର୍ଡ଼ର ବସବାସ କରୁଥିବା ତଥା ଅନ୍ୟାନ୍ୟ ସମସ୍ତ ସରକାରୀ ସୁବିଧା ସୁଯୋଗ ପାଇ ଆସିଥିବା ଗ୍ରାମାବାସୀଙ୍କୁ ପାନୀୟ ଜଳ ଯୋଗାଣ ନେଇ କେହି ପଦକ୍ଷେପ ନେଉ ନାହାନ୍ତି। ଏପରି ସ୍ଥଳେ ଜନସ୍ୱାସ୍ଥ୍ୟ ବିଭାଗ କିମ୍ବା ଆରଡବ୍ଲ୍ୟୁଏସଏସ ପକ୍ଷରୁ ତୁରନ୍ତ ନୂତନ ପାନୀୟ ଜଳ ପ୍ରକଳ୍ପ ସ୍ଥାପନ ପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି। ତେବେ ପ୍ରକଳ୍ପ ପ୍ରତିଷ୍ଠା ନହେବା ପର୍ଯ୍ୟନ୍ତ ଟ୍ୟାଙ୍କର ଯୋଗ ଲୋକଙ୍କୁ ପାନୀୟ ଜଳ ଯୋଗାଇବାକୁ ସେମାନେ ଜିଲାପାଳଙ୍କଠାରେ ଗୁହାରୀ କରିଛନ୍ତି। ନତୁବା ଆଗାମୀ ଦିନରେ ୫ଶହରୁ ଉର୍ଦ୍ଧ୍ୱ ପରିବାର ଶେଷରେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଗ୍ରାମବାସୀମାନେ ଚେତାବନୀ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଉଦୟଶକ୍ତି ବିକାଶ ମଞ୍ଚ ପକ୍ଷରୁ ଗ୍ରାମବାସୀମାନେ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି। ଦାବିପତ୍ର ପ୍ରଦାନ ବେଳେ କୈଳାସ ତିୱାରୀ, ନାରାୟଣ ବାରିକ, ରାମଚନ୍ଦ୍ର ତ୍ରିପାଠୀ, ଭାସ୍କର ଚନ୍ଦ୍ର ପାଢ଼ୀ, କରୁଣାକର ମହାପାତ୍ର, ବିପିନ ବିହାରୀ କର, ରାଜେନ୍ଦ୍ର କୁମାର ଜେନା, ରବୀନ୍ଦ୍ର କୁମାର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.