Home ଓଡ଼ିଶା କୋଭିଡ୍ ନିୟମ ଉଲ୍ଲଂଘନ କରି ଶିକ୍ଷା ବିଭାଗର କନିଷ୍ଠ କିରାଣୀ ନିଲମ୍ବିତ

କୋଭିଡ୍ ନିୟମ ଉଲ୍ଲଂଘନ କରି ଶିକ୍ଷା ବିଭାଗର କନିଷ୍ଠ କିରାଣୀ ନିଲମ୍ବିତ

101

କନ୍ଧମାଳ, ୧୭/୭-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ)କୋଭିଡ଼ ନିୟମ ଉଲ୍ଲଂଘନ କରି ଗୁରୁବାରଦିନ ବାଲିଗୁଡ଼ା ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟର କନିଷ୍ଠ କିରାଣି ବିନୋଦ କୁମାର ଦାସ ନିଳମ୍ବିତ ହୋଇଛନ୍ତି। ଶ୍ରୀ ଦାସ ଗୁରୁବାରଦିନ ବିନା ଅନୁମତିରେ ପରିବାର ଧରି ଭୁବନେଶ୍ୱର ଯାଇଥିବା ନେଇ ସୂଚନା ମିଳିବାପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଜିଲ୍ଲା ଶିକ୍ଷାଧିକାରୀ ତାଙ୍କୁ ନିଳମ୍ବିତ କରିଛନ୍ତି। ଜିଲ୍ଲା ଶିକ୍ଷାଧିକାରୀ ବିକାଶ ଚନ୍ଦ୍ର ପ୍ରଧାନଙ୍କ ସୂଚନା ଅନୁସାରେ କିରାଣି ଶ୍ରୀ ଦାସ ଏକ କାରରେ ଭୁବନେଶ୍ୱର ଯାଉଥିବାବେଳେ ଖଜୁରିପଡା ନାକା ଗେଟରେ କର୍ମଚାରୀମାନେ ତାଙ୍କୁ ଅଟକାଇ ଅନୁମତି ପତ୍ର ଦେଖାଇବାକୁ କହିଥିଲେ। ସେ ଅଫିସ କାମରେ ଯାଉଥିବା କହିଥିଲେ ମଧ୍ୟ ଅନୁମତି ପତ୍ର ନଦେଲେ ଯାଇପାରିବ ନାହିଁ ବୋଲି କର୍ମଚାରୀ କହିଥିଲେ। ଏହି ସମୟରେ ଅନୁମତି ନେଇ ଆସିଥିବା ଅନ୍ୟ ଏକ ଟ୍ରକ ପାଇଁ ଗେଟ୍ ଖୋଲାଯାଉଥିବା ବେଳେ ଶ୍ରୀ ଦାସ ଜବରଦସ୍ତ ସେହି ଟ୍ରକ୍ ପଛରେ କାର ନେଇ ଚାଲି ଯାଇଥିଲେ। ଏନେଇ ସେଠାରେ ଥିବା କର୍ମଚାରୀ ଜିଲ୍ଲାପାଳଙ୍କୁ ଅବଗତ କରିଥିଲେ। ଜିଲ୍ଲାପାଳ ତୁରନ୍ତ ସେହି କିରାଣିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ଓ ଜିଲ୍ଲା ଶିକ୍ଷାଧିକାରୀ ତାଙ୍କୁ ନିଳମ୍ବିତ କରିଥିବା କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.