Home ଜଗତସିଂହପୁର ଶ୍ରୀ ଶ୍ରୀ ସିଦ୍ଧ ଖଇଫୁଟା ବଟମହାପୁରୁଷଙ୍କ ପୀଠରେ ବିଶ୍ୱଶାନ୍ତି ମହାଯଜ୍ଞ

ଶ୍ରୀ ଶ୍ରୀ ସିଦ୍ଧ ଖଇଫୁଟା ବଟମହାପୁରୁଷଙ୍କ ପୀଠରେ ବିଶ୍ୱଶାନ୍ତି ମହାଯଜ୍ଞ

52

ତିର୍ତ୍ତୋଲ୧୩/୦୩ (ଓଡ଼ିଆ ପୁଅ/ଟୁକନ ସେଠୀ) – ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗୋପାଳପୁର(ଶଙ୍ଖେଶ୍ୱର) ପଞ୍ଚାୟତ ଶଙ୍ଖେଶ୍ୱର ଓ ଡ଼େରକଣା ଗ୍ରାମର ପ୍ରସିଦ୍ଧ ଶ୍ରୀ ଶ୍ରୀ ଖଇଫୁଟା ବଟ ମହାପୁରୁଷଙ୍କ ପୀଠସ୍ଥଳୀରେ “ଆଞ୍ଚଳିକ ଜନକଲ୍ୟାଣ ସମିତି” ଆନୁକୂଲ୍ୟରେ ନବମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ, ନାମଯଜ୍ଞ, ଅନ୍ନଯଜ୍ଞ ଓ ପ୍ରବଚନ ସହିତ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଗତ ୮ ତାରିଖ ଠାରୁ ଉଦ୍ଘାଟନ ହୋଇ ୧୧ ତାରିଖ ପର୍ଯ୍ୟନ୍ତ ୪ ଦିନ ବ୍ୟାପି ଚାଲିଥିବା ବିଶ୍ୱଶାନ୍ତି ମହାଯଜ୍ଞ ଉଦଯାପିତ ହୋଇଯାଇଛି। ଏହି ୪ଦିନ ବିଶ୍ୱଶାନ୍ତି ମହାଯଜ୍ଞରେ ବୈଦିକ ପଣ୍ଡିତ ନିରଞ୍ଜନ ଦାଶଙ୍କ ପୌରାହିତ୍ୟରେ ଅଙ୍କୁରାରୋପଣ, ଅଷ୍ଟପ୍ରହର ନାମ ଯଜ୍ଞ, କଳସ ଯାତ୍ରା, ସୂର୍ଯ୍ୟପୂଜା, ଗୋପୂଜା ସହିତ ସପ୍ତଶତୀ ଚଣ୍ଡୀ ଓ ଶ୍ରୀମଦ୍ଭଗବତ୍ ଗୀତାର ଆହୁତି କାର୍ଯ୍ୟକ୍ରମ ସମ୍ପର୍ଣ୍ଣ ହୋଇଥିଲା। କର୍ତ୍ତାକର୍ତ୍ତୀଭାବେ ରମେଶ ଚନ୍ଦ୍ର ସାହୁ ଓ ପ୍ରତିମା ସାହୁ ଯଜ୍ଞ କାର୍ଯ୍ୟ ତୁଲାଇଥିଲେ। ଆଧ୍ୟାତ୍ମିକ ପ୍ରାର୍ଥନା ଚ୍ୟାନେଲର ମାଳିକା କଥାର ପ୍ରବଚକ ପରିବ୍ରାଜକ ପ୍ରମୋଦ କୁମାର ପ୍ରବଚନ ଦେଇଥିଲେ। ଯଜ୍ଞ ଅନୁଷ୍ଠାନର ବରିଷ୍ଠ ସଦସ୍ୟ ସୁବାଷ ମହାପାତ୍ର(ଖୋକନ) ମଞ୍ଚରେ ପ୍ରବକ୍ତାଙ୍କୁ ଅନୁଷ୍ଠାନ ତରଫରୁ ପୁଷ୍ପଗୁଛ, ଉପଢ଼ୌକନ ଦିଆଯାଇ ସମ୍ବର୍ଦ୍ଧତି କରାଯାଇଥିଲା। ଉକ୍ତ ମହାଯଜ୍ଞରେ ବିଜୟ କୁମାର ବିଶ୍ୱାଳ, ଅଶୋକ ମହାପାତ୍ର, ଅଜୟ କୁମାର ସାହୁ, ଉତ୍ତମ ଚରଣ ସାହୁ, ନୟନ ମହାପାତ୍ର, ବରିଷ୍ଠ ନାଗରିକ ରମାକାନ୍ତ ସାହୁ, ବଟକୃଷ୍ଣ ସାହୁ, ବିରଜା ମୋହନ ମହାପାତ୍ର, ମନୋରଞ୍ଜନ ଦାଶ, ମୀନକେତନ ଦାଶ, କ୍ଷୀରୋଦ ପରିଜା, ପୂଜକ ବାଙ୍କବିହାରୀ ଦାଶ, ଧୂଳମଣି କାନୁନ୍ଗୋ, ସନ୍ତୋଷ ପଟ୍ଟନାୟକ, ପ୍ରଦୀପ ପଟ୍ଟନାୟକ, ରବିନ୍ଦ୍ର ଖୁଣ୍ଟିଆ, ଜ୍ଞାନେନ୍ଦ୍ର ମଲ୍ଲ, ଅଂଜନ ସାହୁ, ନିରଞ୍ଜନ ଜେନା, ଅର୍ଜୁନ ପୃଷ୍ଟି, ସରପଞ୍ଚ କୃଷ୍ଣ ପ୍ରସାଦ ଦାସ, ବିକଳି ଚରଣ ବାରିକ୍ଙ୍କ ସମେତ ଡ଼େରକଣା, ଶଙ୍ଖେଶ୍ୱର, ବିଜିପୁର, ବେହେଡ଼ପୁର, ଗୋପାଳପୁର, ହାବେଳୀ, ପରୁଣାପୋଷଲ ପ୍ରଭୃତି ଗ୍ରାମର ଗ୍ରାମବାସୀମାନେ ସହଯୋଗ କରିଥିଲେ। ଆସନ୍ତା ୨୮, ୨୯ ଓ ୩୦ ତିନିଦିନ ଧରି ଏହି ପୀଠରେ ଶ୍ରୀ ଶ୍ରୀ ସିଦ୍ଧଖଇଫୁଠା ବଟମହାପୁରୁଷ ସାଂସ୍କୃତିକ ପରିଷଦ ପକ୍ଷରୁ ସାଂସ୍କୃତିକ ଅପେରା କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯିବାପାଇଁ ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.