Home ଓଡ଼ିଶା ତିର୍ତ୍ତୋଲ ବ୍ଲକ ବିଜେଡ଼ି ସଭାପତି ହେଲେ ଗଙ୍ଗାଧର

ତିର୍ତ୍ତୋଲ ବ୍ଲକ ବିଜେଡ଼ି ସଭାପତି ହେଲେ ଗଙ୍ଗାଧର

99

ତିର୍ତ୍ତୋଲ୧୩/୦୩ (ଓଡ଼ିଆ ପୁଅ/ଟୁକନ ସେଠୀ) – ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ତିନୋଟି ବ୍ଲକରେ ବିଜେଡ଼ି ସଭାପତି ପଦ ପାଇଁ ନିର୍ବାଚନ ପ୍ରକିୟା ଶେଷ ହୋଇଛି। ରାଜ୍ୟ ବିଜେଡ଼ି ସଭାପତି ତଥା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ରାଜ୍ୟ ସାଂଗଠନିକ ନିର୍ବାଚନ ଅଧିକାରୀ ପ୍ରତାପ କେଶରୀ ଦେବଙ୍କ ନିର୍ଦ୍ଦେଶରେ ଜିଲ୍ଲା ନିର୍ବାଚନ ଅଧିକାରୀ ଗୌତମ ପାଲିତ୍ ଜିଲ୍ଲାର ସମସ୍ତ ବ୍ଲକ ଓ ମୁନିସପାଲିଟିର ବିଜେଡ଼ି ସଭାପତିଙ୍କର ନାମ ତାଲିଖା ଘୋଷଣା କରିଛନ୍ତି। ତିର୍ତ୍ତୋଲ, ରଘୁନାଥପୁର ଓ ବିରିଡ଼ି ୩ଟି ବ୍ଲକ ପାଇଁ ସଭାପତି ଘୋଷଣା କରାଯାଇଛି। ତିର୍ତ୍ତୋଲ ବ୍ଲକ ବିଜେଡ଼ି ସଭାପତିଭାବେ ଗଙ୍ଗାଧର ବିଶ୍ୱାଳଙ୍କ ନାମ ଘୋଷଣା ପରେ ସାଂସଦ ଡ଼. ରାଜଶ୍ରୀ ମଲ୍ଲିଙ୍କ ସମର୍ଥକ ମହଲରେ ନାହିଁନଥିବା ଖୁସିର ଲହରୀ ଖେଳିଯାଇଥିବା ଦେଖିବାକୁ ମିଳିଛି। ଶ୍ରୀଯୁକ୍ତ ବିଶ୍ୱାଳଙ୍କ ନାମ ବ୍ଲକ ବିଜେଡ଼ି ସଭାପତିଭାବେ ଘେଷଣା ହେବାପରେ ତିର୍ତ୍ତୋଲ ବ୍ଲକ ବିଜୁଜନତା ଦଳପକ୍ଷରୁ ଜିଲ୍ଲାପରିଷଦ ସଭ୍ୟ ସନାତନ ଦଳାଇ, ପ୍ରବୀର କୁମାର ରାୟ, ସଭ୍ୟା ଲିପାଲି ରାଉଳ, ଜିଲ୍ଲାପରିଷଦ ଅଧ୍ୟକ୍ଷା ପ୍ରିୟଦର୍ଶିନୀ ବିଶ୍ୱାଳ, ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଜାତା ମହାନ୍ତି, ତିର୍ତ୍ତୋଲ ନିର୍ବାଚନମଣ୍ଡଳୀ ଯୁବସଭାପତି ସୁବ୍ରତ କୁମାର ଦାଶ, ପୂର୍ବତନ ସରପଞ୍ଚ ବୈରାଗୀ ବାରିକ୍, ସରପଞ୍ଚ ସିତିକଣ୍ଠ ସ୍ୱାଇଁ, ବାଇଧର ବଳ, କିଶୋର କୁମାର ସାହୁ, ତିର୍ତ୍ତୋଲ ସରପଞ୍ଚ ମନୋରଞ୍ଜନ ମହାପାତ୍ର, ବନଜା ବାସିନୀ ଦାସ, ପ୍ରିୟଙ୍କା ସ୍ୱାଇଁ, ଗଗନ ଖଣ୍ଡୁଆଳ, ପୂର୍ବତନ ବ୍ଲକ ବିଜେଡ଼ି ସଭାପତି ଅଶ୍ୱିନି କୁମାର ଦାସ, କିଶୋର ମନୋହରି, ସିଲାରାଣୀ ଖଣ୍ଡୁଆଳ, ଯୁବସଂଗଠକ ତପନ କୁମାର ମହାନ୍ତି, ସରପଞ୍ଚ ମମତା ନାୟକ, ସରପଞ୍ଚ ଲକ୍ଷ୍ମିପ୍ରିୟା ବେହେରା, ବିଶିଷ୍ଟ ସମାଜସେବୀ ଭବୋଷ ଚୌଧୂରୀ, ପ୍ରସନ୍ନ ଦାସ, ହାଜିଶେଖ୍ କଲ୍ଲିମୁଲ୍ଲା, ବିଜୟ ମହାନ୍ତି, ପୂର୍ବତନ ଆତ୍ମା ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ସ୍ୱାଇଁ, ପ୍ରଦୀପ୍ତ ନାୟକ, ଚିତ୍ତରଞ୍ଜନ ରଥ, ସନ୍ଧ୍ୟାରାଣୀ ମହାନ୍ତି, ଶେଖ୍ ଲତିଫ, କୃଷ୍ଣପ୍ରସାଦ ଦାସ, ରମେଶ ଚନ୍ଦ୍ର କୁଅଁର, ମମତା ସାହୁଙ୍କ ସମେତ ବିଜେଡ଼ି ଦଳ ଆଗଧାଡ଼ିର ନେତା ଓ କର୍ମୀ ଗଙ୍ଗାଧରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଗଙ୍ଗାଧର ମଧ୍ୟ ଦଳପତି ନବିନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରିଥିବାବେଳେ ଦଳର ସମସ୍ତ ବରିଷ୍ଠ ନେତାମାନଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.