Home କେନ୍ଦ୍ରାପଡ଼ା ପ୍ରସିଦ୍ଧ ଦଧିବାମନଜୀଉଙ୍କ ଦୋଳ ମହୋତ୍ସବ ଉଦ୍‌ଯାପିତ

ପ୍ରସିଦ୍ଧ ଦଧିବାମନଜୀଉଙ୍କ ଦୋଳ ମହୋତ୍ସବ ଉଦ୍‌ଯାପିତ

60

କେନ୍ଦ୍ରାପଡା ୧୩-୩ (ଓଡ଼ିଆ ପୁଅ) କେନ୍ଦ୍ରାପଡା ସହର ଉପଙ୍କଠସ୍ଥ ଭରତପୁର ଗ୍ରାମରେ ପ୍ରସିଦ୍ଧ ଦଧିବାମନଜୀଉଙ୍କ ଦୋଳ ମହୋତ୍ସବ ଗତକାଲି ଠାରୁ ଆରମ୍ଭ ହୋଇ ଆଜି ଉଦ୍ ଯାପିତ ହୋଇଯାଇଛି। ମନ୍ଦିର ମହୋତ୍ସବ କମିଟିର ସଭାପତି ହାଇକୋର୍ଟର ବରିଷ୍ଠ ଆଇନଜୀବି ପ୍ରବୋଧ କୁମାର ଦାସଙ୍କ ଅଧ୍ୟକ୍ଷତାରେ ପଂଚୁ ଦୋଳ ସଂସ୍କୃତି ର ଅବକ୍ଷୟ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ଆଶୁ କବି ହେମନ୍ତ କୁମାର ଜେନା, ଶିକ୍ଷାବିତ୍ ଶୁଭ୍ରାଂଶୁ କୁମାର ଦାସ, ପରିବେଶବିତ୍ କାଶିନାଥ ରାଉତରାୟ, ସଂଗୀତ ନିର୍ଦ୍ଦେଶକ ସତ୍ୟପ୍ରିୟ ଦାସ ପ୍ରମୁଖ ଅଂଶଗ୍ରହଣ କରି ଓଡିଶାର ପାରମ୍ପରିକ ଦୋଳ ସଂସ୍କୃତିକୁ ସୁସଜ୍ଜିତ କରିବା ପାଇଁ ଉପସ୍ଥିତ ଶ୍ରଦ୍ଧାଳୁଙ୍କୁ ଉଦ୍ ବୋଧନ ଦେଇଥିଲେ। ପରେ ପରେ ଜିଲ୍ଲାର ଅନ୍ୟତମ ସାଂସ୍କୃତିକ ସଂଗଠନ ବାଗଦେବୀ କଳାମନ୍ଦିର ଭରତପୁର ଦ୍ୱାରା ମନୋଜ୍ଞ ଭଜନ ସଂଧ୍ୟା ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଶିଳ୍ପୀ ମନୋରଞ୍ଜନ ସାହୁ ବିନାୟକ ସୁତାର, ପ୍ରିତିମୟୀ ସାହୁ, ସୋନାଲି ପରିଡା, ପ୍ରଭାତି ମହାନ୍ତି ପ୍ରମୁଖ ପାରମ୍ପରିକ ଦୋଳଗୀତ ଓଡିଶୀ, ଚଂପୁ ଓ ଭଜନ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମଟିକୁ ସଂଗୀତ ନିର୍ଦ୍ଦେଶକ ସତ୍ୟପ୍ରିୟ ଦାସ ସଂଯୋଜନା କରିଥିବା ବେଳେ, ବାଦ୍ୟଯନ୍ତ୍ରରେ ଦେବବ୍ରତ ରାଉତ, ନିହାର ରଂଜନ ରାଉତ ଓ ବଳରାମ ମଲିକ ସହାୟତା କରିଥିଲେ। ଆଜି ଉଦ୍‌ଯାପିତ ଉତ୍ସବରେ ମେଲଣ ପଡିଆକୁ ଅନ୍ୟୁନ୍ୟ ୨୦ କୋଡିଏ ଟି ଦୋଳ ବିମାନ ସୁସଜ୍ଜିତ ହୋଇ ପାରମ୍ପରିକ ଗୋଟି ପୁଅ ନାଥ, ସଂକୀର୍ତନର ତାଳେତାଳେ ଆସି ପହଂଚିଥିଲେ। ପାରମ୍ପରିକ ଘୋଡାନାଚ ଓ ଓଡିଶୀ ନୃତ୍ୟ ପରିବେଷଣ ହୋଇଯାଇଛି। ବାଲିଆର ପ୍ରସିଦ୍ଧ ଲଚ୍ଛମନଜୀଉ, ପାହାଡପୁରର ନୃସିଂହଜୀଉ, ମାହାରକୂଳ, ତରାପୁର, ଶ୍ୟାମସୁନ୍ଦରପୁର ଜୀଉମାନେ ପଡିଆରେ ଉପସ୍ଥିତ ହୋଇଥିଲେ। ଏହାକୁ ଦେଖିବାକୁ କେନ୍ଦ୍ରାପଡା ସହର ସମେତ ଗ୍ରାମାଂଚଳରେ ଶହସ୍ରାଧିକ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ। ଭରତପୁର ଗ୍ରାମରଶ୍ରୀ ଚରଣ ବେହେରା ଶିବ ପ୍ରସାଦ ଦାସ, ଶ୍ରୀଧର ମହାନ୍ତି, ବିମଳାକାନ୍ତ ଚୌଧୁରୀ, ଅଲେଖ ପ୍ରସାଦ ଦାସ, ଅଧିକାରୀ ରାଜେନ୍ଦ୍ର ପ୍ରସାଦ ଦାଶ, ଶୁସାନ୍ତ କୁମାର ଦାସ, ସରପଂଚ ଜୀନତପ୍ରିୟ ଦର୍ଶିନୀ ଦାସ, ଶାରଦା ପ୍ରସାଦ ରାଉତ, ସୁନାକର ରାଉତ, ଚଣ୍ଡିରୁଦ୍ର ମହାନ୍ତି, ସ୍ୱପ୍ନାଶୁଂ କୁମାର ଦାସ, ବିଜୟ କୁମାର ଦାସ, ସମାଜସେବୀ ପ୍ରଦୀପ କୁମାର ମହାନ୍ତି ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.