Home ଜିଲ୍ଲା ପରିକ୍ରମା ତିହିଡି ବ୍ଲକର ନିଟ୍ ପରୀକ୍ଷାରେ ଦୁଇ ଛାତ୍ରଙ୍କ ସଫଳତା

ତିହିଡି ବ୍ଲକର ନିଟ୍ ପରୀକ୍ଷାରେ ଦୁଇ ଛାତ୍ରଙ୍କ ସଫଳତା

2

ଭଦ୍ରକ, ୨୩ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି ବ୍ଲକର ଦୁଇ ଜଣ ଛାତ୍ର ଚଳିତ ବର୍ଷର ନିଟ୍ ପରୀକ୍ଷାରେ ସଫଳତା ହାସଲ କରି ନିଜ ଅଂଚଳ ପାଇଁ ଗୌରବ ଆଣିଛନ୍ତି। ଦୁଇ ଛାତ୍ରଙ୍କ ସଫଳତାକୁ ନେଇ ଗ୍ରାମବାସୀ, ଶିକ୍ଷକ,ଆତ୍ମୀୟ ସ୍ୱଜନ ଓ ଶୁଭେଛୁ ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।ସାହାପୁର ପଂଚାୟତ କଣ୍ଡରଗଡ଼ିଆ ଗ୍ରାମରେ ସର୍ବେଶ୍ୱର ବିଶ୍ୱାଳଙ୍କ ପୁଅ ରଞ୍ଜନ ବିଶ୍ୱାଳ ସେ ନିଟ୍ ପରୀକ୍ଷାରେ ୭୨୦ରୁ ୫୭୨ ନମ୍ବର ରଖିବା ସହ ଅଲ୍ ଇଣ୍ଡିଆ ରାଙ୍କ ୨୬୩୯ ହାସଲ କରିଛନ୍ତି। ସେହିପରି ଅନ୍ୟ ଜଣେ ମେଧାବୀ ଛାତ୍ର ସୁକାନ୍ତ ସେଠୀଙ୍କ ପୁଅ ଆଶିଷ କୁମାର ସେଠୀ ନିଟ୍ ପରୀକ୍ଷାରେ ୭୨୦ରୁ ୬୫୭ ନମ୍ବର ହାସଲ କରି ଅଂଚଳର ନାଁ ଉଜ୍ଜ୍ୱଳ କରିଛନ୍ତି।ଉଭୟ ଛାତ୍ର କହିଛନ୍ତି ଯେ, ଏହି ସଫଳତା ପଛରେ ସେମାନଙ୍କ ପିତାମାତାଙ୍କ ତ୍ୟାଗ, ଶିକ୍ଷକମାନଙ୍କ ମାର୍ଗଦର୍ଶନ ଏବଂ ନିଜର କଠିନ ପରିଶ୍ରମ ଆଜି ସଫଳତାର ଶୀର୍ଷରେ ପହଂଚାଇଛି। ନିଟ୍ ପରି ଏକ କଠିନ ଜାତୀୟ ସ୍ତରର ପରୀକ୍ଷାରେ ସଫଳତା ପାଇବା ପାଇଁ ସେମାନେ ନିୟମିତ ଅଧ୍ୟୟନ ଓ ସମୟର ସଠିକ୍ ଉପଯୋଗକୁ ଗୁରୁତ୍ୱ ଦେଇଥିବା କହିଛନ୍ତି।ଦୁଇ ମେଧାବୀଙ୍କ ଲକ୍ଷ୍ୟ ହେଉଛି ଭବିଷ୍ୟତରେ ଜଣେ ଦକ୍ଷ ଡାକ୍ତର ହୋଇ ରୋଗୀ ସେବା କରିବା। ବିଶେଷ କରି ଗ୍ରାମାଂଚଳର ଗରିବ ଓ ଅସହାୟ ରୋଗୀଙ୍କୁ ଉନ୍ନତ ଚିକିତ୍ସା ସେବା ଯୋଗାଇବା ସେମାନଙ୍କ ସ୍ୱପ୍ନ ବୋଲି ପ୍ରକାଶ କରିଛନ୍ତି।ସଫଳତା ଖବର ପ୍ରକାଶ ପାଇବା ପରେ ଉଭୟ ଛାତ୍ରଙ୍କ ଘରେ ଶୁଭେଚ୍ଛୁଙ୍କ ଭିଡ଼ ଲାଗି ରହିଛି। ସମାଜସେବୀ ସୁବୋଧ ବଳ ଭେଟି ତାଙ୍କୁ ଫୁଲତୋଡ଼ା ଦେଇ ସେମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ତାଙ୍କର ଭବିଷ୍ୟତ ଉଜ୍ୱଳ କାମନା କରିଛନ୍ତି।ସ୍ଥାନୀୟ ବୁଦ୍ଧିଜୀବୀ ଓ ଶିକ୍ଷକମାନେ କହିଛନ୍ତି ଗ୍ରାମାଂଚଳରୁ ଏଭଳି ସଫଳତା ଅନ୍ୟ ଛାତ୍ରଛାତ୍ରୀଙ୍କ ମନରେ ଉତ୍ସହ ଓ ଆତ୍ମବିଶ୍ୱାସ ସୃଷ୍ଟି କରିବା ସହିତ ଉଚ୍ଚ ଲକ୍ଷ୍ୟ ନେଇ ଆଗକୁ ବଢ଼ିବା ପାଇଁ ପ୍ରେରଣା ଦେବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.