Home ଓଡ଼ିଶା ଅଙ୍ଗନ ଓ୍ୟାର୍ଡିକର୍ମୀ ଙ୍କ ପକ୍ଷରୁ କରୋନା ସଚେତନତା ଓ କିଶୋରୀ କିଶୋର ଚିହ୍ନଟ ପ୍ରକ୍ରିୟା ଆରମ୍ଭ

ଅଙ୍ଗନ ଓ୍ୟାର୍ଡିକର୍ମୀ ଙ୍କ ପକ୍ଷରୁ କରୋନା ସଚେତନତା ଓ କିଶୋରୀ କିଶୋର ଚିହ୍ନଟ ପ୍ରକ୍ରିୟା ଆରମ୍ଭ

57

ମାଲକାନଗିରି,୨୮ ।୫ (ଓଡିଆ ପୁଅ ) ଭୟାବହ କରୋନା ମାହାମାରି ସମୟରେ ଜିଲ୍ଲାର ସମସ୍ତ ଅଙ୍ଗନ ଓ୍ୟାର୍ଡିକେନ୍ଦ୍ର ପକ୍ଷରୁ ବିଭିନ୍ନ ସାହିବସ୍ତିରେ କରୋନା ମହାମାରିରୁ ସୁରକ୍ଷିତ ରହିବା ପାଇଁ ଜନସଚେତନତା ସହିତ କିଶୋରୀ ଓ କିଶୋର ଙ୍କ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି । ବିଶେଷ କରି ମାଲକାନଗରି ଜିଲ୍ଲାସଦର ମହକୁମାସ୍ଥ ୧୧୯ କଲୋନୀ ବସ୍ତିରେ ଅଙ୍ଗନ ଓ୍ୟାର୍ଡିକର୍ମୀ ଶ୍ରୀମତୀ ରେଖା ବେସରା ଆଜି କଲୋନିରେ ବୁଲି ବୁଲି କୋଭିଡ ନିୟମ ପାଳନ ସହ କରୋନା କଟକଣା ସହିତ ଏହାର ସଂକ୍ରମଣରୁ ସୁରକ୍ଷିତ ରହିବା ପାଇଁ ଜନ ସଚେତନତା ବାର୍ତାଦେଇଛନ୍ତି । କଲୋନୀରେ ରହୁଥିବା ୧୧ବର୍ଷରୁ ୧୯ବର୍ଷ ପର୍ଯ୍ୟନ୍ତ କିଶୋରୀ ଓ କିଶୋର ମାନଙ୍କ ହାତପାପୁଲିରେ ରଙ୍ଗଚିହ୍ନ ଦେଇ ସେମାନଙ୍କୁ ଚିହ୍ନଟ କରାଯାଇଥିଲା । କୋଭିଡ ନିୟମ ପାଳନ କରି ସାମାଜିକ ଦୂରତା ରେ ସେମାନଙ୍କୁ ଏକ ବୃତାକାର ଭଳି ଠିଆ କରାଇ ମାସ୍କ ବ୍ୟବହାର କରିବା, ସାମାଜିକ ଦୂରତା ଅବଲମ୍ବନ କରିବା, ଜନଗହଳିକୁ ନ ଯାଇ ଘରେ ସୁରକ୍ଷିତ ରହିବା ଆଦି କରୋନା ସଚେତନତା ର ବାର୍ତା ଦେଇଥିଲେ । କିଶୋରୀ ଓ କିଶୋର ମାନେ ରଙ୍ଗିନ ହାତ ପାପୁଲି ଦେଖାଇ କରୋନା ହାରିବ ଆମେ ଜିତିବୁ ବୋଲି ସ୍ଲୋଗାନ ଦେଇଥିଲେ ।କଲୋନୀରେ ୧୧ବର୍ଷରୁ ୧୯ବର୍ଷ ମଧ୍ୟରେ ମୋଟ୫୧ଜଣ କିଶୋରୀ ଓ ୩୦ଜଣ କିଶୋର ଥିବାର ଚିହ୍ନଟ ହୋଇଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.