ଭଦ୍ରକ, ୩୦ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି ପୋଲିସ ପକ୍ଷରୁ ତାଳପଦା ସ୍ଥିତ କାନ୍ତକବି ଲକ୍ଷ୍ମୀକାନ୍ତଙ୍କ ସ୍ମୃତିପୀଠ ପରିସରରେ ଶନିବାର ନିଶାମୁକ୍ତ ଓଡିଶା ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ତିହିଡି ଥାନା ଆଇଆଇସି ଲୋପାମୁଦ୍ରା ନାୟକଙ୍କ ସଂଯୋଜନାରେ ଏକ ନିଶାମୁକ୍ତ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥିଭାବେ ତହସିଲଦାର ସୁବାଶିଷ ସାହୁ,ବରେଣ୍ୟ ଅତିଥିରୂପେ ବିଡ଼ିଓ ନିରଞ୍ଜନ ବାରିକ ଓ ଡା. ଚିତରଞ୍ଜନ ଜେନା,ସମ୍ନାନିତ ଅତିଥିଭାବେ ଏସଆଇ ପ୍ରକାଶ ନାୟକ ଓ ଏ ଏସ ଆଇ ଦାମୋଦର ଟୁଡୁ ଯୋଗଦେଇ ଓଡିଶାକୁ ନିଶା ମୁକ୍ତ କରିବା ପାଇଁ ମହିଳା ମାନଙ୍କର ଗୁରୁତ୍ୱ ପୂର୍ଣ୍ଣ ଭୂମିକା ରହିଛି।ଏହି ନିଶାମୁକ୍ତ ଅଭିଯାନକୁ ସଫଳ ରୂପାୟନ ଦେଇପାରିଲେ ଏକ ସୁସ୍ଥ ଓ ସୁନ୍ଦର ସମାଜ ଗଠନ ହୋଇପାରିବ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ ବାସନ୍ତୀ ଜେନା,ସଂଧ୍ୟାରଣୀ ଜେନା,କୃଷ୍ଣା ଜେନା ଓ ଗୀତା ଜେନାଙ୍କ ନେତୃତ୍ୱରେ ଶତାଧିକ ମହିଳା ଯୋଗଦେଇଥିଲେ।








