Home ଜଗତସିଂହପୁର ତିର୍ତ୍ତୋଲ ଯୁବ କଂଗ୍ରେସ ପକ୍ଷରୁ ପ୍ରଧାନମନ୍ତ୍ରୀ ମୋଦି ଓ ଯୋଗୀଙ୍କ କୁଶ ପୁତ୍ତଳିକା ଦାହ

ତିର୍ତ୍ତୋଲ ଯୁବ କଂଗ୍ରେସ ପକ୍ଷରୁ ପ୍ରଧାନମନ୍ତ୍ରୀ ମୋଦି ଓ ଯୋଗୀଙ୍କ କୁଶ ପୁତ୍ତଳିକା ଦାହ

67

ତିର୍ତ୍ତୋଲ, ୨/୧୦ (ଓଡ଼ିଆ ପୁଅ/ଟୁକନ ସେଠୀ) – ତିର୍ତ୍ତୋଲ ଯୁବ କଂଗ୍ରେସ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଙ୍କ ତିର୍ତ୍ତୋଲ କଲେଜ ଛକଠାରେ କୁଶପୁତ୍ତଳିକା ଦାହ କରିଥିଲେ। ଉତ୍ତରପ୍ରଦେଶର ହାଥରସ୍ ଠାରେ ଗଣ ଦୁଷ୍କର୍ମ ପିଡ଼ିତାଙ୍କ ମୃତ୍ୟୁ ଓ ତାଙ୍କ ପରିବାରକୁ ନ ଜଣାଇ ବିଳମ୍ବିତ ରାତିରେ ପୋଲିସ ଦ୍ୱାରା ଅନ୍ତିମ ସଂସ୍କାର କରିଦେଇଥିଲେ। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭାଦ୍ରା ପିଡ଼ିତାଙ୍କ ପରିବାରଙ୍କୁ ଭେଟିବା ସହିତ ସମବେଦନା ଜଣାଇବାପାଇଁ ଯାଉଥିବାବେଳେ ଉତ୍ତରପ୍ରଦେଶର ପୋଲିସ ସେମାନଙ୍କୁ ଅଟକାଇବା ସହିତ ଲାଠିମାଡ଼ ଓ ଠେଲାପେଲା କରିଥିଲେ। ଉତ୍ତରପ୍ରଦେଶ ପୋଲିସଙ୍କ ଧକ୍କା ଓ ମାଡ଼ ମାରିବାଦ୍ୱାରା କଂଗ୍ରେସର ଯୁବନେତା ରାହୁଲ ଗାନ୍ଦୀ ତଳେ ପଡ଼ିଯାଇଥିଲେ। ଏହି ଘଟଣାକୁ ସାରା ଦେଶରେ କଂଗ୍ରେସ ଦଳ ପକ୍ଷରୁ ନିନ୍ଦା କରାଯାଇଛି। ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ଯୁବ ସଭାପତି ବେଦଦ୍ୟୁତି ପୃଷ୍ଠିଙ୍କ ନେତୃତ୍ୱରେ କଟକ ପାରାଦ୍ୱିପ ରାସ୍ତା ସରଣୀ ଛକ ନିକଟରୁ ପ୍ରଧାନମନ୍ତ୍ରୀ ଓ ଯୋଗୀଙ୍କର ଏକ କୁଶପୁତ୍ତଳିକା ହାତରେ ଧରି ନାରାବାଜି କରି ଏକ ଶୋଭାଯାତ୍ରାରେ ଆଜି ତିର୍ତ୍ତୋଲ କଲେଜ ଛକ ନିକଟରେ କୁଶପୁତ୍ତଳିତା ଦାହ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସଫି ଆଜମ, ରବିନ୍ଦ୍ର ମଲ୍ଲିକ, ଆଶିଷ ମଲ୍ଲିକ, ରିଙ୍କୁ ପାଲ, ତହ୍ୱିତ ଖାନ, ଯିତେନ୍ଦ୍ର ବେହେରା, ବିଷ୍ଣୁ ରଞ୍ଜନ ସାହୁ, ବିକି ନାଥ ଶର୍ମାଙ୍କ ସମେତ ୩୦ ରୁ ଉର୍ଦ୍ଧ କଂଗ୍ରେସ କର୍ମୀ ସାମିଲ ହୋଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.