Home ଓଡ଼ିଶା ତୀର୍ଥଯାତ୍ରୀଙ୍କ ଉପରେ ମାଡ଼ିଗଲା ବସ, ୭ ମୃତ

ତୀର୍ଥଯାତ୍ରୀଙ୍କ ଉପରେ ମାଡ଼ିଗଲା ବସ, ୭ ମୃତ

493

ନୂଆଦିଲ୍ଲୀ,୧୧/୧୦,(ଓଡ଼ିଆ ପୁଅ ପି ନାଏକ): ନରୋରାର ଗାନ୍ଧୀ ନଗର ଶ୍ମଶାନ ଘାଟରେ ଏକ ଅତି ଦୁଃଖର ଘଟଣା ଘଟିଯାଇଛି । ଶୋଇଥିବା ଅବସ୍ଥାରେ ଚଳନ୍ତା ବସ ଚଢିଯିବାରୁ ୭ ଜଣଙ୍କର ମୃତ୍ୟୁ ହୋଇଛି । ଯାହା ମଧ୍ୟରେ ୪ ମହିଳା ଓ ୩ ଶିଶୁ ରହିଛନ୍ତି । ତେବେ  ତୀର୍ଥ ଯାତ୍ରା ପାଇଁ ୫୬ ଜଣ ଅକ୍ଟୋବର ୩ ତାରିଖରେ ବାହାରିଥିଲେ । ଫେରିବା ସମୟରେ ରାତି ପ୍ରାୟ ୨: ୩୦ ମିନିଟ୍‌ରେ ବିଶ୍ରାମ ନେବା ପାଇଁ ଆଗ୍ରା-ମୋରାଦାବାଦ ରାଜପଥର ଗାନ୍ଧୀ ଘାଟ ନିକଟରେ ଡ୍ରାଇଭର୍‌ ବସ୍‌ ଅଟକାଇଥିଲେ । ସେହି ବସ୍‌ରୁ ସାତ ଜଣ ଓହ୍ଲାଇ ରାସ୍ତାକଡ଼ରେ ଶୋଇପଡ଼ିଥିଲେ । ରାତି ପ୍ରାୟ ୪ଟା ବେଳେ ଗୋଟାଏ ଯାତ୍ରୀ ବାହି ଦ୍ରୁତଗାମୀ ବସ୍‌ ସେମାନଙ୍କ ଉପରେ ଚଢ଼ିଯାଇଥିଲା।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.