Home ଓଡ଼ିଶା ଦମକଳ କେନ୍ଦ୍ର ପ୍ରତିଷ୍ଟା ହେବାସହ ଡଙ୍ଗା ବୁଡିରେ ମୃତ ପରିବାରଙ୍କୁ ସରକାରଙ୍କ ପକ୍ଷରୁ ୪ଲକ୍ଷ ଟଙ୍କା...

ଦମକଳ କେନ୍ଦ୍ର ପ୍ରତିଷ୍ଟା ହେବାସହ ଡଙ୍ଗା ବୁଡିରେ ମୃତ ପରିବାରଙ୍କୁ ସରକାରଙ୍କ ପକ୍ଷରୁ ୪ଲକ୍ଷ ଟଙ୍କା ସହାୟତା ମିଳିବ

58

ମାଲକାନଗିରି,୨୮ ।୫ (ଓଡିଆ ପୁଅ ) ସିଲେରୁ ନଦୀରେ ଡଙ୍ଗାବୁଡି ଘଟଣା ପରେ ଚିତ୍ରକୋଣ୍ଡା ବ୍ଲକ ଗୁଣ୍ଠାଓ୍ୟର୍ଡା ଓ କନ୍ଧଗୁଡା ଗ୍ରାମକୁ ନବରଙ୍ଗପୁର ସାଂସଦ ରମେଶଚନ୍ଦ୍ର ମାଝୀ,ଚିତ୍ରକୋଣ୍ଡା ବିଧାୟକ ପୂଣ୍ଣଚନ୍ଦ୍ରବାକା, ଜିଲ୍ଲାସ୍ୱତନ୍ତ୍ର ଉନ୍ନୟନ ବାକିଶ ପରିଷଦ ଅଧ୍ୟକ୍ଷ ମାନସ ମାଡକାମି,ଯୁବ ବିଜେଡି ସଭାପତି ଆଡମା ରାବା ଙ୍କ ସହିତ ବିଜେଡି ନେତା ଓ କର୍ମୀ ମାନେ ଗସ୍ତ କରି ମୃତ ପରିବାରଙ୍କୁ ଭେଟି ସ୍ୱାନ୍ତନା ଦେବା ସହିତ ପ୍ରତି ପରିବାରଙ୍କୁ ବିଜେଡି ଦଳ ପକ୍ଷରୁ ୫୦ହଜାର ଲେଖା ଟଙ୍କା ପ୍ରଦାନ କରିଛନ୍ତି । ପ୍ରତି ମୃତପରିବାରଙ୍କୁ ରାଜ୍ୟସରକାର ଙ୍କ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ପକ୍ଷରୁ ୪ଲକ୍ଷ ଟଙ୍କା ଅନୁକମ୍ପା ରାଶି ଯୋଗାଇ ଦେବା ସହିତ ଶବସଂସ୍କାର ପାଇଁ ୬ହଜାର ଲେଖା ଟଙ୍କା ପ୍ରଦାନ କରାଯାଇଛି । ଆଗାମି ଦିନରେ ଜିଲ୍ଲାପ୍ରଶାସନ ପକ୍ଷରୁ ଗ୍ରାମୀଣ ଆବାସ ଯୋଜନାରେ ଗୃହ ଓ କର୍ମନିଯୁକ୍ତିର ବ୍ୟବସ୍ଥା କରାଯିବ ବୋଲି ସାଂସଦ ଓ ବିଧାୟକ କହିଥିଲେ । ଜିଲ୍ଲାର ପ୍ରାୟ ବ୍ଲକରେ ଦମକଳ କେନ୍ଦ୍ର ଥିବା ବେଳେ ଆନ୍ଦ୍ର ସୀମାନ୍ତ ଚିତ୍ରକୋଣ୍ଡା ବ୍ଲକ କିମ୍ବା ସ୍ୱାଭିମାନ ଅଚଂଳ ରେ ଦମକଳ କେନ୍ଦ୍ରଟିଏ ନଥିବାରୁ ସେ ଅଚଂଳରେ ଅଗ୍ନିକାଣ୍ଡ କିମ୍ବା ଡଙ୍ଗା ବୁଡିଗଲେ ଉଦ୍ଧାର କାର୍ଯ୍ୟ ପାଇଁ ଦୀର୍ଘ୭୦ କିଲୋମିଟର ଦୂର ମାଲକାନଗରି ନଚେତ କୁଡୁମୁଲୁଗୁମ୍ମା ଅଚଂଳରୁ ଦମକଳ ଗାଡି ଆସି ପହଁଚିଲା ବେଳେକୁ ସବୁକିଛି ସରିଯାଇଥାଏ । ଚିତ୍ରକୋଣ୍ଡା ଅଚଂଳରେ ଏକ ନୂତନ ଦମକଳ କେନ୍ଦ୍ର ପ୍ରତିଷ୍ଟା କରିବା ପାଇଁ ବାରମ୍ବାର ଦାବ ିକରିଆସୁଥିଲେ ଅଚଂଳବାସୀ । ସେମାନଙ୍କ ଦାବିକୁ ଗୁରୁତ୍ୱ ଦେଇ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ରମାଝୀ ରାଜ୍ୟସରକାରଙ୍କୁ ଅବଗତ କରି ତୁରନ୍ତ ଦମକଳ କେନ୍ଦ୍ରଟିଏ ପ୍ରତିଷ୍ଟାକରିବା ପାଇଁ ବ୍ୟବସ୍ଥା କରିବେ ବୋଲି ପ୍ରତିସୃତି ଦେଇଛନ୍ତି ।ଭୟାବହ କରୋନା ମାହାମାରି ସମୟରେ ଗତ ୨୪ତାରିଖରେ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକସ୍ଥ କନ୍ଧଗୁଡା ଓ ଗୁଠାଂଓ୍ୟାର୍ଡା ଗ୍ରାମର ୮ଜଣ ସିଲେରୁ ନଦୀରେ ଡଙ୍ଗାବୁଡିରେ ମୃତ୍ୟୁ ଘଟିଥିଲା ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.