Home ଜିଲ୍ଲା ପରିକ୍ରମା ତିର୍ତ୍ତୋଲ ବ୍ଲକ ପୂର୍ବତନ ଆତ୍ମା ଅଧ୍ୟକ୍ଷଙ୍କୁ ସଂଗବଧ ଆକ୍ରମଣ : ଥାନାରେ ଅଭିଯୋଗ

ତିର୍ତ୍ତୋଲ ବ୍ଲକ ପୂର୍ବତନ ଆତ୍ମା ଅଧ୍ୟକ୍ଷଙ୍କୁ ସଂଗବଧ ଆକ୍ରମଣ : ଥାନାରେ ଅଭିଯୋଗ

68

ତିର୍ତ୍ତୋଲ୨୪/୫ (ଓଡ଼ିଆ ପୁଅ/ଟୁକନ ସେଠୀ) – ତିର୍ତ୍ତୋଲ ବ୍ଲକ ପୂର୍ବତନ ଆତ୍ମା ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ସ୍ୱାଇଁଙ୍କୁ ସଂଗବଧଭାବେ ଆକ୍ରମଣ କରାଯାଇଥିବା ନେଇ ତିର୍ତ୍ତୋଲ ଥାନାରେ ଅଭିଯୋଗ ହୋଇଥିବା ଜଣାପଡ଼ିଛି। ଅଭିଯୋଗ ମୁତାବକ ପ୍ରଗାଶ ଚନ୍ଦ୍ର ସ୍ୱାଇଁଙ୍କ ଘର ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତରେ। ଶ୍ରୀଯୁକ୍ତ ସ୍ୱାଇଁ ଗତକାଲି ପୂର୍ବାହ୍ନରେ ବ୍ୟକ୍ତିଗତ କାମରେ ପଞ୍ଚାୟତ କାର୍ଯ୍ୟାଳୟରୁ ତାଙ୍କର କାମ ସାରି ଘରକୁ ଆସିବା ସମୟରେ କାର୍ଯ୍ୟାଳୟ ନିକଟରେ ସେହି ପଞ୍ଚାୟତର ରମାନାଥ ଦାସଙ୍କ ପୁତ୍ର ରଶ୍ମି ରଞ୍ଜନ ଦାସ ଓ ତାଙ୍କ ସହିତ ଅନ୍ୟ ୫ ଜଣ ଯୁବକ ଶ୍ରୀଯୁକ୍ତ ସ୍ୱାଇଁଙ୍କୁ ଅଟକାଇ ଫଟୋ ଉଠାଇଥିଲେ। ଶ୍ରୀଯୁକ୍ତ ସ୍ୱାଇଁ ବାରଣ କରିବାରୁ ରଶ୍ମି ରଞ୍ଜନ ଓ ତାଙ୍କ ସାଙ୍ଗରେ ଥିବା ଅନ୍ୟ ୪ ଜଣ ଯୁବକ ଅଶୀଳ ଭାଷାରେ ଗାଳି ଗୁଲଜ କରି ଶ୍ରୀଯୁକ୍ତ ସ୍ୱାଇଁଙ୍କୁ ତଳେ ପକାଇ ନିସ୍ତୁକ ମାଡ଼ ମାରିବା ସହିତ ତାଙ୍କ ବେକରୁ ସୁନାଚେନ୍ ଛିଣ୍ଡାଇ ନେଇଥିଲେ, ଜିବନରୁ ମାରି ଶେଷ କରିଦେବୁ ବୋଲି ଧମକ ଦେଇଥିଲେ। ମାଡ଼ ମାରିବା ସମୟରେ ଶ୍ରୀଯୁକ୍ତ ସ୍ୱାଇଁଙ୍କ ପାଟି ଶୁଣି ରଶ୍ମିଙ୍କ ସମେତ ଅନ୍ୟ ଯୁବକମାନେ ଘଟଣାସ୍ଥଳରୁ ଦୌଡ଼ି ପଳାଇ ଯାଇଥିଲେ। ଏହି ଘଟଣା ସମ୍ପର୍କରେ ନ୍ୟାୟ ପାଇଁ ଶ୍ରୀଯୁକ୍ତ ସ୍ୱାଇଁ ତିର୍ତ୍ତୋଲ ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.