Home କନ୍ଧମାଳ ତେଜରାତି ଦୋକାନକୁ ସିଲ କଲା ବ୍ଲକ ପ୍ରଶାସନ

ତେଜରାତି ଦୋକାନକୁ ସିଲ କଲା ବ୍ଲକ ପ୍ରଶାସନ

89

ବାଲିଗୁଡା, ୧୬/୭-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ)କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ିର ଚାରିଛକ ଠାରେ କୋଭିଡ ନିୟମ ଉଲ୍ଲଂଘନ ହୋଇଛି। ଏନେଇ ଗୁରୁବାର ଏକ ତେଜରାତି ଦୋକାନକୁ ସ୍ଥାନୀୟ ମାଜିଷ୍ଟ୍ରେଟ ତଥା ତହସିଲଦାର ନିତିସ କୁମାର ତ୍ରିପାଠୀ ଅନିର୍ଦ୍ଦିଷ୍ଟକାଳ ପାଇଁ ସିଲ୍‌ କରିଦେଇଛନ୍ତି। ପରବର୍ତ୍ତୀ ସମୟରେ କନ୍ଧମାଳ ଜିଲାପାଳଙ୍କ ନିର୍ଦ୍ଦେଶ ପ୍ରକାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତହସିଲଦାର ତ୍ରିପାଠୀ କହିଛନ୍ତି। ସୂଚନାଯୋଗ୍ୟ ଯେ, ଚାରିଛକର ବ୍ଲକ ରୋଡରେ ଉକ୍ତ ଦୋକାନରେ ସବୁବେଳେ ଭିଡ଼ ରହୁଥିବା ଅଭିଯୋଗ ହୋଇଆସୁଥିଲା। ସାମାଜିକ ଦୁରତ୍ୱକୁ ମାନୁ ନଥିବା ବେଳେ ଦୋକାନ ମଧ୍ୟାହ୍ନ ୧ ଟା ପରେ ଖୋଲା ରଖୁଥିଲେ। ଏ ନେଇ ଦେକାନ ସିଲ୍‌ କରାଯାଇଛି ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.